ନୂଆଦିଲ୍ଲୀ,୨୦/୦୩ : ଯାହାଙ୍କୁ ହାତ ଦେଖାଇ ଲୋକମାନେ ସେମାନଙ୍କର ଭବିଷ୍ୟତ ଖୋଜିବାକୁ ଆସିଥିଲେ, ସେହି ହାତ ଅନେକ ମହିଳାଙ୍କ ଭାଗ୍ୟରେ ଅନନ୍ତ ଅନ୍ଧକାର ଲେଖିଛି ! ବିଶ୍ୱାସର ଫାଇଦା ଉଠାଇ ଛଳନା କରିଛି । ନାସିକର ପ୍ରସିଦ୍ଧ ଜ୍ୟୋତିଷ ଅଶୋକ ଖରାଟ ଓରଫ କ୍ୟାପଟେନ, ଯିଏ ନିଜକୁ ଦିବ୍ୟ ଶକ୍ତିର ଅଧିକାରୀ ବୋଲି ଦାବି କରିଥିଲେ ତାଙ୍କର ଅସଲ ଚେହେରା ପଦାରେ ପଡିଛି । ତାଙ୍କ ବିରୋଧରେ ୩ ବର୍ଷରୁ ଅଧିକ ସମୟ ଧରି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ରହିଛି । ପୁଲିସର ସ୍ୱତନ୍ତ୍ର ତଦନ୍ତ ଟିମର ତଦନ୍ତରେ ଖୁଲାସା ହୋଇଛି । ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ହାଇପ୍ରୋଫାଇଲ ଜ୍ୟୋତିଷ ଅଶୋକ ଖରାଟଙ୍କ ବିରୋଧରେ ତଦନ୍ତ ବଢିବା ସହିତ ତାଙ୍କ ଚିତ୍ର ସ୍ପଷ୍ଟ ହେଉଛି । କନାଡା କର୍ଣ୍ଣରରେ ଥିବା ତାଙ୍କ ବିଳାସପୂର୍ଣ୍ଣ କାର୍ଯ୍ୟାଳୟରୁ ସିନ୍ନାରରେ ଥିବା ତାଙ୍କ ସିକ୍ରେଟ୍ ଫାର୍ମହାଉସ ପର୍ଯ୍ୟନ୍ତ, ଖରାଟ ମହିଳାଙ୍କୁ ଫସାଇବା ପାଇଁ ୩ ସ୍ତରୀୟ ଜାଲ ବିଛାଇଥିଲେ । ଖାଲି ସେତିକି ନୁହେଁ ମହାରାଷ୍ଟ୍ର ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଭେଟି ହାତ ଦେଖାଇଥିବା ଫଟୋ ସାମ୍ନାକୁ ଆସିଛି । ଏହା ସହିତ ମହିଳା କମିଶନ ଅଧ୍ୟକ୍ଷା ତାଙ୍କ ପାଦ ଧୋଇଥିବା ଭିଡିଓ ସାମ୍ନାକୁ ଆସିଛି । 

​​​​​​​

ଏହା ବି ପଢନ୍ତୁ...ନୀଳ ଡ୍ରମ୍‌କୁ ଡରିଗଲେ ସ୍ୱାମୀ, ପତ୍ନୀକୁ ପ୍ରେମିକଙ୍କ ସହ ଯିବାକୁ ଦେଲେ ଅନୁମତି   

