PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସୋବିତା ଧୁଲିପାଲାଙ୍କୁ ଡେଟ୍ କରୁଛନ୍ତି ନାଗା ଚୈତନ୍ୟ, ଡିନର୍‌ ଡେଟ୍‌ର ଫଟୋ ଭାଇରାଲ୍

navbharattimes

ନୂଆଦିଲ୍ଲୀ ୨୯/୦୩ : କିଛି ମାସ ପୂର୍ବେ ନାଗା ଚୈତନ୍ୟ ଏବଂ ସୋବିତା ଧୁଲିପାଲାଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା। ୨୦୨୧ ମସିହାରେ ନାଗା ପତ୍ନୀ ସାମନ୍ଥାଙ୍କ ଠାରୁ ଅଲଗା ହୋଇଥିଲେ। ମାତ୍ର ଗୋଟିଏ ବର୍ଷ ପରେ ଶୋଭିତା ଓ ନାଗାଙ୍କ ସମ୍ପର୍କର ଖବର ଶିଣିବାକୁ ମିଳିଥିଲା। ତେବେ ଦୁହେଁ ସେମାନଙ୍କ ସମ୍ପର୍କ କିମ୍ବା ଲିଙ୍କଅପ୍ ବିଷୟରେ କିଛି କହି ନାହାଁନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ଫଟୋ ଭାଇରାଲ ହେଉଛି, ଯାହା ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କିଛି କହୁଛି।

naga chaitanya shobhita

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ନାଗା ଚୈତନ୍ୟ ଏକ ରେଷ୍ଟୁରାଣ୍ଟରେ ଅଛନ୍ତି ଏବଂ ରୋଷେୟାଙ୍କ ସହ ପୋଜ୍ ଦେଇଛନ୍ତି। ଫଟୋରେ ସୋଭିତା ଧୁଲିପାଲା ବ୍ୟାକଗ୍ରାଉଣ୍ଡ୍‌ କୋଣରେ ବସିଥିବାର ନଜର ଆସିଛନ୍ତି। ସେ ତାଙ୍କ ମୁହଁରେ ହାତ ରଖିଛନ୍ତି। ଫଟୋ ଦେଖିବା ପରେ ସୋବିତା ଓ ନାଗା ପରସ୍ପରକୁ ଡେଟ୍ କରୁଥିବା ଫ୍ୟାନ୍ସ ଅନୁମାନ କରୁଛନ୍ତି। ଏହି ଫଟୋକୁ ରୋଷେୟା ସୁରେନ୍ଦ୍ର ମୋହନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏହାକୁ ଡିଲିଟ କରିଦେଇଛନ୍ତି। ଫଟୋର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।