ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

'ଭାରତରେ ଏତେ ଖରାପ ବାୟୁ ଗୁଣବତ୍ତା,,,'ନିଖିଲ କାମଥଙ୍କ ପୋଡକାଷ୍ଟ ମଝିରୁ ଉଠିଗଲେ ଆମେରିକୀୟ ଅରବପତି

Published By : Soubhagya Ranjan | February 4, 2025 7:07 PM

Image source: Jagran

ନୂଆଦିଲ୍ଲୀ,୦୪/୦୨: ଆମେରିକୀୟ ଟେକ୍ ଅରବପତି ବ୍ରାଏନ୍ ଜନସନ୍‌ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ଇଏ ଏମିତି ଜଣେ ବ୍ୟକ୍ତି ଯିଏ ନିଜକୁ ସବୁଦିନ ପାଇଁ ଯୁବକ ରଖିବା ପାଇଁ ଏକ ଫର୍ମୁଲା ଉଦ୍ଭାବନ କରିଛନ୍ତି। ଏଥିପାଇଁ ସେ ପ୍ରତିବର୍ଷ ତାଙ୍କ ଶରୀର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ବ୍ରାଏନ୍ ଜନସନ୍ ବର୍ତ୍ତମାନ ଭାରତ ଗସ୍ତରେ ଆସିଥିଲେ। ଏଠାରେ ସେ ଷ୍ଟକ୍ ବ୍ରୋକିଂ ଫାର୍ମ ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ସହ ଏକ ପୋଡକାଷ୍ଟରେ ଯୋଗ ଦେଇଥିଲେ। କିନ୍ତୁ ଏହି ପୋଡକାଷ୍ଟ କେବଳ ୧୦ ମିନିଟ୍ ପାଇଁ ଚାଲିଲା। ଏହା ପରେ, ବ୍ରାଏନ୍ ମଝିରୁ ଉଠି ଚାଲିଯାଇ‌ଥିଲେ।

ପ୍ରଦୁଷଣକୁ ଦର୍ଶାଇଲେ କାରଣ: 

ବ୍ରାଏନ୍ ଜନସନ୍ ନିଜେ ସୋସିଆଲ ମିଡିଆରେ ସ୍ୱୀକାର କରିଛନ୍ତି ଯେ ସେ ପୋଡକାଷ୍ଟ ମଝିରୁ ଉଠି ଚାଲିଯାଇଥିଲେ। ଏଥିପାଇଁ ସେ ପ୍ରଦୂଷଣକୁ ଦାୟୀ କରିଛନ୍ତି। ବ୍ରାଏନ୍ କହିଥିଲେ ଯେ 'ଯେତେବେଳେ ମୁଁ ଭାରତରେ ଥିଲି, ବାୟୁର ଗୁଣବତ୍ତା ଖରାପ ଥିବାରୁ ମୁଁ ଏହି ପୋଡକାଷ୍ଟ ଶୀଘ୍ର ଶେଷ କରିଦେଇଥିଲି।' କାମଥଙ୍କୁ ପ୍ରଶଂସା କରି ସେ କହିଥିଲେ, 'ନିଖିଲ କାମଥ ଜଣେ ଚମତ୍କାର ଉପସ୍ଥାପକ ଏବଂ ଆମେ ଏକାଠି ଭଲ ସମୟ ବିତାଇଛୁ।' ସମସ୍ୟାଟି ଥିଲା ଯେ ଯେଉଁ କୋଠରୀରେ ସୁଟିଂ ହେଉଥିଲା, ସେହି କୋଠରୀକୁ ବାହାର ପବନ ଆସୁଥିଲା ଏବଂ ଏହି କାରଣରୁ ମୁଁ ଆଣିଥିବା ଏୟାର ପ୍ୟୁରିଫାୟର ଠିକ୍ ଭାବରେ କାମ କରୁନଥିଲା।

ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ:

ବ୍ରାଏନ୍ ଜନସନ୍ କହିଛନ୍ତି ଯେ ଭାରତରେ ବାୟୁ ପ୍ରଦୂଷଣ ଏତେ ସାଧାରଣ ହୋଇଯାଇଛି ଯେ କେହି ଏହାର ବିପଦ ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ। କେହି ମାସ୍କ ପିନ୍ଧନ୍ତି ନାହିଁ। ଯଦି ଭାରତ କର୍କଟ ରୋଗ ସହିତ ଲଢ଼ିବା ପରିବର୍ତ୍ତେ ବାୟୁ ଗୁଣବତ୍ତା ଉନ୍ନତ କରିବ, ତେବେ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ମୁଁ ବୁଝିପାରୁନାହିଁ ଯେ ଭାରତର ନେତାମାନେ ବାୟୁ ଗୁଣବତ୍ତାକୁ କାହିଁକି ଜାତୀୟ ଜରୁରୀକାଳୀନ ଘୋଷଣା କରୁନାହାଁନ୍ତି। କିନ୍ତୁ ଏହା ବିଶ୍ବପାଇଁ ଢ଼େର ଖରାପ।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.