ଭୁବନେଶ୍ବର, ୮।୬ : ବାହ୍ମଣୀ ନଦୀରେ ଅଘଟଣ। ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ତାଳଚେରସ୍ଥିତ ବ୍ରାହ୍ମଣୀ ନଦୀର ଏକ ଘାଟରେ ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ସେମାନେ ଗାଧୋଉଥିବା ବେଳେ ହେଲେ କୌଣସି କାରଣ ବଶତଃ ନଦୀ ସୁଅରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଉ ୨ ଜଣ ସାଙ୍ଗ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣାପଡିଛି।
ଆହୁରି ପଢନ୍ତୁ : ନିଖୋଜ ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ହତ୍ୟା କରି ପୋତି ଦେଇଥିଲା ପ୍ରେମିକ