ନୂଆଦିଲ୍ଲୀ,୧୬।୬: ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସୋହା ଅଲ୍ଲୀ ଖାନ୍ ଙ୍କ ପଡକାଷ୍ଟର ଏକ କ୍ଳିପ୍ ରହିଛି। ୨୫ ସେକେଣ୍ଡର ଏହି କ୍ଲିପ୍‌ରେ ଦୀୟା କହୁଛନ୍ତି ଯେ, ପିତୃସତ୍ତା ବା ପାଟ୍ରିଆର୍କି ଜଳବାୟୁ ପରିବର୍ତ୍ତନର କାରଣ। ତାଙ୍କର ଏହି ଭିଡିଓକୁ ନେଇ ଲୋକଙ୍କର ବିଭିନ୍ନ ପ୍ରକାର ରିଆକ୍ସନ ଦେଖିବାକୁ ମିଳିଛି। ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ପୋଡକାଷ୍ଟରେ,ଦିଆ ମିର୍ଜା ପରିବେଶବିତ୍ ଲେଖିକା ଏବଂ ଫଟୋଗ୍ରାଫର ଆରତୀ କୁମାର-ରାଓଙ୍କ ସହ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରକୃତି ସହିତ ସମାଜର ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି।  

ଦୀୟା ମିର୍ଜା କହିଛନ୍ତି, ପ୍ରକୃତି ଶୋଷଣର ସେହି ମାନସିକତା ସହିତ ଜଡିତ, ଯାହାକି ପ୍ରଭୁତୃ, ଆକ୍ରମକ ବିକାଶ ଓ ପ୍ରାକୃତିକ ସମ୍ବଳର ଅଧୀନତାକୁ ପ୍ରାଥମିକତା ଦେଇଥାଏ। ଦୀୟା କହିଛନ୍ତି, ଏହି ଦୁନିଆରେ ପୁରୁଷ ଅଛନ୍ତି। ଜଳବାୟୁ ପରିବର୍ତ୍ତନକୁ ପୁରୁଷମାନେ ହିଁ ବଢାଇଛନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବରେ ଏହି ଅବ୍ୟବସ୍ଥା ପାଇଁ ଦାୟୀ।  ‘ଏକ୍ସ’ ରେ ବହୁ ୟୁଜର ଦୀୟାଙ୍କ ଏହି ଲଜିକ୍‌କୁ ଚ୍ୟାଲେଞ୍ଜ ଦେଇଛନ୍ତି।

ଅନେକ ଲେଖିଛନ୍ତି, ଦୀୟା ନିଜର ସବୁ ଆଚିଭମେଣ୍ଟକୁ ନଷ୍ଟ କରିଦେଲେ। ଯାହାକି ପ୍ରକୃତ ମହିଳା ସଶକ୍ତିକରର ପଦକ୍ଷେପ। ଜଣେ ୟୁଜର ଲେଖିଛନ୍ତି, ‘ଶେଷରେ, ଦୀୟା ପ୍ରକୃତ ମହିଳା ସଶକ୍ତିକରଣ ଏପର୍ଯ୍ୟନ୍ତ କରିଥିବା ସମସ୍ତ ସଫଳତାକୁ ନଷ୍ଟ କରିଦେଇଛନ୍ତି। ସେ ନିଜକୁ ପ୍ରାସଙ୍ଗିକ ପ୍ରମାଣିତ କରିବାକୁ ବହୁତ ଚେଷ୍ଟା କରନ୍ତି, କିନ୍ତୁ ଶେଷରେ ସମସ୍ତଙ୍କ ଆଗରେ ‘ଟ୍ୟୁବଲାଇଟ୍ ମ୍ୟାଡାମ୍’ ହୋଇଯାଆନ୍ତି।"

ଆଉ ଜଣେ ୟୁଜର ଲେଖିଛନ୍ତି, ସେମାନେ ବ୍ୟବହାର କରୁଥିବା ସାମ୍ପୁ, ସପ୍ତାହରେ ପରିବର୍ତ୍ତନ କରୁଥିବା ପୋଷାକ ଏବଂ ସେମାନେ ଚଲାଉଥିବା କାରଗୁଡ଼ିକ ଜଳବାୟୁ ପରିବର୍ତ୍ତନରେ ସହାୟକ ହୁଏ। ଆଜି, ପୁରୁଷମାନଙ୍କ ଦ୍ୱାରା ଉଦ୍ଭାବିତ ଟେକ୍ନୋଲୋଜି ଯୋଗୁଁ ଯେଉଁ ମହିଳାଙ୍କ ମୃତ୍ୟୁ ହେଉଥିଲା ଏବେ ସେମାନେ ବଞ୍ଚି ଯାଉଛନ୍ତି।

ଆଉ ଜଣେ ୟୁଜର ଲେଖିଛନ୍ତି,ଏୟାରକଣ୍ଡିସନ୍ କ୍ୟାବିନ୍‌ରେ ବସି ତିନି ଜଣ ମହିଳା ଗାଡ଼ି ଚଲାଉଛନ୍ତି, ବାଜେ କଥା କହୁଛନ୍ତି, ଏବଂ ସମାନ ପୁରୁଷଙ୍କ ପରିଶ୍ରମର ଫଳ ଉପଭୋଗ କରୁଛନ୍ତି। ତିନି ମହିଳାଙ୍କ ଜ୍ଞାନ ଅଯୁକ୍ତିକର ଏବଂ ବୁଦ୍ଧିହୀନ।

ଆହୁରି ପଢନ୍ତୁ : Bigg Boss: ନୂଆ ରୂପରେ ଆସିବ ବିଗ୍‌ବସ୍‌ ୨୦, 'ଖତ୍‌ରୋଁ କେ ଖିଲାଡ଼ି’ ଭଳି ଥିମ୍‌ ଓଲ୍ଡ ଭର୍ସସ୍‌ ନ୍ୟୁ ହୋଇପାରେ