PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମହିଳା ମହାକାଶ ଯାତ୍ରୀଙ୍କ ପାଇଁ ସ୍ପେସସୁଟ୍ ନମିଳିବାରୁ ନାସା ରଦ୍ଦ କଲା ମହାକାଶ ଯାତ୍ରା

ଓ୍ବାଶିଂଟନ୍,୨୬।୩: ଆମେରିକାର ମହାକାଶ ଏଜେନ୍ସି ନାସା ଚଳିତ ମାସ ଆରମ୍ଭରୁ ଘୋଷଣା କରିଥିଲା ଯେ ୨୯ ମାର୍ଚ୍ଚରେ ମହାକାଶକୁ ଯାତ୍ରା କରିବା ପାଇଁ ଦୁଇ ମହିଳା ମହାକାଶଯାତ୍ରୀଙ୍କୁ ପଠାଇବ। କିନ୍ତୁ ଆମେରିକା ନିଜର ଏହି ଐତିହାସିକ ମହାକାଶଯାତ୍ରାକୁ ରଦ୍ଦ କରିଦେଇଛି। ନାସା ପକ୍ଷରୁ କୁହାଯାଇଛି ଆମ ପାଖରେ ମହିଳା ମହାକାଶ ଯାତ୍ରୀଙ୍କ ଶରୀରକୁ  ଫିଟ ହେଉଥିବା ଭଳି ସ୍ପେସସୁଟ୍ ନାହିଁ। ଏହା ଏବେ ଉପଲବ୍ଧ ନଥିବାରୁ ମହାକାଶ ଯାତ୍ରାକୁ ରୋକି ଦିଆଯାଇଛି।

ଉଲ୍ଳେଖନୀୟ ଯେ, ମହାକାଶଯାତ୍ରା ଅନୁସାରେ ମହକାଶଯାତ୍ରୀ ଏହାର ଯାନ ବାହାରେ କାମ କରିଥାନ୍ତି। ଯେଉଁଥିରେ ଏହାର ମରାମତି, ଦେଖାଶୁଣାରେ କରିଥାନ୍ତି। ଏଭଳି ପରିସ୍ଥିତିରେ ସ୍ପେସସୁଟ୍ ଏକ ମହତ୍ତ୍ବପୂର୍ଣ୍ଣ ଜିନିଷ ବୋଲି କୁହାଯାଏ। ମ୍ୟାକଲନ୍ ଓ କୋଶ ନାମକ ଏହି ଦୁଇ ମହିଳା ମହାକାଶଯାତ୍ରୀଙ୍କ ପାଇଁ  ୭ ଘଣ୍ଟାର ମହାକାଶ ଯାତ୍ରାର ମିଶନ୍ ରହିଥିଲା। ଦୁହେଁ ୨୦୧୩ରେ ଆଷ୍ଟେ୍ରାନଟ୍ କ୍ଳାସରେ ଯୋଗ ଦେଇଥିଲେ। ନିଜର ଶେଷ ମହାକାଶ ଯାତ୍ରାର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ମ୍ୟାକଲନ। ତେବେ ନାସାର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଲୋକେ ଗ୍ରହଣ କରିନାହାଁନ୍ତି। ଲୋକଙ୍କର କହିବା ଅନୁସାରେ ନାସାକୁ ପୂର୍ବରୁ ଏସବୁର ବ୍ୟବସ୍ଥା କରିବାର ଥିଲା। ସୂଚନା ଅନୁସାରେ ୫୦୦ରୁ ଅଧିକ ଜଣ ମହାକାଶକୁ ଯାଇଛନ୍ତି, ତେବେ ଏହା ମଧ୍ୟରେ ମାତ୍ର ୧୧ ଜଣ ମହିଳା ରହିଛନ୍ତି।