ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପଶ୍ଚିମବଙ୍ଗରେ ୱାକଫ୍‌ ଆଇନକୁ ନେଇ ପୁଣି ହିଂସା : ବାପା -ପୁଅଙ୍କୁ ନିର୍ମମ ଭାବେ ହତ୍ୟା , ସ୍ଥିତି ବେକାବୁ

Published By : Prameya | April 12, 2025 7:01 PM

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଶମଶେରଗଞ୍ଜ ଅଞ୍ଚଳରେ, ୱାକଫ୍‌ ଆଇନକୁ ନେଇ ପୁଣି ହୋଇଥିବା ବିରୋଧ ପ୍ରଦର୍ଶନ ହଠାତ୍‌ ହିଂସାତ୍ମକ ରୂପେ ନେଇଛି। ଏଥିରେ ଦୁଇ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଉଲ୍ଲେଖନୀୟ ଯେ,ଶୁକ୍ରବାର ମଧ୍ୟ ମୁର୍ଶିଦାବାଦରେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ଏବେ ସୁଦ୍ଧା ୧୧୮ଜଣ ଲୋକଙ୍କୁ ଗିରଫ କରାଯାଇଛି। ସ୍ଥିତିକୁ ଦେଖି ପୁଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଛି, କିଛି ଅଞ୍ଚଳରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ର ମଧ୍ୟ ସାହାଯ୍ୟ ନିଆଯାଇଛି। 

ଆଜ୍‌ତକର ରିପୋର୍ଟ ମୁତାବିକ , ଶନିବାର ଦ୍ୱିପ୍ରହରରେ ଶମଶେରଗଞ୍ଜର ଜାଫରାବାଦ ଅଞ୍ଚଳରେ ସ୍ଥିତି ସେହି ସମୟରେ ଆହୁରି ବିଗିଡ଼ି ଯାଇଥିଲା । ଉତ୍ତେଜିତ ଲୋକେ ଗାଁ ଉପରେ ହଠାତ୍‌ ଆକ୍ରମଣ କରି ଦେଇଥିଲେ। ଏହି ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଜଣ ( ବାପା-ପୁଅ)ଙ୍କୁ ଖୁବ୍‌ ନିର୍ମମ ଭାବେ ହତ୍ୟା କରିଥିଲେ।

ଶୁକ୍ରବାର ଜୁମେର ନମାଜ ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ ଏବଂ ୱାକଫ୍‌ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇ ଥିଲେ। ଶମଶେରଗଞ୍ଜ ନିକଟସ୍ଥ ଧୁଲିୟନ ଅଞ୍ଚଳରେ ବିରୋଧ ପ୍ରଦର୍ଶନକାରୀମାନେ ଜାତୀୟ ରାଜପଥ-୧୨କୁ ଅବରୋଧ କରି ଦେଇଥିଲେ , ପୁଲିସର ଗାଡ଼ି ଉପରକୁ ପଥର ଫିଙ୍ଗି ଥିଲେ ଏବଂ କିଛି ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ। ଏହି ସମୟରେ ଅତି କମ୍‌ରେ ୧୦ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି । କିଛି ପୁଲିସକର୍ମୀଙ୍କୁ ଜୀବନ ବଞ୍ଚାଇବା ପାଇଁ ଏକ ମସଜିଦ୍‌ରେ ଆଶ୍ରୟ ନେବାକୁ ପଡ଼ିଥିଲା। ଶନିବାରର ହିଂସା ଧୁଲିୟାନ ଯାଏ ବ୍ୟାପି ଯାଇଛି, ସେଠାରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରାଯାଇ ଥିବା ଖବର ଆସିଛି। ପୁଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିଚାର୍ଜ କରିଛି ଏବଂ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି। 

ଏହି ମଧ୍ୟରେ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି କହିଛନ୍ତି , ଯେଉଁ ଆଇନ୍‌କୁ ନେଇ ଲୋକେ ଅସନ୍ତୁଷ୍ଟ, ତାହାକୁ ଆମେ ତିଆରି କରିନାହୁଁ । ଏହା କେନ୍ଦ୍ର ସରକାରଙ୍କର ଆଇନ୍ ଏବଂ ଆମେ ସ୍ପଷ୍ଟ କହିଛୁ କି ,ଏହି ଆଇନ୍‌ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ତାପରେ ବି ଏ ଦଙ୍ଗା କେଉଁଥି ପାଇଁ ? ଅନ୍ୟପଟେ ଏହି ମାମଲାରେ ବିଜେପି ମମତା ସରକାରକୁ ଘେରିଛି। ପଶ୍ଚିମବଙ୍ଗର ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି , ଯଦି ବିଜେପି କ୍ଷମତାକୁ ଆସେ ତ ଏପରି ଗୁଣ୍ଡାଗର୍ଦ୍ଦି ଓ ସଂଖ୍ୟାଲଘୁଙ୍କ ହିଂସାକାଣ୍ଡକୁ ୫ ମିନିଟ୍‌ରେ ଶେଷ କରିଦେବ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.