ଅନୁଗୁଳ,୨୮/୦୫: ଅନୁଗୁଳ ସହର ଉପକଣ୍ଠ କୁଇଓ ନୂଆ ଅନନ୍ତବେରେଣୀ କଲୋନୀରେ ୧୩ ବର୍ଷର ନାବାଳିକା ପ୍ରେମିକାର ତଣ୍ଟିକାଟି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକ ରଞ୍ଜନ ବେହେରା(୨୫)କୁ କାବୁ କରିଛି ସଦର ଥାନା ପୁଲିସ୍ । ୧୯ ଦିନ ହେଲା ପୁଲିସ୍କୁ ଚକ୍ମା ଦେଇ ଚାଲିଥିବା ରଞ୍ଜନକୁ ପୁଲିସ୍ ଝାରସୁଗୁଡ଼ାରୁ ଭିଡ଼ି ଆଣିଛି । ତା’ ଦ୍ୱାରା ବ୍ୟବହୃତ ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି । ଶନିବାର ଅପରାହ୍ଣରେ ଅଭିଯୁକ୍ତକୁ ଧରି ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରାଯାଇଛି । ରବିବାର ଅଭିଯୁକ୍ତ ରଞ୍ଜନକୁ କୋର୍ଟଚାଲାଣ କରାଯିବ ।
ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ପଛରେ ଏକତରଫା ପ୍ରେମ ନୁହଁ³ ବରଂ ଉଭୟ ରଞ୍ଜନ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ନାବାଳିକା ପରସ୍ପରକୁ ଭଲ ପାଉଥିଲେ ବୋଲି ପୁଲିସ୍ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ବନ୍ଧା ହେବାର କେଇ ଘଣ୍ଟା ପୂର୍ବରୁ ଫେସ୍ବୁକ୍ରେ ନାବାଳିକା ପ୍ରେମିକା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ପୋଷ୍ଟ କରିଥିଲା ଯାହାକି ଉଭୟଙ୍କ ମଧ୍ୟରେ ପ୍ରେମର ଗଭୀରତାକୁ ହିଁ ବୟାନ କରୁଛି । ଏମିତିକି ପ୍ରେମ ସମ୍ପର୍କ ନେଇ ଉଭୟ ପରିବାର ଲୋକ ଜାଣିଥିଲେ । ଅଭିଯୁକ୍ତ ରଞ୍ଜନ କୁଇଓସ୍ଥିତି ନାବାଳିକା ଘରକୁ ଯା’ଆସ କରିବା ତାଙ୍କ ବେଡ୍ରୁମ୍ରେ ଉଠାଇଥିବା ଫଟୋରୁ ପୁଲିସ୍ ସ୍ପଷ୍ଟ ହୋଇଛି । ତେବେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ନାବାଳିକା ଆଉ ପ୍ରେମିକ ରଞ୍ଜନ ମଧ୍ୟ ମନୋମାଳିନ୍ୟ ହୋଇଥିଲା । ନାବାଳିକା ରଞ୍ଜନକୁ ଆଉ ଧରାଛୁଆଁ ଦେଇନଥିଲେ କି ଫୋନ୍ ମଧ୍ୟ ଉଠାଇ ନଥିଲେ । ଏମିତିକି ଅନ୍ଲାଇନ୍ରେ ଥାଇ ମଧ୍ୟ ହ୍ୱାଟ୍ସଆପ୍ରେ କୌଣସି ରିପ୍ଲାଇ ଦେଉନଥିଲେ । ଏହାରି ମଧ୍ୟରେ ନାବାଳିକା ଅନ୍ୟ ଜଣକ ପ୍ରେମରେ ପଡ଼ିଥିବା ଅଭିଯୁକ୍ତ ସନ୍ଦେହ କରିଥିଲା । ନାବାଳିକା ତାକୁ ଅଣଦେଖା କରିବା ସନ୍ଦେହ ରଞ୍ଜନର ଘନୀଭୂତ ହେବା ସହ ପ୍ରେମିକା ଆଉ କାହାର ହେବା ପୂର୍ବରୁ ଜୀବନରୁ ମାରି ଦେଇଥିବା ପୁଲିସ୍ର ଜେରା ବେଳେ ଅଭିଯୁକ୍ତ ସ୍ୱୀକାର କରିଥିବା ଜଣାଯାଇଛି ।
