ଧରାପଡିଲା ଟିକଟକ୍ ଷ୍ଟାରଙ୍କୁ ହତ୍ଯା କରିଥିବା ଯୁବକ

ନୁଆଦିଲ୍ଲୀ ୨୪/୫: ଟିକଟକ୍ ଷ୍ଟାରଙ୍କ ହତ୍ଯା ଘଟଣାର ଧିରେ ଧିରେ ଗୁମର ଫିଟୁଛି । ଦିଲ୍ଲୀର ନଜଫଗଡରେ ସପ୍ତାହେ ତଳେ ଜଣେ ୨୭ ବର୍ଷୀୟ ଜିମ୍ ଟ୍ରେନରଙ୍କ ହତ୍ଯା ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାରେ ସେହି ଅଞ୍ଚଳର କିଶୋର ନାମକ ଜଣେ ଯୁବକକୁ ଗିରଫ କଲା ପୋଲିସ । ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି । ପୋଲିସ ଦ୍ୱାରକା ଗ୍ରାମ ଧୁଲସିରାସ ନିକଟରୁ ଗୁରୁବାର ସନ୍ଧ୍ଯା ୪ ଟାରେ ନଜଫଗଡରେ ରହୁଥିବା ୧୭ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।

ବହାଦୁରଗଡର ମୋହିତ ମୋରେଙ୍କୁ ମଙ୍ଗଳବାର ଗୁଳିମାରି ହତ୍ଯା କରିଦିଆଯାଇଥିଲା । ମୋହିତ ଏକ ଜିମର ଟ୍ରେନର ଥିଲେ । ଏହା ବ୍ଯତୀତ ସେ ଜଣେ ସୋସିଆଲ ନେଟୱର୍କିଂ ଆପରେ ବହୁତ ଆକ୍ଟିଭ୍ ଥିଲେ ଏବଂ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଥିଲେ । ତେବେ ପୋଲିସ ସନ୍ଦେହ କରିଛି ଯେ ଏହି ହତ୍ଯା ପଛରେ କୌଣସି ବ୍ଯକ୍ତିଗତ ଶତ୍ରୁତା ରହିଛି । କୌଣସି ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏହି ହତ୍ଯା ହୋଇଥିବାର ସନ୍ଦେହ କରାଯାଉଛି ।
ପୋଲିସ ଉପାୟୁକ୍ତ ସଞ୍ଜୀବ କୁମାର ଯାଦବ କହିଛନ୍ତି ଯେ ପଚରାଉଚରା ସମୟରେ କିଶୋର ଖୁଲାସା କରିଛନ୍ତି ଯେ ଜିମ୍ ଟ୍ରେନରଙ୍କ ହତ୍ଯା କରିଥିବା ୩ ଜଣ ଅଭିଯୁକ୍ତଙ୍କ ଭିତରୁ କିଏ ଜଣେ ହୋଇଥାଇପାରେ । ତେବେ ଡିସିପି କହିଛନ୍ତି ଯେ ତା ପାଖରୁ ଏକ ଦେଶୀ ପିସ୍ତଲ ଓ ଗୁଳି ଜବତ କରାଯାଇଛି ।