ଓସ୍କାର ୨୦୨୩ ପାଇଁ ମନୋନୀତ ହେଲା RRR ଚଳଚିତ୍ରର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ ୨୪/ ୦୧: ଲୋକପ୍ରିୟ ତେଲୁଗୁ ସିନେମା RRR ବିଶ୍ବସ୍ତରରେ ବେଶ୍ ଲୋକପ୍ରିୟତା ପାଇଛି । ବିଶେଷ କରି ଏହାର ସବୁଠାରୁ ଲୋକପ୍ରିୟ ଗୀତ ‘ନାଟୁ ନାଟୁ’ ଏବେ ଓସ୍କାର ୨୦୨୩ ପାଇଁ ମନୋନୀତ ହୋଇଛି । ଓସ୍କାର ୨୦୨୩ ‘ବେଷ୍ଟ ଓରିଜିନାଲ ସଙ୍ଗ କାଟାଗରୀ’ ବା ଶ୍ରେଷ୍ଠ ଗୀତ ବର୍ଗରେ ‘ନାଟୁ ନାଟୁ’କୁ ସାମିଲ କରାଯାଇଛି । ଏ ନେଇ ମଙ୍ଗଳବାର ଘୋଷଣା କରାଯାଇଛି । ନାଟୁ ନାଟୁ ଓସ୍କାର ପାଇଁ ମନୋନୀତ ହେବା ସହ ଇତିହାସ ରଚିିଛି ।
ଗତ ସପ୍ତାହରେ ‘ନାଟୁ ନାଟୁ’ ଗୀତ ଗୋଲ୍ଡେନ୍ ଗ୍ଲୋବ୍ ବିଜେତା ହୋଇପାରିଥିଲା । ଏହି ଗୀତର ଷ୍ଟେପ୍ ଗୁଡିକ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଯାହାକି ପରେ ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିପାରିଥିଲା । ନାଟୁ ନାଟୁର କମ୍ପୋଜର ଏମ୍ଏମ୍ କିରାବାଣୀଙ୍କ ବଳିଷ୍ଠ ଯୋଗଦାନ ଏବଂ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଡ୍ୟାନ୍ସ ସମସ୍ତଙ୍କୁ ମତୁଆଲା କରିଥିଲା ।
ଏହି ଖବର ବି ପଢନ୍ତୁ: ତୃତୀୟ ଦିନିକିଆରେ ୯୦ ରନରେ ଧୂଳି ଚାଟିଲା ନ୍ୟୁଜିଲାଣ୍ଡ, କ୍ଲିନ୍ ସ୍ବିପ୍ ସହ ODI ରାଙ୍କିଂ ଶୀର୍ଷରେ ଟିମ୍ ଇଣ୍ଡିଆ
ନାଟୁ ନାଟୁ ଓସ୍କାର ପାଇଁ ମନୋନୀତ ହେବା ସହ ଭାରତୀୟ ସିନେମା ଶିଳ୍ପକୁ ଗର୍ବିତ କରିଛି । ଓସ୍କାର ପାଇଁ ମନୋନୀତ ହୋଇଥିବା ଅନ୍ୟ ଗୀତଗୁଡିକ ମଧ୍ୟରେ ରହିଛନ୍ତି Applause ( ଫିଲ୍ମ-Tell It Like a Woman), ହୋଲ୍ଡ ମାଇଁ ହ୍ୟାଣ୍ଡ (ଫିଲ୍ମ-Top Gun Maverick), ଲିପ୍ଟ ମି ଅପ୍ (ଫିଲ୍ମ-Black Panther Wakanda Forever) ଏବଂ ଦିସ୍ ଇଜ୍ ଏ ଲାଇଫ୍ (ଫିଲ୍ମ-Everything Everywhere All at Once) ।