ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଦେଶର ଏହି ଫେମସ ନିବେଶକଙ୍କ ଚାଲେଞ୍ଜ, ୨୦୧୯ରେ ପୁଣି ହେବେ ମୋଦି ସରକାର

ମୁମ୍ବାଇ ୭/୨: ଦେଶର ପ୍ରସିଦ୍ଧ ନିବେଶକ ରାକେଶ ଝୁନଝୁନୱାଲା କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନିର୍ବାଚନ ଜିତିବ ଏବଂ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ । ସେ ଏକଥା ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନର ରେଜଲ୍ଟ ସମସ୍ତଙ୍କୁ ଚକିତ କରିବ । ସେ ଟଙ୍କାର ଅସ୍ଥିରତାକୁ ବିକାଶ ପାଇଁ ବିପଦ ବୋଲି କହିଛନ୍ତି । ମୁମ୍ବାଇରେ ବୁଧବାର ହୋଇଥିବା ଟାଇକୋନ୍ ସମିତିରେ ସେ ଏକଥା କହିଛନ୍ତି ।

ଝୁନଝୁନୱାଲା କହିଛନ୍ତି ଯେ ଡେମୋଗ୍ରାଫିକ ଇଭୋଲ୍ୟୁସନ୍ ମାମଲାରେ ଭାରତ ସବୁଠାରୁ ସ୍ଥିର ସ୍ଥିତିରେ ରହିଛି । ସେ କହିଛନ୍ତି ଯେ ‘ସ୍ୱାଧୀନତା ପରେ ପ୍ରତି ଦଶକରେ ଭାରତ ବିକାଶର ପାହାଚ ଚଢିବାରେ ଲାଗିଛି’ ।

{"id":2686}
source:www.financialexpress.com

ଫେମସ୍ ନିବେଶକ ଜଣଙ୍କ କହିଛନ୍ତି ବିକାଶ ଓ ସମୃଦ୍ଧି ସେତିକିବେଳେ ଆସିଥାଏ ଯେତେବେଳେ ବ୍ୟବସ୍ଥାରେ ଜୁଆର-ଭଟ୍ଟା ଆସିଥାଏ ଯେମିତିକି ଭାରତ ଓ ଆମେରିକାରେ ହୋଇଥିଲା । ସେ କହିଛନ୍ତି ଯେ ଭାରତର ବିକାଶରେ ଗଣତନ୍ତ୍ର, ଉଦ୍ୟମ ଓ ପ୍ରାକୃତିକ ସଂଶାଧନର ବଡ ଯୋଗଦାନ ରହିଛି । ସେ ଏକଥା ମଧ୍ୟ କହିଛନ୍ତି ଯେ ଯୁଦ୍ଧ କିମ୍ବା ଅଶୋଧିତ ତୈଳର ମୂଲ୍ୟ ଯୋଗୁଁ ବ୍ୟାପାରରେ କୌଣସି ପ୍ରଭାବ ପଡିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.