ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ; ଜାଣନ୍ତୁ ୭ଜଣ ସଦସ୍ୟ କିଏ ?

Published By : Ankita S | April 30, 2025 2:53 PM

ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆକ୍ସନ୍ ମୋଡରେ ରହିଛି ଭାରତ । ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ଭାରତ-ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । କେବଳ ଘୋଷଣାକୁ ଅପେକ୍ଷା । ଏହାରି ଭିତରେ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ ହୋଇଛି । ପୂର୍ବତନ ରଏବଂଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଶୀ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି ଗଠନ ହୋଇଛି । ଏଥିରେ ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା  ରହିଛନ୍ତି । ସେହିପରି ପୂର୍ବତନ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରଲ ଏକେ ସିଂ ମଧ୍ୟ କମିଟିରେ ରହିଛନ୍ତି । ଅବସରପ୍ରାପ୍ତ ଆଡମିରାଲ ମଣ୍ଟି ଖାନ୍ନା ମଧ୍ୟ ନୂଆ କମିଟିରେ ସ୍ଥାନିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇପିଏସ ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂ ରହିଛନ୍ତି । ସେହିପରି ୭ ଜଣିଆ ପୁରର୍ଗଠନ ବୋର୍ଡରେ ଆଇଏଫଏସ ବି ଭେଙ୍କଟେଶ ବର୍ମା ମଧ୍ୟ ରହିଛନ୍ତି ।

NSAB କଣ କାମ କରେ? ଏନଏସଏବି ଏକ ମଲ୍ଟିଡିସିପ୍ଲିନାରୀ ବୋର୍ଡ । ଯେଉଁଥିରେ ସରକାରରେ ନଥିବା ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥାନ୍ତି । ଏହା ମୁଖ୍ୟ କାର୍ଯ୍ୟ ରାଷ୍ଟ୍ରୀୟ ସୁରକ୍ଷା ପରିଷଦକୁ ଦୀର୍ଘକାଳୀନ ବିଶ୍ଲେଷଣ ପ୍ରଦାନ କରିବା । ସେମାନଙ୍କ ଦ୍ୱାରା ଉଠାଯାଇଥିବା ମୁଦ୍ଦା ଉପରେ ସମାଧାନ ଏବଂ ତାହା ସହିତ ଜଡିତ ଅଲଗା ଅଲଗା ପ୍ଲାନ ନେଇ ପରାମର୍ଶ ଦେବା । ୨୦୧୮ ପରେ ଏହାକୁ ପରିବର୍ତ୍ତନ କରାଯାଇଛି । ଆଇପିଏସ ଓ ଆଇଏଫଏସ ପୃଷ୍ଠଭୂମି ସହ ଜଡିତ ସଦସ୍ୟଙ୍କୁ ସାମିଲ କରାଯାଇଛି ।

ଅନ୍ୟପଟେ ପହଲଗାମ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ତୁହାକୁ ତୁହା ବୈଠକ ବସିଛି । ବ୍ୟାକ୍‌ଟୁ ବ୍ୟାକ ମିଟିଂ ହୋଇଛି । ଆଜି ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ଆସିପାରେ । ସେପଟେ ପାକିସ୍ତାନ ସୀମାରେ ଆଣ୍ଟି ଡ୍ରୋନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।  ଆଣ୍ଟି ଡ୍ରୋନ୍ ମୁତୟନ ନେଇ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣ ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇଛି । ପାକିସ୍ତାନୀ ଡ୍ରୋନ୍ ଦେଖିଲା ମାତ୍ରେ ଗୁଳିମାଡ କରିବାକୁ ନିର୍ଦ୍ଦେଶ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.