ନୂଆଦିଲ୍ଲୀ: ସ୍ବାମୀଙ୍କ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ବେଶ ହସଖୁସିରେଯ ଜନ୍ମଦିନ ହୋଟେଲରେ ପାଳିଲେ । ଖୁସିରେ ଖାଇଲେ ଆଉ ମଜା ବି କଲେ । ହେଲେ ସକାଳୁ ଦେଖିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ବାମୀ ଥାଇ ବି ତାଙ୍କର କେମିତି ମୃତ୍ୟୁ ହେଲା ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମସୁରୀରୁ ଆସିଛି ଏଭଳି ଏକ ଖବର । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ଜଣକ ହେଲେ ରାଧା ଗାୟତ୍ରୀ ଏବଂ ତାଙ୍କ ସ୍ବାମୀ ହେଲେ ସୌମ୍ୟ ଶ୍ରୀଚରଣ ।
କିଛଦିନ ତଳେ ଉଭୟଙ୍କ ବିବାହ ହୋଇଥିଲା । ସେମାନେ ବେଶ ଖୁସିରେ ରହୁଥିଲେ । ସୌମ୍ୟଙ୍କ ଜନ୍ମଦିନ ରହିଥିବାବେଳେ ସ୍ବାମୀ ସ୍ତ୍ରୀ ଏକାଠି ଯାଇଥିଲେ । ସେମାନେ ଦିଲ୍ଲୀର ବାସିନ୍ଦା ହୋଇଥିବାବେଳେ ଋଷିକେଶରେ ଦର୍ଶନ କରିଥିଲେ । ଏହାପରେ ସେମାନେ ମସୁରୀ ହୋଇଥିଲେ । ସେଠାରେ ନାଇଟ୍ ଷ୍ଟେ ମଧ୍ୟ କରିଥିଲେ । ସ୍ବାମୀ ସ୍ତ୍ରୀ ଏକାଠି ଖାଇଲେ ଏବଂ ଜନ୍ମଦିନ କେକ୍ କାଟି ଶୋଇଲେ । କିନ୍ତୁ ସକାଳୁ ଉଠିବା ବେଳକୁ ରାଧା ଚେତାଶୂନ୍ୟ ହୋଇଥିବା ସୌମ୍ୟ ଦେଖିବାକୁ ପାଇଥିଲେ । ପରେ ଆମ୍ବୁଲାନ୍ସରେ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ରାଧାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ସେମାନେ ରହିଥିବା ହୋଟେଲରେ ବେଡ ତଳୁ ଦୁଇଟି ମଦ ବୋତଲ ଜବତ କରାଯାଇଛି । ଏହାସହ ହୋଟେଲ ବେଡରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ରାଧା ଶୋଇଥିବା ବେଡରେ ରକ୍ତ ଲାଗିଥିବାବେଳେ ଏହା ଘଟଣାକୁ ଅଧିକ ରୋଚକ କରିଛି । ଏହାସହ ତାଙ୍କ ନାକରୁ ରକ୍ତ ବାହାରିଥିବାବେଳେ ସେ ପରିସ୍ରା କରିପକାଇଥିଲେ । ତାଙ୍କ ଦେହରେ କୌଣସି କ୍ଷତାକ୍ତ ଦାଗ ନଥିବାବେଳେ ନାକରୁ ରକ୍ତ ବାହାରିଛି । ତେବେ ସ୍ବାମୀ କହିଛନ୍ତି କେମିତି ମୃତ୍ୟୁ ହେଲା ଜାଣିନି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହାସହ ପଢ଼ନ୍ତୁ : Vaibhav Suryavanshi: ଏହିସବୁ କାରଣରୁ ଫ୍ଲପ୍ ହେଲେ ବୈଭବ ସୂର୍ଯ୍ୟବଂଶୀ