ନୂଆଦିଲ୍ଲୀ,୧୬/୦୬; ଆମେ ଯେଉଁ ଖବର କହିବାକୁ ଯାଉଛି ତାହା ପଢି ଆପଣ ପ୍ରଥମେ ହସି ହିସ ବେଦମ ହେବେ । ଖବରଟି ଆପଣଙ୍କୁ ହସାଇବ ଯେତିକି ଆଶ୍ଚର୍ଯ୍ୟ ବି କରିବ । ଏ ଖବରରେ କେତେ ସତ୍ୟାସତ ଅଛି ତାହା ଜଣାନାହିଁ । କିନ୍ତୁ ସୋସିଆଲ ମିଡିଆରେ ଖବରଟି ଚର୍ଚ୍ଚାରେ ରହିଛି । ଏକ ଯାତ୍ରୀବାହୀ ବସ୍ରେ ଅଜବ ଗଜବ ଘଟଣା ଘଟିଛି । ରାଜସ୍ଥାନର ଭିଲୱାଡା ଜିଲ୍ଲା ଭୈରବା ଥାନା ଅଞ୍ଚଳରେ ଏକ ରୋଡୱେଜ ବସରେ ଆତଙ୍କ ଖେଳିଯାଇଥିଲା । ବସ୍ ଭିତରେ ଜଣେ ଯାତ୍ରୀ ବିଷାକ୍ତ ପାଡ଼ ଛାଡିବାରୁ ଅନ୍ୟ ଚାରି ୪ ଜଣ ଯାତ୍ରୀ ଅଚେତ୍ ହୋଇପଡିଥିଲେ । ସୋସିଆଲ ମିଡିଆରୁ ଆମକୁ ଏହି ଖବର ହସ୍ତଗତ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମଧ୍ୟ ଖବର ମିଳିଛି । ତାଙ୍କର ଗ୍ୟାସ୍ ସମସ୍ୟା ଥିବା କହିଛନ୍ତି ଅଭିଯୁକ୍ତ ଜଣକ ।
ଘଟଣାଟି ଶୁକ୍ରବାର ଦିନ ଘଟିଥିଲା । ଅଜମେରରୁ ଭିଲୱାଡା ଆସୁଥିବା ରାଜସ୍ଥାନ ରୋଡୱେଜ ବସରେ ଏହି ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜଣେ ଯୁବକ ବସରେ ବସିବାର କିଛି ସମୟରେ ଜାଣିଶୁଣି ଦୁର୍ଗନ୍ଧଯୁକ୍ତ ପାଡ଼ ଛାଡିଥିଲେ । ଯାହା ଫଳରେ ତାଙ୍କ ଚାରିପାଖରେ ବସିଥିବା ଯାତ୍ରୀମାନେ ହଠାତ୍ ଅଚେ ହୋଇ ଖସି ପଡିଥିଲେ । ଘଟଣା ପରେ ବସ୍ ଭିତରେ ଆତଙ୍କ ଖେଳି ଯାଇଥିଲା । ଦୁର୍ଗନ୍ଧ ଏତେ ତୀବ୍ର ଥିଲା ଯେ ପାଖରେ ବସିଥିବା ଚାରି ଜଣ ଯାତ୍ରୀ ଅସୁସ୍ଥ ହୋଇ ଅଚେତ ହୋଇଗଲେ । ଘଟଣା ପରେ, ବସ୍ଟିକୁ ଅଟକାଇ ପୁଲିସକୁ ଖବର ଦିଆଯାଇଥିଲା । ପ୍ରଭାବିତ ଯାତ୍ରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି । ପୁଲିସ୍ ହେପାଜତରେ ନେଇ ଯୁବକ ଜଣଙ୍କୁ ପଚରାଉଚରା ସମୟରେ ସେ କହିଥିଲେ ଯେ, ତାଙ୍କର ଗମ୍ଭୀର ଗ୍ୟାସ୍ ସମସ୍ୟା ଥିଲା ଏବଂ ସେ ଉଦ୍ଦେଶ୍ୟମୂଳକ ଭାବରେ ଏହି କାର୍ଯ୍ୟ କରିନାହାନ୍ତି
ଏହା ବି ପଢନ୍ତୁ...ଶତ୍ରୁଙ୍କ ପାଇଁ କାଳ ସାଜିବ ଭାରତୀୟ ନୌସେନା; ଏକତ୍ରିତ ହେବେ ତିନୋଟି ଯୁଦ୍ଧଜାହାଜ, ଚୀନର ରଣନୀତି ପାଇଁ ବଡ଼ ଝଟକା!
ପୁଲିସ ପଚରାଉଚରା ସମୟରେ, ଅଭିଯୁକ୍ତ ଯୁବକ କହିଛନ୍ତି ଯେ ତାଙ୍କର ଗମ୍ଭୀର ଗ୍ୟାସ୍ ସମସ୍ୟା ଥିଲା ଏବଂ ସେ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ । ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରିଥିଲେ । ଘଟଣାର ତଦନ୍ତ ଚାଲିଛି, ଏବଂ ଏକ ଡାକ୍ତରୀ ରିପୋର୍ଟ ଅପେକ୍ଷା କରାଯାଇଛି । ପୁଲିସ କହିଛି ଯେ, ସିସିଟିଭି ଫୁଟେଜ୍ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି ।