ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଜାତୀୟ ସିନିୟର ତୀରନ୍ଦାଜୀ ଚାମ୍ପିଅନ୍‌ସିପ୍‌: ରିକର୍ଭ ପୁରୁଷରେ ଆସାମ, ମହିଳାରେ ହରିଆନା ବିଜେତା

କଟକ,୧୧ା୩ (ବ୍ୟୁରୋ): ବାରବାଟୀ ଷ୍ଟାଡିୟମ୍‌ଠାରେ ଖେଳାଯାଉଥିବା ୩୯ତମ ଜାତୀୟ ସିନିୟର ତୀରନ୍ଦାଜୀ ଚାମ୍ପିଅନ୍‌ସିପ୍‌ର ଆଜି ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ରିକର୍ଭ ଇଭେଣ୍ଟ ସହିତ ଆଜି ଅଲିମ୍ପିକ୍‌ ରାଉଣ୍ଡ ଖେଳାଯାଇଛି । ଖେଳାଳିମାନେ ବ୍ୟକ୍ତିଗତ ସ୍ତରରେ ଚମତ୍କାର ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିପାରିଛନ୍ତି । ରିକର୍ଭ ପୁରୁଷରେ ମହାରାଷ୍ଟ୍ରର ସୁଖମଣୀ ବାବ୍ରେକର ଚାମ୍ପିଅନ୍‌ ହୋଇଥିବାବେଳେ ଏସ୍‌ଏସ୍‌ସିବିର ପ୍ରବୀଣ ଯାଦବ ଦ୍ୱିତୀୟ ଏବଂ ତରୁଣଦୀପ ରାଏ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ରିକର୍ଭ ମହିଳାରେ ଏଲ୍‌୍‌.ବମ୍ବାୟାଲା ଦେବୀ, ଅଙ୍କିତା ଭକତ, ପ୍ରୀତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିପାରିଛନ୍ତି ।
ରିକର୍ଭ ବ୍ୟକ୍ତିଗତ ଅଲିମ୍ପିକ ରାଉଣ୍ଡରେ ପ୍ରବୀଣ ଯାଦବ ସ୍ୱର୍ଣ୍ଣ, ସତ୍ୟମ ପାଟିଲ ରୌପ୍ୟ, ଅତନୁ ଦାସ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି । ମହିଳାରେ ଅଙ୍କିତା ଭକତ, ରିଦ୍ଧି ଏବଂ ଏମ୍‌.ବମ୍ବାୟାଲା ଦେବୀ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି । ରିକର୍ଭ ପୁରୁଷରେ ଟିମ୍‌ ଇଭେଣ୍ଟରେ ବାଜିମାତ୍‌ କରିଛି ଆସାମ । ସଞ୍ଜୟ ବୋରୋ, ଧନୀରାମ ବସୁମତରାୟ, ମୁକେଶ ବୋରୋ, ପ୍ରଡକ୍ସନ୍‌ ବୋର୍ଗୋୟାରୀଙ୍କୁ ଦଳ ପାଇଁ ଗୌରବ ସାଉଁଟିଛନ୍ତି । ସେହିପରି ଏସ୍‌ଏସ୍‌ସିବି ଏବଂ ଏଆଇପିଏସ୍‌ସିବି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତିତ୍ୱ ଅର୍ଜନ କରିପାରିଛନ୍ତି । । ରିକର୍ଭ ମହିଳା ଟିମ୍‌ ଇଭେଣ୍ଟରେ ହରିଆନା ବିଜେତା ହୋଇଛି । ରିଦ୍ଧି, ପ୍ରୀତି, ସଂଗୀତା ଏବଂ ତିଷା ପୁନିଆଙ୍କୁ ନେଇ ଟିମ୍‌ ଦଳକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ଇଭେଣ୍ଟରେ ଝାଡଖଣ୍ଡ ଦ୍ୱିତୀୟ ଏବଂ ଆସାମ ତୃତୀୟ ସ୍ଥାନ ସହ ପ୍ରତିଯୋଗିତା ଶେଷ କରିଛି । ରିକର୍ଭ ମିକ୍ସ ଟିମ୍‌ ଇଭେଣ୍ଟରେ ହରିଆନାର ଦବ୍‌ଦବା ଦେଖିବାକୁ ମିଳିଛି । ଦଳୀୟ ଖେଳାଳି ପ୍ରୀତି ଏବଂ ବସନ୍ତ ଚମତ୍କାର ପ୍ରଦର୍ଶନ ସହ ବିଜେତା ହୋଇଛନ୍ତି । ଏହି ଇଭେଣ୍ଟରେ ଝାଡ଼ଖଣ୍ଡ ଦ୍ୱିତୀୟ ଏବଂ ଏଆଇପିଏସ୍‌ସିବି ତୃତୀୟ ସ୍ଥାନ ଅକ୍ତିଆର କରିପାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.