ନୂଆଦିଲ୍ଲୀ,୨୬/୦୭: ଏଲନ ମସ୍କଙ୍କ କମ୍ପାନି ଆମେରିକା ସରକାରଙ୍କ ଠାରୁ ବଡ଼ ଧରଣର ସବସିଡି  ପାଇଛି । ଏହାରକୁ ପ୍ରତ୍ୟାହାର କରି କମ୍ପାନିକୁ କ୍ଷତି  ପହଞ୍ଚାଇବାକୁ ଚାହିଁବେ ନାହିଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କହିଥିଲେ । ଏହାର ଉତ୍ତର ରଖିଛନ୍ତି ଟେସ୍‌ଲା ଏବଂ  ସ୍ପେଶଏକ୍ସର ମାଲିକ ଏଲନ ମସ୍କ । 

ମସ୍କ କହିଛନ୍ତି,  ବାସ୍ତବରେ ସବ୍‌ସିଡି ଉପଲବ୍ଧ ନାହିଁ । ସ୍ପେଶଏକ୍ସ ନାସା କଣ୍ଟ୍ରାକ୍ଟ କେବଳ ସୁଲଭ ମୂଲ୍ୟରେ ଭଲ କାମ ଆଧାରରେ ଜିତିଛି । ଏହି କଣ୍ଟ୍ରାକ୍ଟ ହଟିଲେ ସ୍ପେଶଏକ୍ସ  ବିନା ମହାକାଶଚାରୀ ଫସିବେ । ବିଗ୍‌ ବ୍ୟୁଟିଫୁଲ ବିଲ୍‌କୁ ନେଇ ଆରମ୍ଭ ହୋଇଥିଲା ଏହି ବିବାଦ ।  ଏହାକୁ ଏଲନ ମସ୍କ ବିରୋଧ କରୁଥିଲେ । ଏହି ବିଲ୍‌  ଆମେରିକାର ଋଣ ବଢ଼ାଇବ । ଏହି ବିଲ୍‌ ଆମେରିକାର ଲକ୍ଷ ଲକ୍ଷ ନିଯୁକ୍ତିକୁ ମଧ୍ୟ ଶେଷ କରିଦେବ । ଏହା  ଦ୍ୱାରା ଦେଶକୁ ବଡ଼ ପରିମାଣର କ୍ଷତି ହେବ ବୋଲି  କହିଥିଲେ ମସ୍କ । 

ଅନ୍ୟ ପଟେ ଟ୍ରମ୍ପ କହିଥିଲେ, ଏହି  ବିଲ୍‌ ସମ୍ପର୍କରେ ଏଲନ ଜାଣିଥିଲେ । ତାଙ୍କୁ କୌଣସି  ସମସ୍ୟା ନ ଥିଲା । ଇଭି କ୍ଷେତ୍ରରେ ନିୟମ ପରିବର୍ତ୍ତନ  ଯୋଗୁ ତାଙ୍କୁ ସମସ୍ୟା ହୋଇଥିଲା ।