ପ୍ରମୂଖ ଖବର
  • ପୁଣି ଶ୍ରୀମନ୍ଦିର ଭିତରୁ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ
  • ||
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବ୍ରାଜିଲରେ ୨୦ ବର୍ଷୀୟା ଯୁବତୀଙ୍କ ହୃଦଘାତରେ ମୃତ୍ୟୁ, ଶରୀରରେ ଲାଗି ରହିଥିଲା ୨୬ଟି ଆଇଫୋନ୍‌

Published By : Tapas Panda | August 4, 2025 9:48 PM

Image Courtesy: boredpanda

ନୂଆଦିଲ୍ଲୀ: ବ୍ରାଜିଲର ପାରାନାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ସେ ଏକ ବସ୍‌ରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା ବୋଲି କୁହାଯାଉଛି  । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ତାଙ୍କ ଶରୀରରେ ୨୬ଟି ଆଇଫୋନ୍ ଲାଗି ରହିଥିଲା । ଏଭଳି ଘଟଣା ଜୁଲାଇ ୨୯ରେ ଘଟିଥିଲା । ତେବେ ଯୁବତୀଜଣଙ୍କ ଏତେ ସଂଖ୍ୟକ ଆଇଫୋନ୍‌ ଚୋରି କରି ନେଉଥିଲେ ବୋଲି ପୁଲିସ କହିଛି । କିନ୍ତୁ ତାଙ୍କର ମୃତ୍ୟୁ ଆଇଫୋନ୍‌ର ବିକିରଣ ଯୋଗୁଁ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ ।  

ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ମହିଳା ଇଗୁଆସୁରୁ ସାଓ ପାଉଲୋ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଆରାପୁଆଭା ସହର ନିକଟରେ ଏକ ରାସ୍ତା ପାର୍ଶ୍ୱ ରେଷ୍ଟୁରାଣ୍ଟରେ ବସ୍ ଅଟକିବା ମାତ୍ରେ ହଠାତ୍ ତାଙ୍କର ଶ୍ବାସକ୍ରିୟା କରିବାରେ ଅସୁବିଧା ହୋଇଥିଲା । ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡାକ୍ତର ଯେତେବେଳେ ମହିଳାଙ୍କ ଯାଞ୍ଚ କଲେ, ତାଙ୍କ ମୁଣ୍ଡରୁ ପାଦ ଯାଏଁ ୨୬ଟି ପ୍ୟାକେଟ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ସବୁ ପ୍ୟାକେଟ୍‌ ଖୋଲିବା ପରେ ଜଣାପଡିଥିଲା ଯେ, ଏଗୁଡ଼ିକ ଆଇଫୋନ ଥିଲା । 

ଯୁବତୀଙ୍କ ବ୍ୟାଗରୁ ମଦ ବୋତଲ ମଧ୍ୟ ମିଳିଥିଲା। ପୁଲିସ ଆଇଫୋନଗୁଡ଼ିକୁ ଜବତ କରି ବ୍ରାଜିଲର ଫେଡେରାଲ ରାଜସ୍ୱ ସେବାକୁ ହସ୍ତାନ୍ତର କରିଛି । ପାରାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି । ସେମାନେ ବର୍ତ୍ତମାନ ମୃତ ଯୁବତୀଙ୍କ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା ରହିଛି । ଯାହା ଦ୍ଵାରା ଘଟଣା ପଛର ସଠିକ୍ କାରଣ ଜଣାପଡିପାରିବ । ଲୋକମାନେ ସନ୍ଦେହ କରୁଛନ୍ତି ଯେ, ମୃତ୍ୟୁର କାରଣ ଆଇଫୋନ୍ ହୋଇପାରେ । ଶରୀରରେ ଦୀର୍ଘ ସମୟ ଧରି ୨୬ଟି ଆଇଫୋନ୍‌ ଲାଗି ରହିବା ପରେ ଏଭଳି ହୋଇଥାଇପାରେ । 

ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ଯୁବତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ସେପଟେ ବ୍ରାଜିଲରେ ମୋବାଇଲ୍ ଚୋରାଚାଲାଣ ଘଟଣା ସରକାର ଚିନ୍ତା ବଢ଼ାଇ ଦେଇଛି । ବ୍ରାଜିଲରେ ପ୍ରତିଦିନ ପ୍ରାୟ ୧୦,୦୦୦ ମୋବାଇଲ୍ ଫୋନ୍ ଚୋରାଚାଲାଣ ହେଉଛି । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମେ ପର୍ଯ୍ୟନ୍ତ ଆଇଫୋନ୍ ଚୋରାଚାଲାଣରେ ପ୍ରାୟ ୨୫% ବୃଦ୍ଧି ଘଟିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.