- ପୁଣି ଅଡ଼ୁଆରେ ସୋନିଆ-ରାହୁଲ ଗାନ୍ଧୀ
- ସୋନିଆ-ରାହୁଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍
- ନ୍ୟାସନାଲ ହେରାଲ୍ଡ ମାମଲାରେ ଆସିଛି ନୋଟିସ୍
- ୨୦୦୦କୋଟି ଟଙ୍କାର ସମ୍ପତ୍ତି ବିବାଦ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କର ଆଇନଗତ ମୁସ୍କିଲ ପୁଣି ଥରେ ବଢିବା ନଜର ଆସୁଛି। ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସେହି ପିଟିସନ ଉପରେ ଶୁଣାଣି କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି, ଯେଉଁଥିରେ ଟ୍ରାୟଲ କୋର୍ଟର ଏକ ସଦ୍ୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆ ଯାଇଛି।
ତଳକୋର୍ଟ ଟେକ୍ନିକାଲି ଆଧାରରେ ଇଡିର ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବାରେ ମନା କରି ଦେଇ ଥିଲେ, ଯାହାକୁ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ହାଇକୋର୍ଟରେ ଭୁଲ ଦର୍ଶାଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କଡ଼ା ଦଲିଲ ଉପସ୍ଥାପନା କରିଛନ୍ତି।
ସେ ଜଷ୍ଟିସ୍ ରବିନ୍ଦର ଟୁଡେଜଙ୍କ ପୀଠ ସାମନାରେ କହିଛନ୍ତି ଯେ, ଟ୍ରାଏଲ କୋର୍ଟଙ୍କ ଏହି ନିଷ୍କର୍ଷ ‘ବିନା ଏଫଆଇଆରର ମନି ଲଣ୍ଡ୍ରିଂର ଯାଞ୍ଚ ଆରମ୍ଭ ହୋଇ ପାରିବ ନାହିଁ ’, ଆଇନର ନଜରରେ ‘ଭୟଙ୍କର ରୂପେ ଭୁଲ।’ ମେହଟ୍ଟା ଯୁକ୍ତି କରିଛନ୍ତି ଯେ, ଯଦି ଏହି ନିଷ୍ପତ୍ତିକୁ ସ୍ୱୀକାର କରି ନିଆ ଯାଏ, ତ ଏଥିରେ ଦେଶର ଆହୁରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ମନି ଲଣ୍ଡରିଂ ମାମଲାରେ ଗୁରୁତର ପ୍ରଭାବ ପଡ଼ିବ ଏବଂ ଆର୍ଥିକ ଅପରାଧିଙ୍କୁ ରକ୍ଷା ପାଇବାର ରାସ୍ତା ମିଳିଯିବ।
ଏହାସହ ମଧ୍ୟ ପଢନ୍ତୁ : ୩୫୫ ଯାତ୍ରୀଙ୍କୁ ନେଇ ମଝି ଆକାଶରେ ଥିଲା ଏୟାର ଇଣ୍ଡିଆର ବିମାନ , ହଠାତ୍ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ ...
