• ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ 
  • ଇଞ୍ଜିନ ଅଏଲ୍‌ର ପ୍ରେସର ଜିରୋ ହୋଇଗଲା
  • ବିମାନକୁ ପୁଣି ଦିଲ୍ଲୀ ଫେରିବାକୁ ପଡ଼ିଲା 

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନକୁ ନେଇ ପୁଣି ଏକ ଖବର। ଦିଲ୍ଲୀରୁ ଉଡ଼ାଣ କରି ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆର ସେହି ବିମାନ ପାଖାପାଖି ଘଣ୍ଟାଏର ଯାତ୍ରା କରି ସାରିଥିଲା। ୩୫୫ ଜଣ ଯାତ୍ରୀଙ୍କ ସହ ମଝି ଆକାଶରେ ବିମାନରେ ହଠାତ୍‌ ଦେଖା ଦେଇଥିଲା ସମସ୍ୟା , ଯେଉଁଥି ପାଇଁ ହଠାତ୍‌ ବିମାନକୁ ଦିଲ୍ଲୀକୁ ଫେରିବାକୁ ପଡ଼ିଲା। ବିମାନକୁ ଦିଲ୍ଲୀରେ ସରୁକ୍ଷିତ ରୂପେ ଅବତରଣ କରିବା ପରେ ସମସ୍ତେ ଆଶ୍ୱସ୍ତି ଅନୁଭବ କରିଥିଲେ। ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ (ଡିଜିସିଏ) ମୁତାବିକ , କ୍ରୁ ମେମ୍ୱରଙ୍କୁ ଡାହାଣ ଇଞ୍ଜିନରେ ଲୋ ଅଏଲ ପ୍ରେସର ଥିବା ଜଣାପଡ଼ିବା ପରେ, ବିମାନର ଦିଗକୁ ତୁରନ୍ତ ବଦଳାଇବାକୁ ପଡ଼ିଲା।

ଏହାସହ ମଧ୍ୟ ପଢନ୍ତୁ : ନୂଆ କାର କିଣିଲେ ୟୁଜବେନ୍ଦ୍ର ଚହଲ , ମାତା-ପିତାଙ୍କୁ ନେଇ ଲେଖିଲେ ହୃଦୟସ୍ପର୍ଶୀ କଥା

ଏୟାର ଇଣ୍ଡିଆର ପ୍ରବକ୍ତା ଏକ ବୟାନରେ କହିଛନ୍ତି , ୨୨ ଡିସେମ୍ୱରରେ AI887 ଦିଲ୍ଲୀରୁ ମୁମ୍ୱାଇର ଫ୍ଲାଇଟ୍‌ର କ୍ରୁ ଏକ ଟେକ୍ନିକାଲ ସମସ୍ୟା ପରେ ଏସଓପି ଅନୁସାରେ ତୁରନ୍ତ ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବିବୃତ୍ତିରେ ଏହି କଥା ବିଷୟରେ କୁହାଯାଇ ନଥିଲା ଯେ, କୌଣସି ପ୍ରକାରର ସମସ୍ୟା ଜଣାପଡ଼ି ଥିଲା।

ଡିଜିସିଏ ଏହି ଘଟଣାରେ ଏକ ବିବୃତ୍ତି ଜାରି କରି କହିଛି ଯେ,ଏୟାର ଇଣ୍ଡିଆର ବିମାନ ‘ଏୟାର ଟର୍ନବ୍ୟାକ’ କାରଣ ଟେକ୍‌-ଅଫ୍‌ ପରେ ଫ୍ଲାପ୍ସକୁ ରିଟ୍ରେସିଂ ସମୟରେ ଫ୍ଲାଇଟ୍‌ କ୍ରୁ ଇଞ୍ଜିନ ନମ୍ୱର -୨ (ଡାହାଣ ଇଞ୍ଜିନ) ରେ ଇଞ୍ଜିନ ଅଏଲ ପ୍ରେସର କମ୍‌ ଥିବା ଜଣାପଡ଼ିଥିଲା । କିଛି ସମୟ ପରେ ଇଞ୍ଜିନରେ ତେଲର ପ୍ରେସର ଜିରୋ ହୋଇଗଲା। ଡିଜିସିଏ କହିଛି ଯେ, ପ୍ରୋସିଜରର ପାଳନ କରି କ୍ରୁ ଇଞ୍ଜିନ ନମ୍ୱର-୨ ବନ୍ଦ କରିଥିଲେ ଏବଂ ଏୟାରକ୍ରାଫ୍ଟ ଦିଲ୍ଲୀରେ ସୁରକ୍ଷିତ ଉପାୟରେ ଲ୍ୟାଣ୍ଡ ହୋଇଥିଲା। ଆଭିଏସନ ରେଗୁଲେଟର କହିଛି ଯେ, ବିମାନର ଯାଞ୍ଚ ଚାଲିଛି। ଡିଜିସିଏ କହିଛି ଯେ, ଡାଇରେକ୍ଟର ଏୟାର ସେଫ୍ଟି (ଏନଆର)ର ଦେଖାଶୁଣାରେ ବିମାନ କମ୍ପାନୀର ପରମାନେଣ୍ଟ ଇନଭେଷ୍ଟିଗେସନ ବୋର୍ଡ ପକ୍ଷରୁ ଯାଞ୍ଚ କରାଯିବ।

ଏୟାରଲାଇନ୍‌ର ପ୍ରବକ୍ତାଙ୍କ ଅନୁସାରେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)ରେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ପରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା। ପ୍ରବକ୍ତା କହିଛନ୍ତି ଯେ, ଏୟାରଲାଇନ୍‌ ଏହି ଅପ୍ରତ୍ୟାଶିତ ସ୍ଥିତିରେ ହୋଇଥିବା ଅସୁବିଧାକୁ ନେଇ ଦୁଃଖି ପ୍ରକାଶ କରି।