{"id":579292,"width":775,"height":534,"sizeSlug":"full","linkDestination":"none"}
ପ୍ରକାଶ ଯେ, ଗତ ୮ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଅଭିଯୁକ୍ତ କଣିହାଁ ବ୍ଲକ୍ ବଡ଼ଗୁଣ୍ଡୁରି ଗ୍ରାମର ରଞ୍ଜନ ବେହେରା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଥିଲା । ୧୩ ବର୍ଷର ନାବାଳିକା ସାନ ଭାଇ ସହିତ ଘର ଅଗଣାରେ ମୋବାଇଲ୍ ଦେଖୁଥିଲେ । ଅତର୍କିତ ଭାବେ ରଞ୍ଜନ ପହଞ୍ଚି ନାବାଳିକାକୁ ଘର ଭିତରକୁ ଭିଡ଼ି ନେଇଥିଲା । ରୁମ୍ ଭିତରେ ତଣ୍ଟି କାଟି ଦେଇଥିଲା । ଏହା ଦେଖି ନାବାଳିକାଙ୍କ ମା’ ବିରୋଧ କରିବାରୁ ତାଙ୍କୁ ଧକ୍କା ଦେଇ ଘରୁ ପଦାକୁ ଚାଲିଆସିଥିଲା । ଘରର ମୁଖ୍ୟ କବାଟ ବାହାର ପଟୁ ବନ୍ଦ କରି ରଞ୍ଜନ ଘର ସାମ୍ନାରେ ରଖିଥିବା ବାଇକ୍ ଧରି ଚମ୍ପଟ ମାରିଥିଲା । ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିଥିଲା । ମାତ୍ର ପେସାରେ ଜଣେ କାର୍ ଡ୍ରାଇଭର୍ ରଞ୍ଜନ ରାଜ୍ୟ ତଥା ରାଜ୍ୟ ବାହାରର ଅଧିକାଂଶ ରାସ୍ତା ସମ୍ପର୍କରେ ଜାଣିଥିବାରୁ ତାକୁ କାବୁ କରିବା ପୁଲିସ ପାଇଁ କାଠିକର ପାଠ ହୋଇଥିଲା । ପୁଲିସ୍କୁ ଚକ୍ମା ଦେବାକୁ ଯାଇ ରାଜ୍ୟ ବାହାରକୁ ପଳାଇଥିଲା । ତେବେ ପୁଲିସ୍ ମାରାଥନ ଚଢ଼ଉ ସାଙ୍ଗକୁ ଜୋରଦାର ତନାଘନା ପରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଅଭିଯୁକ୍ତକୁ ଝାରସୁଗୁଡ଼ାରୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି ।
wp:heading {"level":3}ଆଠମଲ୍ଲିକରେ ଭାଙ୍ଗିଲା ନମ୍ବର ପ୍ଲେଟ୍
/wp:headingପ୍ରେମିକାର ଗଳା କାଟି ହତ୍ୟା କରିବା ପରେ ଅଭିଯୁକ୍ତ ରଞ୍ଜନ ବେହେରା ବାଇକ୍ରେ ଚମ୍ପଟ୍ ମାରିଥିଲା । ସେ କେନାଲ୍ ରୋଡ୍ ଦେଇ କୁମଣ୍ଡରେ ପହଞ୍ଚିଥିଲା । ସେଠାରେ ନିଜ ମୋବାଇଲ୍ ସ୍ୱିଚ୍ ଅଫ୍ କରିଥିଲା । ସିମ୍କୁ ଫିଙ୍ଗି ଦେଇ ଡିଆଇସି ଛକ ଦେଇ ହାଟଛକ, ଛେଳିଆପଡ଼ା ଦେଇ ବନ୍ତଳାରେ ପହଞ୍ଚିଥିଲା । ବନ୍ତଳାରୁ ଅନ୍ତୁଳିଆ ଓ ଆଠମଲ୍ଲିକ ଦେଇ ବୌଦ୍ଧରେ ରାତି କଟାଇଥିଲା । ଆଠମଲ୍ଲିକଠାରେ ନିଜ ବାଇକ୍ର ନମ୍ବର ପ୍ଲେଟ୍ ଭାଙ୍ଗିଥିବା ପୁଲିସ୍ ସିସିଟିଭିରୁ ଜାଣିପାରିଛି । ସମ୍ବଲପୁର ଦେଇ ସେ ଝାରସୁଗୁଡ଼ାରେ ପହଞ୍ଚିଥିଲା । ପ୍ରେମିକାକୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ହିଁ ତାର ଚପଲ ଛାଡ଼ି ଯାଇଥିଲା । ତେଣୁ ସେ ଖାଲି ଚପଲରେ ଝାରସୁଗୁଡ଼ା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଚପଲ କିଣିବା ସହ ଖରାରୁ ବର୍ତ୍ତିବା ପାଇଁ ଏକ ଗାମୁଛା କିଣିଥିବା ପୁଲିସ୍ ପଚରାଉଚରା ବେଳେ ଜଣାପଡ଼ିଛି ।
