ମାଲକାନଗିରି, ୧୦/୫ : ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଦ୍ଵିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୪୧୬୭ଟି କେସ ଫଇସଲା କରାଯାଇଛି।ରାଜ୍ୟ ଆଇନ ସେବା ପ୍ରାଧିକରଣ ମାଲକାନଗିରି ନିର୍ଦେଶ କ୍ରମେ ତାଲୁକ ଆଇନ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ତାଲୁକ ସେବା ପ୍ରାଧି କରଣ ମୋଟୁ ଜେଏମଏଫସି ,ମାଥ୍ଲି ଜେଏମଏଫସି କୁଡୁମୁଳୁଗୁମ୍ମା ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା,ମାଲକାନଗିରି ବିଚାରଳୟ ଦ୍ବାରା ଦ୍ଵିତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମେତ ମାଥୁଲି , ମୋଟୁ, କୁଡୁମୁଳୁଗୁମ୍ମାଠାରେ ମଧ୍ଯ ଅନୁଷ୍ଠିତ ହୋଇଛି ।
ଏହି ଲୋକ ଅଦାଲତରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ କୁମାର ଦାସ , ଜିଲ୍ଲା ଆଇନ ସେବା ପ୍ରାଧୁକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମାର ଫଇସଲା କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୪୧୬୭ ଗୋଟି ମାମଲାର ବିଚାର କରାଯାଇ ୩୫୧୮୩୨/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ , ମୋଟୁ ଜେଏମଏଫସି କୋର୍ଟ, ମାଥ୍ଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ , ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି , ମାଲକାନଗିରି ଓ ମୋଟୁର ଓକିଲ ସଂଘର ସଭ୍ୟ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ I