PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନବଙ୍କୁ ସର୍ଭିସ ରିଭଲଭରରୁ ଗୁଳିମାଡ଼ କରିଛନ୍ତି ପୋଲିସ  ASI, କାରଣ ଅସ୍ପଷ୍ଟ

ବ୍ରଜରାଜନଗର,୨୯।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଥିବା ବେଳେ ଘଟଣା ନୂଆ ମୋଡ ନେଇଛି। କୁହାଯାଉଛି ଯେ, ମନ୍ତ୍ରୀଙ୍କୁ ଗୁଳି ମାରିବା ପଛରେ ଜଣେ ପୋଲିସ ଅଧିକାରୀଙ୍କ ହାତ ରହିଛି। ସେ ତାଙ୍କ ସର୍ଭିସ ରିଭଲରରୁ ଗୁଳି କରିଛନ୍ତି। ଏଏସଆଇ ଜଣଙ୍କ ତାଙ୍କ ସର୍ଭିସ ରିଭଲଭରୁ ୪ ରାଉଣ୍ଡ ଗୁଳି କରିଛନ୍ତି। ଗୁଳି ନବ ଦାସଙ୍କ ବାମ ଛାତିରେ ମାଡ ହୋଇଥିବାର ଜଣାପଡିଛି। ଗାନ୍ଧି ଛକ ଥାନାର  ASI ଗୋପାଳ ଦାସ ଗୁଳି କରିଥିବା ନେଇ ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। ଗୁଳିମାଡ କରିଥିବା ପୋଲିସ ଏଏସଆଇଙ୍କୁ ତୁରନ୍ତ କାବୁ କରି ନିଆଯାଇଥିଲା। ଏବେ ତାଙ୍କୁ ପଚରା ଉଚରା କରାଯାଉଛି। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି ।

ମିଳିଥିବା ଖବର ଅନୁସାରେ, ବିଜେଡି କାର୍ଯ୍ୟାଳୟର ଉଦଘାଟନରେ ଯୋଗ ଦେବାକୁ ମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଯାଇଥିଲେ। ଗାଡିରୁ ଓହ୍ଲାଇ ଚାଲିକି ଯାଉଥିବାବେଳେ କର୍ମୀମାନେ ତାଙ୍କୁ ଫୁଲମାଳା ଦେଇ ସମ୍ବନ୍ଧନା ଦେଉଥିଲେ। ଠିକ୍ ଏହି ସମୟରେ ଅତର୍କିତ ଭାବରେ ଗୁଳିମାଡ କରିଥିଲେ ପୋଲିସ ଏଏସଆଇ। ଏହି ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ କରି ନିଆଯାଇଛି। ଏବେ ତାଙ୍କୁ ପଚରା ଉଚରା କରାଯାଉଛି। ପୋଲିସ କର୍ମଚାରୀ ଜଣକ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଯାଇଥିବା ବେଳେ କ’ଣ ପାଇଁ ଗୁଳି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ମନ୍ତ୍ରୀଙ୍କୁ ଝାରସୁଗୁଡା ହସ୍ପିଟାଲରୁ ଏୟାରଲିଫ୍ଟ କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଛି।

ସମ୍ବନ୍ଧିତ ଖବର