କିପରି ମହିଳାଙ୍କୁ ଫସାଉଥିଲେ ? ମହାରାଷ୍ଟ୍ର ପୁଲିସ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆର ଅନୁଯାୟୀ, ଅଶୋକ ଖରାଟ ନାସିକର କନାଡା କର୍ଣ୍ଣର ଅଞ୍ଚଳରେ ଥିବା ତାଙ୍କ କାର୍ଯ୍ୟାଳୟକୁ ମହିଳାମାନଙ୍କୁ ଡାକିଥିଲେ । ତାଙ୍କର ଭବିଷ୍ୟବାଣୀ ମହିଳାଙ୍କ ସ୍ୱାମୀଙ୍କ ଜୀବନକୁ ବିପଦରେ ପକାଇଥିଲା । ଏହା ଶୁଣି ମହିଳାମାନେ ତାଙ୍କ ଫାଶରେ ପଡ଼ିଗଲେ । ଅଭିଯୋଗ ହୋଇଛି କି ସେମାନଙ୍କୁ ନିଶା ମିଶ୍ରିତ ପାନୀୟ ଦେଉଥିଲେ ଏବଂ ପରେ ସେମାନଙ୍କୁ ଦୁଷ୍କର୍ମ କରୁଥିଲେ। ଖରାଟ ତାଙ୍କ ଭବିଷ୍ୟବାଣୀ ଏବଂ ଧମକକୁ ମହିଳାଙ୍କୁ ଭୟଭୀତ କରୁଥିଲେ ।

ଭିଡିଓ ଏବଂ ବ୍ଲାକମେଲିଂ- ଅପରାଧ ଏତିକିରେ ଥମି ନଥିଲା । ଭିଡିଓ ରେକର୍ଡ ହେବା ପରେ, ଖରାଟଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଲା ।  ଭିଡିଓଗୁଡ଼ିକୁ ବ୍ୟବହାର କରି ମହିଳାମାନଙ୍କୁ ସାମାଜିକ ଅପମାନର ଧମକ ଦେଇଥିଲେ ଏବଂ ସେମାନଙ୍କୁ ମାନସିକ ଏବଂ ଆର୍ଥିକ ନିର୍ଯାତନା ଦେଇଥିଲେ । ପୁଲିସ ଦ୍ୱାରା ଉଦ୍ଧାର କରାଯାଇଥିବା ଏକ ପେନ୍ ଡ୍ରାଇଭରେ ରେକର୍ଡ ହୋଇଥିବା ୫୮ଟି ଭିଡିଓରୁ ଅନୁମାନ କରାଯାଉଛି କି ଏହା ବର୍ଷ ବର୍ଷ ଧରି ଚାଲିଆସୁଛି । ଅନ୍ୟ ଅନେକ ଭିଡିଓରେ ଖରାଟ ରାଜନେତା ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ବିଶ୍ୱାସର ଅଭିନୟ ଏବଂ ପ୍ରଭାବର ଭୟ- ଗତ କିଛି ବର୍ଷ ମଧ୍ୟରେ, ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟର ଅନେକ ନେତା ଖରାଟଙ୍କୁ ଭେଟିଛନ୍ତି । ଖରାଟ ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ ଏହାକୁ ବ୍ୟବହାର କରିଥିଲେ। ଖରାଟଙ୍କ ମୁଖ୍ୟ ଅସ୍ତ୍ର ଥିଲା ବେଶ ପ୍ରଦର୍ଶନ। ପ୍ରମୁଖ ରାଜନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ସହିତ ନିଜର ଫଟୋ ଦେଖାଇ ସେ ପୀଡିତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ  ଯେ ସେ ଆଇନ ଏବଂ ସମାଜର ଊର୍ଦ୍ଧ୍ୱରେ । ଦୁଃଖ ଏବଂ ପାରିବାରିକ କଳହ ସହିତ ଜଡ଼ିତ ମହିଳାମାନେ ସମାଧାନ ପାଇଁ ତାଙ୍କ ପାଖକୁ ଆସୁଥିଲେ, ସେ ସେମାନଙ୍କ ମନକୁ ନିୟନ୍ତ୍ରଣ କରୁଥିଲେ, ସେମାନଙ୍କୁ ବିଶ୍ୱାସ କରାଇଥିଲେ ଯେ ତାଙ୍କ ପାଖରେ ସେମାନଙ୍କ ସମସ୍ୟାର ଚାବି ଅଛି ।