PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଦସରା’ରୁ ନାନୀଙ୍କ ନୂଆ ପୋଷ୍ଟର୍ ରିଲିଜ୍, ଏହି ଦିନ ସାମ୍ନାକୁ ଆସିବ ଫିଲ୍ମର ଟିଜର

msn

ନୂଆଦିଲ୍ଲୀ ୨୮/୦୧: ସାଉଥ ସୁପରଷ୍ଟାର ନାନୀଙ୍କ ଆକ୍ସନ୍ ଫିଲ୍ମ ‘ଦସରା’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ ହେବାକୁ ସମୟ ଅଛି, କିନ୍ତୁ ଏହାର ଦମଦାର ପୋଷ୍ଟର ରିଲିଜ ହୋଇଛି ଏବଂ ଫିଲ୍ମର ଟିଜରର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ନାନୀଙ୍କ ଏହି ପାନ୍ ଇଣ୍ଡିଆ ଫିଲ୍ମକୁ ଶ୍ରୀକାନ୍ତ ଓଡେଲା ନିର୍ଦ୍ଦେଶନା ଦେଇଛନ୍ତି।

ନିର୍ମାତା ‘ଦସରା’ର ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜାନୁଆରୀ ୩୦ ରେ ଫିଲ୍ମର ଟିଜର ରିଲିଜ ହେବ ବୋଲି ଘୋଷଣା କରିବା ସହ ନାନି ଏବଂ ନିର୍ମାତା ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି। ଫିଲ୍ମର ଲାଟେଷ୍ଟ ପୋଷ୍ଟରରେ ନାନି ତାଙ୍କ ହାତରେ ଏକ ବାଡ଼ି ଧରି ବାଇକରେ ବସିଛନ୍ତି। ତାଙ୍କ ଲୁକ୍ ଖୁବ୍ ଚମତ୍କାର ଦେଖାଯାଇଛି।

ଏଥିସହିତ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ, ଜଣେ ବୃଦ୍ଧ ଗ୍ରାମବାସୀଙ୍କୁ ଏକ ବିଡି ଜଳାଉଥିବା ଦେଖାଯାଇଛି।  ଯେତେବେଳେ ସେ ଦିଆସିଲି ଲଗାଇ ଫିଙ୍ଗିଛନ୍ତି, ନିଆଁ ଲାଗିଯାଇଛି ଏବଂ ଶେଷରେ ଟିଜର ତାରିଖ ଦେଖାଯାଇଛି।

‘ଦସରା’ରେ ନାନୀଙ୍କ ସହ କିର୍ତ୍ତୀ ସୁରେଶ ଏବଂ ଦୀକ୍ଷିତ ଶେଟ୍ଟୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଶ୍ରୀ ଲକ୍ଷ୍ମୀ ଭେଙ୍କଟେଶ୍ୱର ସିନେମା ବ୍ୟାନରରେ ସୁଧାକର ଚେରୁକୁରି ଦ୍ୱାରା ନିର୍ମିତ ହେଉଛି। ଫିଲ୍ମର ସୁଟିଂ ଶେଷ ହୋଇସାରିଛି।

ସମ୍ବନ୍ଧିତ ଖବର