PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଜାତୀୟ ପାରା ଆଥଲେଟିକ୍ସ: ପ୍ରଥମ ଦିବସରେ ଓଡ଼ିଶାକୁ ୪ ପଦକ, ସ୍ୱର୍ଣ୍ଣ ଜିତିଲେ ଜୟନ୍ତୀ ଓ ପଙ୍କଜ

ଭୁବନେଶ୍ୱର ୧୯/୦୩ ମହାରାଷ୍ଟ୍ରର ପୁନେ ସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଶନିବାରଠୁ ଆରମ୍ଭ ହୋଇଥିବା ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ । ପ୍ରଥମ ଦିବସରେ ଓଡ଼ିଶାକୁ ୪ଟି ପଦକ ମିଳିଛି । ଷ୍ଟାର୍‌ ଆଥଲେଟ୍‌ ଜୟନ୍ତୀ ବେହେରା ଓ ପଙ୍କଜ ଭୁଇ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ମଙ୍ଗତ୍‌ ହେମ୍ବ୍ରମ ଓ ଅର୍ଜୁନ ଭତ୍ରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୪୦୦ ମିଟର ଦୌଡ଼ (ଟି-୪୭)ରେ ଜୟନ୍ତୀ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ସେ ୧:୦୨.୨୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମହାରାଷ୍ଟ୍ରର ଋତୁଜା କିଶୋର (୧:୧୦.୫୬ସେକେଣ୍ଡ) ରୌପ୍ୟ ଏବଂ ଝାଡ଼ଖଣ୍ଡର କାଜଲ କୁମାରୀ (୧:୧୩.୧୦ସେକେଣ୍ଡ) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

ସେହିପରି ପୁରୁଷ ଲଙ୍ଗଜମ୍ପ ଟି-୧୩ ଇଭେଣ୍ଟରେ ପଙ୍କଜ ଭୁଇ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ମଙ୍ଗତ୍‌ ହେମ୍ବ୍ରମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପଙ୍କଜ ୫.୬୦ ମିଟର ଦୂରକୁ ଲମ୍ଫ ପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆନ୍ଧ୍ରପ୍ରଦେଶର ବୋଡୁ ଶ୍ରୀହରି ୫.୪୨ମିଟର ସହ ଦ୍ୱିତୀୟ ଏବଂ ମଙ୍ଗତ ୫.୩୩ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ । ପୁରୁଷ ୪୦୦ମିଟର ଦୌଡ଼ (ଟି-୧୨) ଇଭେଣ୍ଟରେ ଅର୍ଜୁନ ରୌପ୍ୟ ଆଉଏକ ବ୍ରୋଞ୍ଜ ଜିତିଥିଲେ । ସେ ୫୭.୪୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ । ଦିଲ୍ଲୀର ଏମ୍‌ଡି ଆରିଫ୍‌ ସ୍ୱର୍ଣ୍ଣ ଓ ଭୋଳା ରାମ ରୌପ୍ୟ ପଦକ ଜିତିଛନ୍ତି । ଆସନ୍ତାକାଲି ଜୟନ୍ତୀ, ରଶ୍ମୀରଞ୍ଜନ ଏବଂ ଗୋବିନ୍ଦ ଦୁବେ ଟ୍ରାକ୍‌କୁ ଓହ୍ଲାଇବେ ।

ସମ୍ବନ୍ଧିତ ଖବର