ନୂଆଦିଲ୍ଲୀ: ଆଇପିଏଲରେ ହିରୋ, ଇଣ୍ଡିଆ-ଏ ଟିମରେ ଫ୍ଲ୍ପ୍ । ଯେଉଁ ଯୁବ କ୍ରିକେଟରଙ୍କ ଉପରେ ରହିଥିଲା ସମସ୍ତଙ୍କ ଭରସା ଶେଷରେ ସେ ନିରାଶ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ କିନ୍ତୁ ଯେଉଁ ଆଶା ରଖାଯାଇଥିଲା ତାହା ପୂରଣ କରିପାରିନାହାନ୍ତି । ଆ ଇପିଏଲରେ ୭୭୬ ରନ କରି ଅରେଞ୍ଜ କ୍ୟାପ୍ ଜିତିଥିବା ବୈଭବ କିନ୍ତୁ ତ୍ରିରାଷ୍ଟ୍ରୀୟ ସିରିଜରେ ୪ ମ୍ୟାଚରେ ମାତ୍ର ୧୧୭ ରନ କରିବାରେ ସକ୍ଷମ ହୋଇଛନ୍ତି । ତେବେ ବୈଭବ ଫ୍ଲପ୍ ହେବା ପଛର ମୁଖ୍ୟ କାରଣ କ’ଣ ?
ବୈଭବ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ । ମାତ୍ର ଶ୍ରୀଲଙ୍କାରେ ଖେଳାଯାଇଥିବା ୪ଟି ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ୧୪ ରନ୍ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ୪୪ ରନ୍ କରିଥିଲେ । ଏହାସହ ତୃତୀୟ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୨୧ ରନ୍ କରିଥିବାବେଳେ ଚତୁର୍ଥ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ୩୮ ରନ ରନ କରିଛନ୍ତି ।
ବୈଭବଙ୍କ ଫ୍ଲପ୍ ପଛର କାରଣ ?
ବୈଭବ ୪ ମ୍ୟାଚରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି । ତେବେ ବୈଭବ ଫ୍ଲପ୍ ହେବା ପଛର ବଡ଼ କାରଣ ହେଉଛି ଦ୍ରୁତଗତିରେ ସ୍କୋର କରିବାର ଲକ୍ଷ୍ୟ । ବୈଭବ ସବୁବେଳେ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରନ୍ତି । ଯାହାକି ତାଙ୍କୁ ଅଡ଼ୁଆରେ ପକାଇଥାଏ । ଏବଂ ଶୀଘ୍ର ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି ।
ଆଫଗାନିସ୍ତାନ-ଏ ବିପକ୍ଷରୁ ଦ୍ବିତୀୟ ମ୍ୟାଚରେ ୨ଟି ଜୀବନଦାନ ପାଇବା ପରେ ମଧ୍ୟ ସଟ ବଲରେ ଆଉଟ୍ ହୋଇଥିଲେ ବୈଭବ । ସେ ସବୁ ବଲରୁ ବଡ଼ ସଟ୍ ଖେଳିବାର ଲକ୍ଷ୍ୟ ରଖୁଥିବାବେଳେ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି, ବୈଭବ ଏଯାବତ ଟି-୨୦ ଫର୍ମାଟରୁ ବାହାରି ନାହାନ୍ତି । ସେ ସବୁ ମ୍ୟାଚକୁ ଟି-୨୦ ଭଳି ଖେଳିବା ଭଳି ମନେ କରୁଛନ୍ତି । ଦିନିକିଆରେ ମଧ୍ୟ ଆରମ୍ଭରୁ ବଡ଼ ବଡ଼ ସଟ୍ ଖେଳିବା ଆରମ୍ଭ କରୁଛନ୍ତି ।