PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବାହାଘର ଭାଙ୍ଗିଯିବାରୁ ୭ଦିନରେ ୭ଜଣ ପୁରୁଷଙ୍କ ସହ ଶୋଇଲେ ଏହି ମହିଳା, କାହିଁକି ଏଭଳି କରୁଥିଲେ କହିଲେ

ସୋସିଆଲ ମିଡ଼ିଆରେ ଏମିତି ଜଣେ ମହିଳାଙ୍କ କାହାଣୀ ଚର୍ଚ୍ଚା ହେବାରେ ଲାଗିଛି ଯେ, ସେ ନିଜେ ସ୍ବିକାର କରିଛନ୍ତି କି ସେ ୭ ଦିନରେ ୭ଜଣ ପୁରୁଷଙ୍କ ସହ ଶୋଇଛନ୍ତି ବୋଲି। ଏହା ସହିତ ସେ କହିଛନ୍ତି ଯେ, ୭ରାତି ଡେଟ୍ କରିବା ପରେ ସେ କ’ଣ ଶିଖିଲେ। ବିବାହର ୭ବର୍ଷ ପରେ ସମ୍ପର୍କ ତୁଟିଯିବା ପରେ ସେ ଏଭଳି କାମ କରିଛନ୍ତି ବୋଲି ନିଜେ ସ୍ବିକାର କରିଛନ୍ତି।

ମହିଳା ଜଣଙ୍କ ନାମ ନାଦିୟା ବୋକୋଡି। ସେ ଅଷ୍ଟେ୍ରଲିଆରେ ରୁହନ୍ତି। ରିପୋର୍ଟ ଅନୁସାରେ, ସେ କହିଛନ୍ତି କି ସବୁକିଛି ସେକ୍ସକୁ ନେଇ ନଥିଲା। ମୁଖ୍ୟ କଥା ହେଲା କି, ଏମିତି କରିବା ଦ୍ବାରା ନିଜର ଗୋଟିଏ ସ୍ବାଧୀନତା ଅଛି ବୋଲି ସେ ଅନୁଭବ କରିପାରୁଥିଲେ।

ନାଦିୟା କହିଛନ୍ତି, ବିବାହର ୭ବର୍ଷ ଭିତରେ ଆବେଗପ୍ରବଣ ଭାବେ ଥକିଯିବା ପରେ ସେ ଗୋଟିଏ ରାତିରେ ନିଜକୁ ନିଜ ଭିତରୁ ହିଁ ଖୋଜିବାକୁ ପ୍ରୟାସ କରୁଥିଲେ।

ଏକ ଓ୍ବେବସାଇଟର ସମ୍ପାଦିକା ନାଦିୟା ଏବେ ଜଣେ ବୟଫ୍ରେଣ୍ଡଙ୍କ ସହ ସାମାନ୍ୟ ଜୀବନ ଜୀଉଁଛନ୍ତି। ସେ କହିଛନ୍ତି ଯେ, ସପ୍ତାହରେ ଗୋଟିଏ ରାତି ଡେଟ୍ କରିବା ପରେ ତାଙ୍କୁ ଲାଗେ କି ସେ ପୁଣି ଥରେ ବଞ୍ଚିବେ ବୋଲି। ବାହାଘରେ ପରେ ନୂଆ ଅନୁଭବ ମନେ ପଡ଼ିଲେ ତାଙ୍କ ଆଖିରେ ଖୁସିର ଲୁହ ଝରି ପଡ଼େ। ହୋଇପାରେ ନାଦିୟାଙ୍କୁ ପରେ ଜଣାପଡ଼ିଛି କି ସେ ସେକ୍ସ ପ୍ରତି ଆସକ୍ତ ହୋଇଯାଇଛନ୍ତି। ସେ ଏହା ବି ଲେଖିଛନ୍ତି କି ତାଙ୍କ ଜୀବନ ଉପରେ ଏସବୁ ନକରାତ୍ମକ କ୍ଷତି ପହଞ୍ଚାଇଛି ବୋଲି।