ନୂଆଦିଲ୍ଲୀ,୨୦।୫: ନ୍ୟାୟିକ ସେବାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଓକିଲ ଭାବେ ଅନ୍ୟୂନ ୩ ବର୍ଷର ଅଭ୍ୟାସ ବାଧ୍ୟତାମୂଳକ ।ଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ । ତେବେ ଆଜି ପୂର୍ବରୁ ଆରମ୍ଭ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ପାଇଁ ଏହା ଲାଗୁ ହେବ ନାହିଁ ।  ଆଜି ଠାରୁ ଆରମ୍ଭ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ।

ନିମ୍ନ ଅଦାଲତ ବିଚାରପତି ଅର୍ଥାତ୍ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି ଏହି ପଦବୀରେ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀଙ୍କର ଅତି କମରେ ତିନି ବର୍ଷର ଲ’ ପ୍ରାକ୍ଟିସ୍ ଥିବା ଆବଶ୍ୟକ। ଯାହାଦ୍ବାରା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ହେବ । ପ୍ରଧାନ ବିଚାରପତି ବିଆର ଗଭଇ, ଜଷ୍ଟିସ୍ ଏଚି ମସିହ ଓ ଜଷ୍ଟିସ୍‌ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।  ଏହି ନିୟମ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେବ।  ରାଜ୍ୟ ନ୍ୟାୟିକ ସେବା ଆୟୋଗଙ୍କୁ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି, ବର୍ତ୍ତମାନ ସମୟରେ ଚାଲିଥିବା ନିଯୁକ୍ତି ଉପରେ ଏହି ନିୟମ ଲାଗୁ ହେବନି। ତେବେ ଆଗକୁ ଏହାକୁ ବାଧ୍ୟତାମୂଳକ କରି ଦିଆଯିବ। 

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟ ଯେଉଁ ନିଯୁକ୍ତି କରୁଛନ୍ତି ସେଥିରେ ଏହି ନିୟମ ଲାଗୁ ହେବନି। ତେବେ ଆଗକୁ ହେବାକୁ ଥିବା ସବୁ ନିଯୁକ୍ତିରେ ଏହି ନିୟମକୁ ବାଧ୍ୟତାମୂଳକ କରାଯିବ।  କୋର୍ଟ କହିଛପନ୍ତି, ଲ ଗ୍ରାଜୁଏଟ୍‌ ଛାତ୍ରଙ୍କୁ ବିଚାରପତି ଭାବରେ ନିଯୁକ୍ତି ଦେବାପରେ ବହୁ ସମସ୍ୟାର ସାମନା କରିବାକୁ ପଡିଥାଏ। ଅନୁଭବହୀନ ଲ’ ଗ୍ରାଜୁଏଲଟ ଜରୁରୀ କାର୍ଯ୍ୟ ପରିଚାଳନା କରିବାରେ ସକ୍ଷମ ନୁହଁନ୍ତି।