ନୂଆଦିଲ୍ଲୀ : FASTag ଆନୁଆଲ ପାସ୍କୁ ନେଇ ବଡ଼ ଫ୍ରଡ୍ ହେଉଛି। ମାମଲାର ଗୁରୁତ୍ୱକୁ ନେଇ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ (NHAI) ପବ୍ଲିକ୍ ଆଡଭାଇଜରୀ ଜାରି କରିଛି। ଫାଷ୍ଟାଗ୍ ଆନୁଆଲ ପାସ୍ ସହ ଜଡ଼ିତ ଏହି ସ୍କାମ୍ ଫେକ୍ ୱେବସାଇଟ୍ ମାଧ୍ୟମରେ କରାଯାଉଛି। ଏଥିରେ ସ୍କାମର ମାନେ ୟୁଜର୍ସଙ୍କୁ ଅଫିସିଆଲ ପ୍ଲାଟଫର୍ମ ଭଳି ଦେଖାଯାଉ ଥିବା ଫେକ୍ ପୋର୍ଟାଲ୍ସରେ ପେମେଣ୍ଟ କରିବା ପାଇଁ କୁହନ୍ତି। ଚିନ୍ତାର କଥା ଏହା ଯେ, ଏହି ଫେକ୍ ୱେବସାଇଟ୍ସ ପେଡ୍ ଆଡଭାଟାଇଜମେଣ୍ଟ ଓ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନର ଟ୍ରିକ୍ସ ଦ୍ୱାରା ଗୁଗଲ ଭଳି ସର୍ଚ୍ଚ ଇଞ୍ଜନର ରେଜଲ୍ଟରେ ଟପ୍ରେ ଆସିଥାଏ। ଅଥୋରିଟି ୟୁଜରଙ୍କୁ ଫାଇନାନ୍ସିଆଲ କ୍ଷତିରୁ ରକ୍ଷା ପାଇବା ପାଇଁ FASTag ସହ ଜଡ଼ିତ ସର୍ଭିସେସ୍ ପାଇଁ କେବଳ ଭେରିଫାଇଡ ଚ୍ୟାନେଲ୍ସରେ ହିଁ ଭରସା କରିବାକୁ ପରାମର୍ଶ ଦେଇଛନ୍ତି।
ଏହି ସବୁ ୱେବସାଇଟ୍କୁ ଯିବାକୁ ହେଲେ ୟୁଜରଙ୍କୁ ମୋବାଇଲ ନମ୍ୱର , ଭାଇକଲ ରେଜିଷ୍ଟ୍ରେସନ ଇନଫର୍ମେସନ ଓ ପେମେଣ୍ଟ କ୍ରିଡେନ୍ସିଆଲ୍ସ ଭଳି ସେନ୍ସିଟିଭ୍ ଇନଫର୍ମେସନକୁ ଏଣ୍ଟର କରିବା ପାଇଁ କୁହାଯାଏ। ହେଲେ, ଇଣ୍ଟରଫେସ୍ ଦେଖିବାରେ ଅସଲ ଲାଗେ , କିନ୍ତୁ ପେମେଣ୍ଟ ସ୍କାମରଙ୍କ ଆକାଉଣ୍ଟକୁ ଚାଲି ଯାଏ। ଅନେକ ମାମଲାରେ ୟୁଜରଙ୍କୁ କିମ୍ୱା କୌଣସି କନଫର୍ମେସନ ମିଳି ନଥାଏ କିମ୍ୱା ତାଙ୍କୁ ନକଲି ରସିଦ୍ ଦିଆଯାଏ କିମ୍ୱା ତାଙ୍କ ପାଖରେ କୌଣସି ଭାଲିଡ୍ FASTag ରହେ ନାହିଁ।
ଏହା ପୂର୍ବରୁ ଏହି ଚେତାବନୀ ଗୃହ ମନ୍ତ୍ରଣାଳୟର India Cyber Coordination Center ଜାରି କରିଥିଲା। ଅଧିକାରୀମାନେ କହିଛନ୍ତି ଯେ,କେମିତି ସ୍କାମର ନ୍ୟାସନାଲ ହାଇୱେ ୟୁଜର୍ସଙ୍କୁ ଟାର୍ଗେଟ୍ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଦ୍ରୁତଗତିରେ ଭୁଲ୍ ଭାବେ ବ୍ୟବହାର କରୁଛନ୍ତି। ପରାମର୍ଶରେ ଏହି କଥା ଉପରେ ଜୋର ଦିଆଯାଇଛି ଯେ, ଏହି ସ୍କାମ ଅଧିକ ସୋଫିଷ୍ଟିକେଟେଡ୍ ହେବାରେ ଲାଗିଛି , ଯେଉଁଥିରେ ୟୁଜର୍ସଙ୍କ ପାଇଁ ପ୍ରଥମ ନଜରରେ ଅସଲି ଓ ନକଲି ୱେବସାଇଟ୍ ମଧ୍ୟରେ ପ୍ରଭେଦ ଦେଖିବା ମୁସ୍କିଲ ହୋଇ ଯାଇଛି।