ଏହି କେସ୍ରେ ଗାନ୍ଧୀ ପରିବାର ବ୍ୟତୀତ ଯେଉଁ ଲୋକଙ୍କୁ ନୋଟିସ୍ ପଠାଯାଇଛି, ଏଥିରେ କଂଗ୍ରେସ ନେତା ସୁମନ ଦୁବେ,ସ୍ୟାମ୍ ପିଟ୍ରୋଡା , ୟଙ୍ଗ ଇଣ୍ଡିଆନ କମ୍ପାନୀ ଡୋଟେକ୍ସ ମର୍ଚେଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ସୁନୀଲ ଭଣ୍ଡାରୀ ସାମିଲ ଅଛନ୍ତି।
ଗତ ୧୬ ଡିସେମ୍ୱରରେ ସ୍ୱତନ୍ତ୍ର ବିଚାରପତି ଇଡିର ଅଭିଯୋଗ ଆଧାରରେ ସଂଜ୍ଞାନ ନେଇ ଏହା କହି ମନା କରିଦେଇ ଥିଲେ ଯେ, ଏହି ମାମଲା କୌଣସି ପୁଲିସ ଏଫଆଇଆର କିମ୍ୱା ସିବିଆଇର ଯାଞ୍ଚ ଉପରେ ଆଧାରିତ ନୁହେଁ, ବରଂ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କର ଏକ ‘ବ୍ୟକ୍ତିଗତ ଅଭିଯୋଗ’ (Private Complaint)ରୁ ସୃଷ୍ଟି ହୋଇଛି। କୋର୍ଟଙ୍କ କହିବାର ଥିଲା ଯେ, ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ଆଇନଗତ ପ୍ରବର୍ତ୍ତନ ଏଜେନ୍ସି ଦ୍ୱାରା ରୁଜୁ କରାଯାଇ ଥିବା ଏଫଆଇଆର ଅନିବାର୍ଯ୍ୟ।
ହାଇକୋର୍ଟରେ କଂଗ୍ରେସର ପକ୍ଷ ଗାନ୍ଧୀ ପରିବାର ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନି ସିଙ୍ଘଭି ଆର ଏସ ଚିମା ହାଜର ହୋଇଥିଲେ।ସିଙ୍ଘଭି କୋର୍ଟଙ୍କୁ କହିଥିଲେ ଯେ , ସେ ଇଡିର ଦଲିଲରେ ସଂପୂର୍ଣ୍ଣ ରୂପେ ସହମତ ନୁହଁନ୍ତି ଏବଂ ଏହି ମାମଲାରେ ନିଜର ବିସ୍ତୃତ ଜବାବ ଦାଖଲ କରିବେ। ହେଲେ ସେ କୋର୍ଟର ନୋଟିସ୍ ସ୍ୱୀକାର କରିନେଇଛନ୍ତି। କୋର୍ଟ ଏବେ ଏହି ମାମଲାର ଆଗାମୀ ଶୁଣାଣି ପାଇଁ ୧୨ମାର୍ଚ୍ଚ ୨୦୨୬ର ତାରିଖ ସ୍ଥିର କରିଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ମଶା କାମୁଡି ଦେବାରୁ ତାକୁ ମାରି ଥଳିରେ ପ୍ୟାକ୍ କଲେ , ପହଞ୍ଚି ଗଲେ ମ୍ୟୁନିସପାଲିଟି ଅଫିସରେ
ଏହି ପୂରା ବିବାଦ ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ) ର ସଂପତ୍ତିର ଅଧିଗ୍ରହଣ ସହ ଜଡ଼ିତ। ଇଡିର ଅଭିଯୋଗ ଯେ,ସୋନିଆ ଓ ରାହୁଲ ଗାନ୍ଧୀଙ୍କ ୭୬ ପ୍ରତିଶତ ପାର୍ଟନରସିପ୍ ଥିବା କମ୍ପାନୀ ‘ୟଙ୍ଗ୍ ଇଣ୍ଡିଆନ’ ଠକେଇ ମାଧ୍ୟମରେ ଏଜେଏଲର ପାଖାପାଖି ୨ ,୦୦୦ କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ହାସଲ କରି ନେଇଛି। ଏଜେନ୍ସିର ଦାବି ଯେ, ୯୦ କୋଟି ଟଙ୍କାର ଋଣ ସେଟଲମେଣ୍ଟ ନାମରେ ଏହି ପୂରା ଷଡ଼ଯନ୍ତ୍ର ରଚା ଯାଇଛି ଏବଂ ମନି ଲଣ୍ଡରିଂ ମାଧ୍ୟମରେ ସଂପତ୍ତି ଗୁଡ଼ିକର ହସ୍ତାନ୍ତରଣ ହୋଇଛି।