{"id":579294,"width":740,"height":514,"sizeSlug":"full","linkDestination":"none"}
୨୫୦୦ ଟଙ୍କାରେ ଚଳିଗଲା ୧୯ ଦିନ
/wp:headingପ୍ରେମିକା ଉପରେ ସନ୍ଦେହ ହେବାରୁ ଅଭିଯୁକ୍ତ ରଞ୍ଜନ ତାଙ୍କୁ ହତ୍ୟା ଯୋଜନା ରଚିଥିଲା । ତେଣୁ ଘଟଣା ଘଟିବା ଦିନ ଘରୁ ଏକ ଛୁରୀ ଧରି ବାଇକ୍ରେ କୁଇଓ ଆସିଥିଲା । ପାଖରେ ଥିଲା ୩ ହଜାର ଟଙ୍କା । ହତ୍ୟାକାଣ୍ଡ ଭିଆଇ ସେ ଫେରାର୍ ହୋଇଯାଇଥିବା ବେଳେ ୧୯ ଦିନ କାଳ ମାତ୍ର ୨୫୦୦ ଟଙ୍କାରେ ଚଳିଯାଇଥିଲା । ଯଦିଓ ପୁଲିସ୍କୁ ଚକ୍ମା ଦେବାକୁ ସେ ସିମ୍ ପକାଇ ଦେଇଥିଲା, କିନ୍ତୁ ଅନ୍ୟମାନଙ୍କଠାରୁ ଫୋନ୍ ଆଣି କିଛି ଚିହ୍ନା ଲୋକଙ୍କୁ ଫୋନ୍ ପେ’ରେ ଟଙ୍କା ମାଗିଥିଲା । ହେଲେ କେହି ଟଙ୍କା ଦେଇନଥିଲେ । ତେଣୁ ଟଙ୍କା ପାଇଁ ସେ ମୋବାଇଲ୍ ଓ ବାଇକ୍ ବିକ୍ରି କରିବାକୁ ବସିଥିଲା । ମାତ୍ର ଏହାପୂର୍ବରୁ ପୁଲିସ୍ ତାକୁ କାବୁ କରିଥିଲା । ପୁଲିସ୍ ହାବୁଡ଼ରେ ପଡ଼ିବା ବେଳକୁ ତା’ ପାଖରେ ୫୦୦ ଟଙ୍କା ରହିଥିଲା । ଏହି ଟଙ୍କାକୁ ପୁଲିସ୍ ଜବତ କରିଛି ।
wp:heading {"level":3}ଟ୍ରେନ୍ରେ ଦିଲ୍ଲୀ, ବସ୍ରେ ଶିମ୍ଲା ବୁଲିଲା
/wp:headingପୁଲିସ୍କୁ ଚକ୍ମା ଦେବାକୁ ଅଭିଯୁକ୍ତ ରଞ୍ଜନ ସବୁ ବୁଦ୍ଧି ଖଟାଇ ଦେଇଥିଲା । ପୁଲିସ୍ ତାକୁ ପିଛା କରୁଥିବା ବେଳେ ସେ ଗତ ୧୨ ତାରିଖରେ ଓଡ଼ିଶା ଛାଡ଼ିଥିଲା । ଝାରସୁଗୁଡ଼ାରୁ ସେ ବିନା ଟିକେଟ୍ରେ ଦିଲ୍ଲୀ ପଳାଇଥିଲା । ସେଠାରୁ ବସ୍ରେ ଶିମଲା ଯାଇଥିଲା । ସେଠାରେ ଶୀତ ହେଉଥିବାରୁ ଗୋଟିଏ ଜ୍ୟାକେଟ୍ କିଣିଥିଲା । ଦୁଇ ଦିନ ରହଣି ପରେ ଦିଲ୍ଲୀ ଫେରିଥିଲା । ମାତ୍ର ପାଖରେ ଟଙ୍କା ସରି ଆସୁଥିବାରୁ ସେ ପୁନର୍ବାର ୨୧ ତାରିଖରେ ଝାରସୁଗୁଡ଼ା ଫେରିଥିଲା ଟ୍ରେନ୍ରେ । ୨୬ ତାରିଖ ସକାଳେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଚିହ୍ନା ଦୋକାନରେ ମୋବାଇଲ୍ ଓ ବାଇକ୍ ବିକ୍ରି କରି ସେ ଅନ୍ୟତ୍ର ଚାଲିଯିବାକୁ ଯୋଜନା କରିଥିଲା । ଏହା ପୂର୍ବରୁ ସେ ପୁଲିସ୍ ଖାପ୍ଚାରେ ପଡ଼ି ଯାଇଥିଲା ।
wp:heading {"level":3}କେମିତି କାବୁ କଲା ପୁଲିସ୍?
