ନୂଆଦିଲ୍ଲୀ,୧୦/୦୧: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ବିବାଦ  ଦେଖା ଦେଇଛି । ବିସିସିଆଇ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାର ନିଷ୍ପତ୍ତି ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏବେ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତକୁ ନିଜ ଦଳ ପଠାଇବାକୁ ମନା କରିଦେଇଛି, ଯାହା ବିଶ୍ୱକପରେ ଏହାର ଅଂଶଗ୍ରହଣ ଉପରେ ସନ୍ଦେହ ସୃଷ୍ଟି କରିଛି । ବିବାଦର ସମାଧାନ ପାଇଁ ପ୍ରୟାସ ଚାଲିଛି, କିନ୍ତୁ ଏହା କ’ଣ ଖେଳାଳିମାନଙ୍କୁ ପ୍ରଭାବିତ କରୁଛି? ବାଂଲାଦେଶ ଟେଷ୍ଟ ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଏହା କହିଛନ୍ତି ।

ବିବାଦ ଉପରେ ସାଣ୍ଟୋ କ'ଣ କହିଲେ ? ବାଂଲାଦେଶ ଟେଷ୍ଟ ଅଧିନାୟକ ସାଣ୍ଟୋ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପ୍ରାୟତଃ କିଛି ନା କିଛି ଘଟେ, ଯାହାର ପ୍ରଭାବ ପଡ଼ିଥାଏ । ଯଦି ଆପଣ ଆମର ବିଶ୍ୱକପ୍ ପ୍ରଦର୍ଶନକୁ ଦେଖନ୍ତି, ତେବେ ଆମେ କେବେ ସ୍ଥିର କ୍ରିକେଟ୍ ଖେଳିନାହୁଁ । ଗତ ବର୍ଷ, ଆମେ ଭଲ ଖେଳୁଥିଲୁ, କିନ୍ତୁ ଆମ ପାଖରେ ଭଲ ସୁଯୋଗ ଥିଲା ଏବଂ ଆମେ ସେଗୁଡ଼ିକୁ ବ୍ୟବହାର କରିପାରିଲୁ ନାହିଁ । କିନ୍ତୁ ଆପଣ ଏହା ମଧ୍ୟ ଦେଖିବେ ଯେ ବିଶ୍ୱକପ୍ ପୂର୍ବରୁ ସବୁବେଳେ କିଛି ନା କିଛି ଘଟେ । ମୁଁ ମୋର ତିନୋଟି ବିଶ୍ୱକପ୍ ଅଭିଜ୍ଞତାରୁ କହିପାରିବି ଏହାର ପ୍ରଭାବ ପଡ଼ିଥାଏ।"

ଖେଳାଳିମାନେ କ’ଣ ଅଭିନୟ କରୁଛନ୍ତି ? ଏହି ଷ୍ଟାର ବ୍ୟାଟର ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ, ଖେଳାଳିମାନେ ମୁଖା ପିନ୍ଧନ୍ତି, ଏପରି ଅଭିନୟ କରନ୍ତି ଯେ ସେମାନେ ଚିନ୍ତା କରନ୍ତି ନାହିଁ।ଏବେ ଆମେ ଚିନ୍ତା କରୁନାହୁଁ ବୋଲି ଅଭିନୟ କରୁଛୁ କାରଣ ଆମେ ପେସାଦାର କ୍ରିକେଟର । ତୁମେ ସମସ୍ତେ ବୁଝିପାରୁଛ ଯେ, ଆମେ କେବଳ ଅଭିନୟ କରୁଛୁ । ଖେଳାଳିମାନେ ଏସବୁକୁ ଅଣଦେଖା କରିବାକୁ ଏବଂ ଦଳ ପାଇଁ ନିଜର ସର୍ବସ୍ୱ ଦେବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି, କିନ୍ତୁ ଏପରି ଘଟଣା ନ ଘଟିଲେ ଭଲ ହେବ। "