ଗାଜିଆବାଦ, ୩୦/୦୫ : ଗାଜିଆବାଦର ଖୋଡ଼ାରେ ଚାଞ୍ଚଲ୍ୟ। ବକ୍ରିଦ୍ ରେ ହଲାଲ ଦେଖିବାକୁ ମନା କରିବାକୁ ହିନ୍ଦୁ ଯୁବକଙ୍କୁ ଛୁରି ଭୁସି ହତ୍ୟା। ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ୨୦୦ ମିଟର ଯାଏଁ ଗୋଡାଇ ଗୋଡାଇ ଛୁରୀ ଭୁଶିଲେ ଅଭିଯୁକ୍ତ। ଶୁକ୍ରବାର ହସ୍ପିଟାଲ୍ ବେଡ୍ ରେ ଆଖି ବୁଜିଲେ ଯୁବକ। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ହିନ୍ଦୁ ସଙ୍ଗଠନ ଥାନା ଘେରଉ କରିଛି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ୪ ଲକ୍ଷ ଟଙ୍କା ନଦେଲେ ଶବ ଦେବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ଖୋଡାର ନବନୀତ ବିହାରରେ ରହୁଥିବା ୧୭ ବର୍ଷୀୟ ସୂର୍ଯ୍ୟ ଦୁଇ ଜଣ ବନ୍ଧୁଙ୍କ ସହ ବୁଲୁଥିଲେ। ଏହି ସମୟରେ ଅସଦ ନାମକ ଆଉ ଜଣେ ଯୁବକ ତାଙ୍କୁ ଫୋନ୍ କରି ଡାକିଥିଲେ। ସୂର୍ଯ୍ୟ ଏବଂ ତାଙ୍କ ବନ୍ଧୁ ଆୟୁଷ ଅସଦର ଘର ପାଖକୁ ଯାଇଥିଲେ। ସେଠାରେ ଅସଦ ପୂର୍ବ ପ୍ରସ୍ତୁତି କରି ଆଉ କିଛି ଯୁବକଙ୍କ ସହ ଉପସ୍ଥିତ ଥିଲା। ସେ ହଲାଲ୍ ଦେଖିବାକୁ ସୂର୍ଯ୍ୟଙ୍କୁ ଡାକିଲା। ସୂର୍ଯ୍ୟ ଦେଖିବାକୁ ମନା କରିବାରୁ ତାଙ୍କୁ ଗାଳିଗୁଲଜ କଲା। ଶେଷରେ ସୂର୍ଯ୍ୟଙ୍କ ପେଟକୁ ଛୁରି ଭୁସିଦେଲା। ଜୀବନ ବିକଳରେ ସୂର୍ଯ୍ୟ ପ୍ରାୟ ୨୦୦ ମିଟର ଯାଏଁ ଦୌଡ଼ିଥିଲେ। ହେଲେ, ସେମାନେ ଗୋଡାଇ ଗୋଡାଇ ସୂର୍ଯ୍ୟଙ୍କୁ ଛୁରି ଭୁଶିଥିଲେ।
ଆହୁରି ପଢନ୍ତୁ- ଶିଲିଗୁଡ଼ିରେ ସ୍ତ୍ରୀ ଅଦଳବଦଳ, ରିଲ୍ ନୁହେଁ ରିଅଲ୍ ଲାଇଫ୍ ରେ ୱାଇଫ୍ ସ୍ଵାପ୍
ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୋଏଡା ସ୍ଥିତ ଏକ ସହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ କିଛି ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅସଦ ଏବଂ ସୂର୍ଯ୍ୟ ମଧ୍ୟରେ ୮ ମାସ ତଳେ ମାରପିଟ୍ ହୋଇଥିଲା। ପୂର୍ବ ଶତ୍ରୁତା ଯୋଗୁଁ ଅସଦ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଆର୍ମିକୁ ଆହୁରି ଶକ୍ତିଶାଳି କରାଯିବ, ଯବାନଙ୍କୁ ଡ୍ରୋନ ବିଷୟରେ ଟ୍ରେନିଂ ଦିଆଯିବ