PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଲଣ୍ଡନର ସେହି ବିଲ୍ଡିଂ, ଯେଉଁଠି ସାରା ଦୁନିଆର ଘାତକ ବ୍ୟାକ୍ଟେରିଆକୁ କାଚର ଡବାରେ ରଖାଯାଇଛି

ପ୍ରଥମ ବିଶ୍ବଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ  ବ୍ରିଟିସ ସୈନିକମାନେ   ଅସୁସ୍ଥ ହୋଇ ମୃତ୍ୟୁବରଣ କରିବାକୁ ଲାଗିଲେ। ସମସ୍ତ ସୈନିକଙ୍କ  ଲକ୍ଷଣ ସମାନ ଥିଲା । ସେମାନଙ୍କ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା-ଜ୍ୱର, ପେଟ ଖରାପ ଏବଂ ପରେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିଲା। ୧୯୧୫ ମସିହାରେ, ଫ୍ରାନ୍ସର ଓ୍ବାଇମେରାକ୍ସ ସହରର ଷ୍ଟେସନାରୀ ହସ୍ପିଟାଲରେ ଏକ କେବୁଲ୍ ପହଞ୍ଚିଥିଲା। ଏଥିରେ ସୈନିକଙ୍କ ଅବସ୍ଥା ଖରାପ ହେବା ବିଷୟରେ କୁହାଯାଇଥିଲା। ବୈଜ୍ଞାନିକ-ଡାକ୍ତରମାନେ ସବୁଠି ମୁତୟନ ଥିଲେ। ସେଭଳି ଏକ ବ୍ୟାକ୍ଟିରିୟୋଲୋଜିଷ୍ଟ ଓ୍ବିଲିୟମ୍ ଏଲକକ୍ ଅସୁସ୍ଥ ସୈନିକଙ୍କ ଶରୀରରୁ ବ୍ୟାକ୍ଟେରିଆ ସାମ୍ପଲ ନେଇକି ଏକ ସ୍ବତନ୍ତ୍ର ପ୍ରକାର କାଠର ଡବାରେ ଭରି ଉପରେ ପାରାଫିନ୍ ବାକ୍ସରେ ସିଲ୍‌ କରିଦେଇଥିଲେ। ଏହା ପ୍ରଥମ ସାମ୍ପଲ ଥିଲା। ଯୁଦ୍ଧ ଶେଷ ହେବାପରେ ବହୁ ଅନ୍ୟ ବ୍ୟାକ୍ଟେରିଆକୁ ଲିଷ୍ଟର ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ ମେଡିସିନ୍‌ରେ ରଖାଯାଇଥିଲା। ସେ ପର୍ଯ୍ୟନ୍ତ ମୋଟ ୨ଟି ସାମ୍ପଲ ହୋଇଯାଇଥିଲା। ଧୀରେ ଧିରେ ଅନ୍ୟ ଦେଶରେ ମଧ୍ୟ ଏହି ବ୍ୟାକ୍ଟେରିଆ ଷ୍ଟଡି ପାଇଁ ପଠାଯାଇଥିଲା।

ବିପଜ୍ଜନକ ବିବେଚନା କରାଯାଉଥିବା ବ୍ୟାକ୍ଟେରିଆକୁ ପଠାଇବାବେଳେ ଏହାକୁ କେବଳ ଆଗାରଉଡ ବାକ୍ସରେ ରଖାଯାଇ ପାରାଫିନ୍ ସହିତ ସିଲ୍ କରାଯାଇଥିଲା। ଏହା ସହିତ, ଉପରୋକ୍ତ ଜୀବାଣୁ ବିଷୟରେ ଯାହା କିଛି ସୂଚନା ଅଛି, ତାହା ଲେଖା ଦିଆଯାଇଥାଏ। ବ୍ୟାକ୍ଟେରିବାକୁ ଜଳମାର୍ଗରେ ଜାହାଜରେ ନିଆଯାଉଥିଲା। ଯେପରି ବାକ୍ସ ଖୋଲି ନଯାଏ, ସେ ନେଇ ଜାହାଜର କ୍ୟାପଟେନଙ୍କ ଠାରୁ ନେଇ ବାକି ଲୋକମାନେ ମଧ୍ୟ ଖୁବ୍ ସତର୍କ ରହୁଥିଲେ। ଯେତେବେଳେ ଜୀବାଣୁ ଉପରେ ଗବେଷଣା ଚାଲିଥିଲା ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ସମୟରେ ଲଣ୍ଡନରେ ଥିବା ଏହି ବିଲ୍ଡିଂର ଏକ ବଡ଼ ଅଂଶ ମଧ୍ୟ ବୋମା ମାଡ ଦ୍ୱାରା ନଷ୍ଟ ହୋଇଯାଇଥିଲା। ତା’ପରେ ଅତି ଯତ୍ନର ସହିତ ବ୍ୟାକ୍ଟେରିଆ କଲେକ୍ସନକୁ ଲଣ୍ଡନର ଅନ୍ୟ ଏକ ସ୍ଥାନକୁ ପଠାଗଲା, ଯାହାର ନାଁ ହୋଇଥିଲା ନ୍ୟାସନାଲ କଲେକ୍ସନ୍ ଅଫ୍ ଟାଇପ୍ କଲଚର୍ସ ।

ଯୁଦ୍ଧ ଶେଷ ହେବା ପରେ କଲେକ୍ସନକୁ ବୈଜ୍ଞାନିକମାନଙ୍କ ପାଇଁ ଖୋଲା ଯାଇଥିଲା। ତା’ପରେ ଏଥିପାଇଁ ୬ ପେନ୍ସ (ପାଉଣ୍ଡର ଏକ ଛୋଟ ଅଂଶ) ଦେବାକୁ ପଡିଲା।  ବର୍ତ୍ତମାନ ଏହା ଏକ ନନ୍‌-ପ୍ରଫିଟ୍‌ ଭଳି କାମ କରେ । ସରକାର ଏହାର ରକ୍ଷଣାବେକ୍ଷଣ ପାଇଁ  ଟଙ୍କା ଦିଅନ୍ତି ନାହିଁ, କିନ୍ତୁ ବିଶ୍ବର ବିଭିନ୍ନ ଦେଶ ସେମାନଙ୍କ ଅଧ୍ୟୟନ ପାଇଁ ଏଠାରୁ ନମୁନା କିଣୁଛନ୍ତି, ଯାହାର ମୂଲ୍ୟ ୮୫ରୁ ରୁ ୪୦୦ ଡଲାର ହୋଇପାରେ। ସେଭଳି ଆଉ କିଛି ଦେଶ ଅଛନ୍ତି,ଯାହାଙ୍କ ପାଖରେ ବ୍ୟାକ୍ଟେରିଆ କଲଚର କରିବା ପାଇଁ ଭଲ ଲ୍ୟାବ୍ ନାହିଁ, ସେମାନେ ସେହି ସାମ୍ପଲକୁ ଏଠାକୁ ପଠାଇ ଦିଅନ୍ତି। କୋଡିଭ୍‌ ଆରମ୍ଭ ହେବା ପୂର୍ବରୁ ୨୦୧୯ ରେ କଲେକ୍ସନ କରାଯାଇଥିବା ୪ ହଜାର ବ୍ୟାକ୍ଟେରିଆ ଷ୍ଟେ୍ରନ୍ ୬୩ଟି ଦେଶକୁ ଷ୍ଟଡି ପାଇଁ ପଠାଯାଇଥିଲା।

ସମ୍ବନ୍ଧିତ ଖବର