/wp:headingଅଭିଯୁକ୍ତ ରଞ୍ଜନ ଥିଲା ଡ୍ରାଇଭର । ସେ ଅଧିକାଂଶ ରାସ୍ତାଘାଟ ଜାଣିଥିଲା । ପୁଲିସ୍ କବଳରୁ ବର୍ତ୍ତିବା ପାଇଁ ସେ ମୋବାଇଲ୍ରୁ ସିମ୍ କାଢ଼ି ଫିଙ୍ଗିଦେବା ସହ ବାଇକ୍ରେ ପଳାଇଥିଲା ଝାରସୁଗୁଡ଼ା । ସେଠାରେ ଏକ ମୋବାଇଲ୍ ଦୋକାନୀ ସହ ରଞ୍ଜନ ଭାବ ବଢ଼ାଇଥିଲା । ସେଠାରୁ ଫୋନ୍ ମାଗି ଅନ୍ୟକୁ ଫୋନ୍ ପେ’ରେ ଟଙ୍କା ମାଗି ବିଫଳ ହେବା ପରେ ଦିଲ୍ଲୀ ପଳାଇଥିଲା । ଏପଟେ ପୁଲିସ୍ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ପଛେ ପଛେ ଝାରସୁଗୁଡ଼ା ଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ଉକ୍ତ ମୋବାଇଲ୍ ଦୋକାନରେ ପହଞ୍ଚିଥିଲା । ରଞ୍ଜନ ବିଷୟରେ ତଥ୍ୟ ଆଣି ଛତିଶଗଡ଼ ଅଭିମୁଖେ ଯାଇଥିଲା । ଗଲା ବେଳେ ଉକ୍ତ ମୋବାଇଲ୍ ଦୋକାନୀଙ୍କୁ ରଞ୍ଜନର ସନ୍ଧାନ ପାଇଲେ ଜଣାଇବ ବୋଲି କହିଥିଲା । ଅଭିଯୁକ୍ତ ରଞ୍ଜନ ଶୁକ୍ରବାର ଦିଲ୍ଲୀରୁ ଫେରି ସନ୍ଧ୍ୟାରେ ଉକ୍ତ ମୋବାଇଲ୍ ଦୋକାନରେ ପହଞ୍ଚିଥିଲା । ଅଭିଯୁକ୍ତ ରଞ୍ଜନକୁ ଦେଖିବା ମାତ୍ର ଦୋକାନୀ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ । ଫଳରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା ।
wp:heading {"level":3}ମେଡିକାଲ୍ରେ ରଖିଲା ବାଇକ୍
/wp:heading୧୨ ତାରିଖରେ ଅଭିଯୁକ୍ତ ରଞ୍ଜନ ଟ୍ରେନ୍ରେ ବିନା ଟିକେଟ୍ରେ ପଳାଇଥିଲା ଦିଲ୍ଲୀ । ଗଲାବେଳେ ବାଇକ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ର ପାର୍କିଂରେ ରଖିଥିଲା । ୨୮ ତାରିଖ ଦିନ ଦିଲ୍ଲୀରୁ ଫେରିବା ପରେ ପ୍ରଥମେ ବାଇକ୍ ପାଇଁ ମେଡିକାଲ୍ରେ ପହଞ୍ଚିଥିଲା । ସେଠାରୁ ବାଇକ୍ରେ ମୋବାଇଲ୍ ଦୋକାନକୁ ଆସିଥିଲା ବେଳେ ପୁଲିସ୍ ବିଛାଇଥିବା ଜାଲରେ ପଡ଼ିଥିଲା ।
wp:heading {"level":3}ଫିଲ୍ମ ଷ୍ଟାଇଲ୍ରେ ଲାଗିଲା ପିସିଆର୍ ଭ୍ୟାନ୍
