ନୂଆଦିଲ୍ଲୀ,୨୬/୦୭: ଏଲନ ମସ୍କଙ୍କ କମ୍ପାନି ଆମେରିକା ସରକାରଙ୍କ ଠାରୁ ବଡ଼ ଧରଣର ସବସିଡି ପାଇଛି । ଏହାରକୁ ପ୍ରତ୍ୟାହାର କରି କମ୍ପାନିକୁ କ୍ଷତି ପହଞ୍ଚାଇବାକୁ ଚାହିଁବେ ନାହିଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । ଏହାର ଉତ୍ତର ରଖିଛନ୍ତି ଟେସ୍ଲା ଏବଂ ସ୍ପେଶଏକ୍ସର ମାଲିକ ଏଲନ ମସ୍କ ।
ମସ୍କ କହିଛନ୍ତି, ବାସ୍ତବରେ ସବ୍ସିଡି ଉପଲବ୍ଧ ନାହିଁ । ସ୍ପେଶଏକ୍ସ ନାସା କଣ୍ଟ୍ରାକ୍ଟ କେବଳ ସୁଲଭ ମୂଲ୍ୟରେ ଭଲ କାମ ଆଧାରରେ ଜିତିଛି । ଏହି କଣ୍ଟ୍ରାକ୍ଟ ହଟିଲେ ସ୍ପେଶଏକ୍ସ ବିନା ମହାକାଶଚାରୀ ଫସିବେ । ବିଗ୍ ବ୍ୟୁଟିଫୁଲ ବିଲ୍କୁ ନେଇ ଆରମ୍ଭ ହୋଇଥିଲା ଏହି ବିବାଦ । ଏହାକୁ ଏଲନ ମସ୍କ ବିରୋଧ କରୁଥିଲେ । ଏହି ବିଲ୍ ଆମେରିକାର ଋଣ ବଢ଼ାଇବ । ଏହି ବିଲ୍ ଆମେରିକାର ଲକ୍ଷ ଲକ୍ଷ ନିଯୁକ୍ତିକୁ ମଧ୍ୟ ଶେଷ କରିଦେବ । ଏହା ଦ୍ୱାରା ଦେଶକୁ ବଡ଼ ପରିମାଣର କ୍ଷତି ହେବ ବୋଲି କହିଥିଲେ ମସ୍କ ।
ଅନ୍ୟ ପଟେ ଟ୍ରମ୍ପ କହିଥିଲେ, ଏହି ବିଲ୍ ସମ୍ପର୍କରେ ଏଲନ ଜାଣିଥିଲେ । ତାଙ୍କୁ କୌଣସି ସମସ୍ୟା ନ ଥିଲା । ଇଭି କ୍ଷେତ୍ରରେ ନିୟମ ପରିବର୍ତ୍ତନ ଯୋଗୁ ତାଙ୍କୁ ସମସ୍ୟା ହୋଇଥିଲା ।