ଭୁବନେଶ୍ବର, ୮।୬ : ବାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ସୋମବାର ୩ ସାଙ୍ଗ ଭାସିଯାଇଥିଲେ। ସମସ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଗଣେଷ ଗୋଚ୍ଛାୟତ, ଶକ୍ତି ସାହୁ, ପ୍ରିନ୍ସ ଲୋହାର । ମୃତଦେହକୁ ଜବତ କରି ପୁଲିସ ବ୍ୟବଛେଦ ପାଇଁ ପଠାଇଛି।
ତାଳଚେରସ୍ଥିତ ବ୍ରାହ୍ମଣୀ ନଦୀର ଏକ ଘାଟରେ ୩ଜଣ ସାଙ୍ଗ ସୋମବାର ଗାଧୋଇବାକୁ ଯାଇଥିଲେ। ସେମାନେ ଗାଧୋଉଥିବା ବେଳେ କୌଣସି କାରଣ ବଶତଃ ନଦୀ ସୁଅରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ତୁରନ୍ତ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଆଉ ୨ ଜଣ ସାଙ୍ଗ ନିଖୋଜ ଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶେଷରେ ଅଗ୍ନିଶମ ବାହିନୀ ୩ ଜଣ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରିଛି। ୩ ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି।
ଆହୁରି ପଢନ୍ତୁ : ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ, ମୁଖ୍ୟମନ୍ତ୍ରୀ ରହିଲେ ଅଧ୍ୟକ୍ଷ