/wp:headingଅଭିଯୁକ୍ତ ରଞ୍ଜନ ମୋବାଇଲ୍ ଦୋକାନରେ ପହଞ୍ଚିବା କ୍ଷଣି ସଦର ଥାନାର ପୁଲିସ୍ ଟିମ୍କୁ ଖବର ମିଳିଥିଲା । ମାତ୍ର ଉକ୍ତ ଦୋକାନଠାରୁ ପ୍ରାୟ ୬୦ କିମି ଦୂରରେ ଥିଲା ପୁଲିସ୍ ଟିମ୍ । ତେଣୁ ଅଭିଯୁକ୍ତକୁ କାବୁ କରିବା ପାଇଁ ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲା । ଏସ୍ପିଙ୍କଠାରୁ ଆରମ୍ଭ କରି ସଦର ଥାନା ଆଇଆଇସି ପର୍ଯ୍ୟନ୍ତ ସମସ୍ତେ ନିଜର ନିଜ ସାଥି ପୁଲିସ୍ଙ୍କ ସହାୟତା ଲୋଡ଼ିଥିଲେ । ଫଳରେ ମାତ୍ର କେଇ ମିନିଟ୍ ମଧ୍ୟରେ ମୋବାଇଲ୍ ଦୋକାନ ପାଖରେ ୧୦ରୁ ଅଧିକ ପିସିଆର୍ ଭ୍ୟାନ୍ ସାଉଥ୍ ଫିଲ୍ମ ଷ୍ଟାଇଲ୍ରେ ପହଞ୍ଚିଥିଲା । ଅଭିଯୁକ୍ତକୁ କାବୁ କରିବା ପରେ ସଦର ଥାନା ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ନିଜ ହେପାଜତକୁ ଆଣିଥିଲା ।
wp:heading {"level":3}ଧରାପଡ଼ିବା ପୂର୍ବରୁ ଫେସବୁକ୍ରେ ଛାଡ଼ିଲା ଫଟୋ
/wp:heading {"id":579293,"width":622,"height":775,"sizeSlug":"full","linkDestination":"none"}
ପୁଲିସ ଅଭିଯୁକ୍ତ ରଞ୍ଜନକୁ ଧରିବା ପୂର୍ବରୁ ସେ ଫେସବୁକ୍ର ନାବାଳିକା ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମହୂର୍ତ୍ତର ୧୬ଟି ଫଟୋ ଫେସବୁକ୍ରେ ପୋଷ୍ଟ କରିଥିଲା । ‘ଖୁସି ଖାଲି ମୋର, ଖୁସି ମୋ ଜୀବନ’ ବୋଲି ଲେଖି ପ୍ରେମର ବିଳାପ କରିଥିଲା । ଦିଲ୍ଲୀରୁ ଫେରି ଝାରସୁଗୁଡ଼ା ମେଡିକାଲ୍ଠାରେ ଜଣେ ବ୍ୟକ୍ତିଙ୍କୁ ସେ ୱାଇଫାଇ ମାଗିଥିଲା । ସେହି ୱାଇଫାଇରେ ହିଁ ସେ ଫଟୋକୁ ଫେସବୁକ୍ରେ ପୋଷ୍ଟ୍ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ତେବେ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ଉକ୍ତ ପୋଷ୍ଟ ଫେସବୁକ୍ରୁ ଡିଲିଟ୍ କରି ଦିଆଯାଇଛି । ଏହାପୂର୍ବରୁ ଏହି ଫଟୋ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି ।
wp:heading {"level":3}ଯଦି ମୋର ନୁହଁ, ତୁ କାହାର ନୁହଁ
