ପାଟଣାଗଡ଼, ୧୬/୧୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ରବିବାର ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ ନ୍ୟାସନାଲ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ ଯୋଗଦେଇ ତାଙ୍କର ନିଜନିଜ ବକ୍ତବ୍ୟ ରଖିଥିଲେ ।

ପ୍ରଥମେ ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘର ସଭାପତି ପ୍ରହଲ୍ଲାଦ ପାଢ଼ୀ ସଭା କାର୍ଯ୍ୟ ଆରମ୍ଭ କରିଥିବାବେଳେ ଅଭୟ ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପରିଶେଷରେ ସଂଘର ସହ ସମ୍ପାଦକ ସୁବ୍ରତ ମହାକୁଡ଼ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଭଙ୍ଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।