କୋଲକାତା,୧୬।୬: ତୃଣମୂଳ କଂଗ୍ରେସର ମୁଖ୍ୟ ତଥଶ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭବାନୀପୁର ବିଧାନସଭା ଆସନରୁ ନିଜର ପରାଜୟ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ମମତା ବାନାର୍ଜୀ ନିର୍ବାଚନ ପରିଣାମକୁ ରଦ୍ଦ କରିବା, ଭୋଟ ପୁନଃଗଣନା କରିବା ଓ ଅନ୍ୟ କିଛି ଦାବି ନେଇ ଆବେଦନ ଦାଖଲ କରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ମମତା ଭବାନୀପୁର ବିଧାନସଭା ଫଳାଫଳକୁ ଚ୍ୟାଲେଞ୍ଜ କରି ହଠାତ କଲିକତା ହାଇକୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହିତ ସାଂସଦ ଡେରେକ୍ ଓ'ବ୍ରାଏନ୍, ଡୋଲା ସେନା ଏବଂ କଲ୍ୟାଣ ବାନାର୍ଜୀ ମଧ୍ୟ ଥିଲେ। ରିପୋର୍ଟ ଅନୁସାରେ, ସେ ଆବେଦନ ପତ୍ରରେ ଦସ୍ତଖତ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ।
ଭବାନୀପୁର ଆସନରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଆସନରେ ବିଜୟୀ ହୋଇଥିଲେ ଏବଂ ମମତା ବାନାର୍ଜୀ ହାରିଯାଇଥିଲେ। ଭବାନୀପୁର ଆସନ ମମତାଙ୍କୁ ସୁରକ୍ଷିତ ଦୁର୍ଗ ଭାବରେ ମନେକରାଯାଏ। ଗତ କିଛି ନିର୍ବାଚନରେ ଟିଏମସି ଲଗାତାର ସେଠାରେ ଜିତିଥିଲା। ଚଳିତ ବର୍ଷ ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ୧୫,୧୦୪ ଭୋଟରେ ପରାସ୍ତ କରିଥିଲେ। ଶୁଭେନ୍ଦୁ ଅଧିକାରୀ ୭୩,୯୧୭ ଭୋଟ ପାଇଥିଲେ,ସେଭଳି ମମତା ୫୮,୮୧୨ ଭୋଟ ପାଇଥିଲେ। ତୃତୀୟ ସ୍ଥାନରେ ଥିବା ସିପିଏମର ଶ୍ରୀଜୀବ ବିଶ୍ୱାସ ୩୫୫୬ ଭୋଟ ପାଇଥିଲେ।
ଏହି ଆବେଦନ ଭବାନୀପୁର ବିଧାନସଭା ନିର୍ବାଚନର ରେଜଲ୍ଟ ଘୋଷଣା ହେବାର କିଛି ଦିନ ପରେ ଦାଖଲ କରାଯାଇଥିଲା। ନିର୍ବାଚନରେ ବିଜେପିର ବରିଷ୍ଠ ନେତା ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ୧୫୦୧୫ ଭୋଟରେ ହରାଇଥିଲେ। ଏହି ପରାଜୟ ମମତା ବାନାର୍ଜୀଙ୍କ ପାଇଁ ବଡ଼ ଝଟକା ଥିଲା। କାରଣ ଭବାନୀପୁର ଦୀର୍ଘ ସମୟ ଧରି ତାଙ୍କର ଗଡ ବୋଲି କୁହାଯାଉଥିଲା। ଯେଉଁଠି ତୃଣମୂଳ କଂଗ୍ରେସର କର୍ମୀଙ୍କ ପ୍ରଭାବ ଭଲ ଥିଲା। ୪ ମଇ ୨୦୨୬ରେ ଭବାନୀପୁର ଆସନ ପାଇଁ ଭୋଟ ଗଣତି ସମୟରେ, ଆରୋପ ଏବଂ ପ୍ରତି-ଆରୋପ ଏବଂ ସୁରକ୍ଷା ବାହିନୀ ସହିତ ହସ୍ତକ୍ଷେପ ସହିତ ବହୁତ ହଙ୍ଗାମା ହୋଇଥିଲା।ଏହା ପୂର୍ବରୁ ବି ମମତା ନନ୍ଦିଗ୍ରାମ୍ରୁ ହାରିବା ସମୟରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୨୧ ରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ୍ରେ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୬ ଭୋଟରେ ହରାଇଥିଲେ। ମମତା ସେତେବେଳେ କୋଲକାତା ହାଇକୋର୍ଟଙ୍କ ଆଗରେ ଆବେଦନ ଦାଖଲ କରି ଅଭିଯୋଗ କରିଥିଲେ ଯେ, ନନ୍ଦିଗ୍ରାମ୍ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଭୋଟ ପୁନଃଗଣନା କରିବା ବିରୋଧରେ ଧମକ ଦିଆଯାଇଥିଲା। ଦୁଇଟି ଆବେଦନ ଏବେ ହାଇକୋର୍ଟରେ ଶୁଣାଣି ହେବ।
ଆହୁରି ପଢନ୍ତୁ :‘ଜଳବାୟୁ ପରିବର୍ତ୍ତନ’ ପାଇଁ ପୁରୁଷଙ୍କୁ ଦାୟୀ କଲେ ଦୀୟା ମିର୍ଜା: ‘ଏକ୍ସ’ରେ ହେଲେ ଟ୍ରୋଲ, ଲୋକେ କହିଲେ ‘ଟ୍ୟୁବଲାଇଟ୍ ମାଡାମ୍’