ନୂଆଦିଲ୍ଲୀ : ଫର୍ମକୁ ଫେରିଲେ ତିଲକ ବର୍ମା । ଖେଳିଲେ ଶତକୀୟ ପାଳି । ଗୁଜୁରାଟ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ । ୫ ଓ୍ବିକେଟ୍ ବିନିମୟରେ ମୁମ୍ବାଇ ସଂଗ୍ରହ କଲା ୧୯୯ ରନ୍ । ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୧୦୧ ରନ କରିଥିବାବେଳେ ଗୁଜୁରାଟ ପକ୍ଷରୁ ରାବାଡ଼ା ୩ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦୁଇ ଓପନର ବଡ଼ ପାଳି ଖେଳିପାରିନଥିଲେ । ଡି-କକ୍ ୧୩ ରନ କରିଥିବାବେଳେ ଦାନିଶ ମାଲେଶ୍ବର ୨ ରନ କରିଥିଲେ । ପରେ ନମନ ଧିର ୪୫, ସୂର୍ଯ୍ୟକୁମାର ଯାଦବ ୧୫ ଏବଂ ହାର୍ଦ୍ଦିକ ୧୫ ରନ କରି ପାଭିଲିୟ ଫେରିଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।