PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥିଙ୍କ ପାଇଁ ‘ଡାଲ ରାୟସିନା’, ଜାଣନ୍ତୁ କ’ଣ ରହିଛି ବ୍ୟଞ୍ଜନ

ନୂଆଦିଲ୍ଲୀ,୩୦।୫: ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଆଜି  ନରେନ୍ଦ୍ର ମୋଦି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। କୁହାଯାଉଛି ଯେ ତାଙ୍କ ସହିତ ଅନ୍ୟ ୪୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ଆଜି ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ହେବ। ଏହି ଅବସରରେ ଦେଶ-ବିଦେଶର ପ୍ରାୟ ୬୫୦୦ ଜଣ ଅତିଥି ଯୋଗ ଦେବେ।  ଏହି ଅବସରରେ ଖାଦ୍ୟପେୟକୁ ନେଇ ବିଶେଷ ବ୍ୟବସ୍ଥା ରହିଛି।ଚାଲନ୍ତୁ ଜାଣିବେ ଅତୀଥିଙ୍କ ମୁହଁ କେଉଁ ଜିନିଷରେ ମିଠା କରାଯିବ ଏବଂ ତାଙ୍କ ପାଇଁ ଖାଦ୍ୟ-ପେୟରେ କ’ଣ ରଖାଯାଇଛି।

ଯେଉଁ ଅତିଥିମାନେ ଶପଥଗ୍ରହଣ ସମାରୋହରେ ଯୋଗ ଦେବେ ତାଙ୍କ ପାଇଁ ହାଲକା ଫୁଲକା ଜଳଖିଆ ଠାରୁ ରାତ୍ରିଭୋଜନ ପର୍ଯ୍ୟନ୍ତର ବ୍ୟବସ୍ଥା କରାଯାଇଛି। ସବୁଥର ଭଳି ରାଷ୍ଟ୍ରପତି ଭବନର ସ୍ବତନ୍ତ୍ର ବ୍ୟଞ୍ଜନ ’ଦାଲ ରାୟସିନା’ ଅତିଥିଙ୍କୁ ପରାସା ଯିବ। ସେଭଳି ପୂର୍ବରୁ ଅତିଥିଙ୍କୁ ହାଲକା ଜଳଖିଆ ଦିଆଯିବ। ଏହା ସମ୍ପୂର୍ଣ୍ଣ ଶାକାହାରୀ ହୋଇଥିବା ବେଳେ ସେଥିରେ  ରାଜଭୋଗ, ଲେମନ ଟାର୍ଟ, ସିଙ୍ଘଡା, ଢୋକଲା ଭଳି ବହୁତ କିଛି ଜନିଷ ରହିଛି।

ଯଦି ଆମେ ଡିନର କଥା ହେବ ତେବେ ଏଥିରେ ଶାକାହାରୀ ଏବଂ ମାଂସାହାରୀ ଦୁହିଁଙ୍କ ପାଇଁ ଖାଦ୍ୟ ରହିଛି। ରାତିର ଖାଦ୍ୟରେ ଚିକେନ,ମଟନ, ତନ୍ଦୁରୀ, ଆଳୁ, କୋଫତା, ଭାତ ଭଳି ଜିନିଷ ମିଳିବ।ଅତିଥିଙ୍କ ସ୍ବାଗତ ଧନିଆ ସୁପରେ କରାଯିବ। ଅତିଥିଙ୍କ ଖାଦ୍ୟ ଖାଇବାର ସମୟ ବିଳମ୍ବରେ ରଖାଯାଇଛି। ଏଭଳି ବିଳମ୍ବରେ ରଖିବାର କାରଣ ହେଉଛି ଆମ ଦେଶର ଲୋକଙ୍କ ତୁଳନାରେ ବିଦେଶରୁ ଆସିଥିବା ଅତୀଥିଙ୍କୁ ଅଧିକ ରାତିରେ ଖାଇବାକୁ ପସନ୍ଦ କରନ୍ତି।

ସମ୍ବନ୍ଧିତ ଖବର