/wp:headingକୁଇଓ ଗ୍ରାମର ୧୩ ବର୍ଷୀୟା ପ୍ରେମିକାକୁ ଅନ୍ଧଭାବେ ପ୍ରେମ କରୁଥିଲା ନାବାଳିକା । ଏମିତିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଢେର୍ ଆଗକୁ ଚାଲିଯାଇଥିଲା । ପରସ୍ପର ଉଭୟଙ୍କୁ ଭଲ ପାଉଥିବା ନାବାଳିକାଙ୍କ ଘର ଲୋକ ମଧ୍ୟ ଜାଣିଥିଲେ । ତେଣୁ କିଛି ମାସ ତଳେ ନାବାଳିକାଙ୍କୁ ପିଟାମରା କରିଥିଲେ । ଏପଟେ ନାବାଳିକା ଅନ୍ୟ ଜଣେ ଯୁବକକୁ ପ୍ରେମ କରୁଥିବା ନେଇ ଅଭିଯୁକ୍ତ ରଞ୍ଜନର ସନ୍ଦେହ କରିଥିଲା । ନାବାଳିକା ତା’ ଫୋନ୍ ଉଠାଉନଥିଲେ । ଏମିତିକି ଅନଲାଇନ୍ରେ ଥାଇ ମଧ୍ୟ ହ୍ୱାଟ୍ସଆପ୍ରେ ତା’ ମେସେଜ୍ର ଉତ୍ତର ଦେଉନଥିଲେ । ନମ୍ବରକୁ ବ୍ଲକ କରି ଦେଉଥିଲେ । ଫଳରେ ଅଭିଯୁକ୍ତ ରଞ୍ଜନର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ତେଣୁ ପ୍ରେମିକା ଆଉ କାହାର ହେବା ପୂୂର୍ବରୁ ତାକୁ ଜୀବନରୁ ମାରି ଦେବାକୁ ରଞ୍ଜନ ଯୋଜନା କରିଥିଲା । ଏମିତିକି ହତ୍ୟାକାଣ୍ଡ ଦିନ ସକାଳେ ନାବାଳିକାଙ୍କ ଫୋନ୍କୁ ଯଦି ତୁ ମୋର ନୁହଁ, ତୁ କାହାର ନୁହଁ ବୋଲି ମେସେଜ୍ କରିଥିବା ପୁଲିସ୍ ତଦନ୍ତରୁ ଜାଣିପାରିଛି ।
wp:heading {"level":3}ସିନ୍ ରିକ୍ରିଏସନ୍ ଦେଖିବାକୁ ଭିଡ଼
/wp:heading {"id":579291,"width":726,"height":497,"sizeSlug":"full","linkDestination":"none"}
ଅଭିଯୁକ୍ତର ସିନ୍ ରିକ୍ରିଏସନ୍ କରାଇବା ପାଇଁ ପୁଲିସ୍ ଅଭିଯୁକ୍ତକୁ ଧରି ଶନିବାର ଅପରାହ୍ଣ ସାଢ଼େ ୩ଟା ବେଳେ ନାବାଳିକାଙ୍କ କୁଇଓ ସ୍ଥିତ ଘରେ ପହଞ୍ଚିଥିଲା । ଅଭିଯୁକ୍ତ କେମିତି ଘର ସାମ୍ନାରେ ବାଇକ୍ ରଖିଥିଲା । ପରେ ଘର ବାରଣ୍ଡାରେ ଖେଳୁଥିବା ନାବାଳିକାକୁ ଏକ ଘର ଭିତରକୁ ନେଇ ତଣ୍ଟି କାଟିଥିଲା । ପରେ ରୁମ୍ର କବାଟ ବନ୍ଦ କରି ବାହାରକୁ ଚାଲି ଆସିବା ପରେ ବାଇକ୍ ଧରି ଚମ୍ପଟ ମାରିଥିଲା, ତାହା ପୁଲିସ୍କୁ ଦେଖାଇଥିଲା । ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମହାଳିକ, ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ଉପସ୍ଥିତିରେ ଅଭିଯୁକ୍ତ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା । ସିନ୍ ରିକ୍ରିଏସନ୍ ଦେଖିବାକୁ ପ୍ରବଳ ଗହଳି ହୋଇଥିଲା । ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲା । ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।