• ମଶା କାମୁଡାକୁ ନେଇ ଅଜବ ବିରୋଧ
  • ଲୋକଙ୍କୁ ପ୍ରବଳ ଡେଙ୍ଗୁ ଭୟ 
  • ବ୍ୟକ୍ତି ମଶାକୁ ନେଇ ପହଞ୍ଚିଲେ ମ୍ୟୁନିସିପାଲିଟି ଅଫିସରେ
  • ଡେଙ୍ଗୁ ମଶା କି ନାହିଁ ଯାଞ୍ଚ କରବାକୁ କହିଲେ

ରାୟପୁର : ଘରେ ଶୋଇବା ବେଳେ କି ଅଫିସରେ ବସି କାମ କରୁଥିବା ବେଳେ ମଶା କାମୁଡ଼ିବା ଏକ ନିତିଦିନିଆ ଘଟଣା। ଏଥିରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ଉପାୟ ଆପଣାଇ ଥାଉ। ହେଲେ ଏହା ସମସ୍ତଙ୍କ ପାଇଁ ଯେମିତି ସାଧାରଣ କଥାଟିଏ। ହେଲେ ଛତିଶଗଡ଼ରେ ଏକ ଅଜବ ଧରଣର ଘଟଣା ଏହି ମଶା କାମୁଡ଼ିବାକୁ ନେଇ ଘଟିଛି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଘଟଣାର ମଜା ନେବେ।

ଏଠାରେ ଜଣେ ବ୍ୟକ୍ତି ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି। ମଶା କାମୁଡ଼ି ଯୋଗୁଁ ସେ ତାକୁ ମାରି ପ୍ଲାଷ୍ଟିକ୍ ଥଳିରେ ପ୍ୟାକ୍ କରିଥିଲେ। ଏହାପରେ ତାକୁ ନେଇ ନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ସେ ନିଗମ ହେଲଥ୍ ଅଧିକାରୀଙ୍କୁ ଏହାର ଯାଞ୍ଚ କରିବାକୁ କହିଲେ। ତାଙ୍କୁ ସନ୍ଦେହ ଥିଲା ଯେ, ଏହି ମଶା ଡେଙ୍ଗୁର ବାହକ ନୁହେଁ ତ।

ଏନଡିଟିଭିର ରିପୋର୍ଟ ଅନୁସାରେ , ଛତିଶଗଡ଼ର ରାଜଧାନୀ ରାୟପୁରରେ ଜଣେ ଯୁବକ ନିଜର ଅଭିଯୋଗକୁ ପ୍ଲାଷ୍ଟିକ୍ ଥଳିରେ ବନ୍ଦ କରି ଅଧିକାରୀଙ୍କ ପାଖରେ ପହଞ୍ଚିବାର ଏକ ନିଆରା ବିରୋଧ ପ୍ରଦର୍ଶନ କରିଥିଲେ। ରାୟପୁରର ବାମନରାଓ ଲାଖେ ୱାର୍ଡରେ ମଶା କାମୁଡ଼ିବାର ପରେ ଯୁବକ ଜଣଙ୍କ ମଶାକୁ ମାରି ତାକୁ ପ୍ୟାକ୍ କରିଥିଲେ ଏବଂ ସିଧା ରାୟପୁର ନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

ଦୌଲଲ ପଟେଲ ନାମଙ୍କ ଏହି ବ୍ୟକ୍ତି କହିଛନ୍ତି ଯେ, ତାଙ୍କୁ ଭୟ ଥିଲା ଯେ,ତାଙ୍କୁ କାମୁଡ଼ି ଥିବା ମଶା ଡେଙ୍ଗୁର ବାହାକ ହୋଇପାରେ। ଚିନ୍ତିତ ହୋଇ ସେ ପ୍ରଥମେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଥଲେ , ଯିଏକି ତାଙ୍କୁ ମଶାଙ୍କ ଯାଞ୍ଚ କରାଇବାକୁ ପରାମର୍ଶ ଦେଇ ଥିଲେ।

ସାମାଜିକ କର୍ମୀ ବିଜୟ ସୋନା ଓ ନଗର ନିଗମର ବିରୋଧୀ ନେତ ଆକାଶ ତିୱାରୀଙ୍କ ସହ ପଟେଲ ପଲିଥିନି ବ୍ୟାଗ୍‌ରେ ଭଲ ଭାବେ ସିଲ୍ କରାଯାଇ ଥିବା ମଶାକୁ ନଗର ନିଗମ ମୁଖ୍ୟାଳୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରଦାନ କରିଥିଲେ।

ନଗର ନିଗମ ଅଧିକାରୀମାନେ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରିଥିଲେ ଏବଂ ସମସ୍ତ ଆଶଙ୍କାକୁ ଦୂର କରିବା ପାଇଁ ପରୀକ୍ଷଣର ବ୍ୟବସ୍ଥା କରିଥିଲେ। ହେଲେ,ରିପୋର୍ଟରେ କିଛି ଆଶ୍ୱସ୍ତି ମିଳି ଥିଲା , କାରଣ ଏହି ମଶା ଡେଙ୍ଗୁ ବ୍ୟାପିବାକୁ ନେଇ ନୁହେଁ , ବରଂ ସାଧାରଣ ମଶା ଥିଲା।

ବିରୋଧୀ ମାନେ ଏହି ଘଟଣାକୁ ନେଇ ହାତାହାତି ହୋଇଥିଲେ। ନଗର ନିଗମର ବିରୋଧୀ ନେତା ଆକାଶ ତିୱାରୀ କହିଛନ୍ତି , ଏହି ଘଟଣା ସହରର ମଶା ନିୟନ୍ତ୍ରଣ ବ୍ୟବସ୍ଥାର ବିଫଳତାକୁ ଜାଗ୍ରତ କରିଛି। କହିଛନ୍ତି , କାଗଜରେ ତ ଲୋକଙ୍କୁ ‘ସ୍ୱଚ୍ଛ ରାୟପୁର ,ସୁନ୍ଦର ରାୟପୁର’ର ସ୍ୱପ୍ନ ଦେଖାଯାଉଛି। କିନ୍ତୁ ଗ୍ରାଉଣ୍ଡର ବାସ୍ତବତା ଏୟା ଯେ, ନିବାସୀଙ୍କୁ ମଶାକୁ ମାରି ନଗର ନିଗମ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଛି।

ଅନ୍ୟପଟେ ଲୋକଙ୍କ କହିବାନୁସାରେ,ମଶାଙ୍କ ପ୍ରକୋପ ଚିନ୍ତାଜନକ ସ୍ତରରେ ପହଞ୍ଚି ଯାଇଛି। ଲୋକେ ଡେଙ୍ଗୁ ଓ ମ୍ୟାଲେରିଆର ଭୟରେ ଜିଉଁଛନ୍ତ। ସ୍ଥାନୀୟ ଲୋକେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଏହି ଅଞ୍ଚଳର ଜଣେ ଯୁବକଙ୍କ ମଶା କାମୁଡ଼ାରେ ମୃତ୍ୟୁ ହୋଇଥିଲା।