ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ତିରୁବନନ୍ତପୁରମ ଠାରେ ଜାତୀୟ ବରିଷ୍ଠ ସାମ୍ୱାଦିକ ସମାରୋହ; ସାମ୍ବାଦିକଙ୍କ ପାଇଁ କେନ୍ଦ୍ରୀୟ ପେନ୍ସନ୍ ଦାବି

Published By : Bijay Swain | August 25, 2025 9:25 PM

ଭବାନୀପାଟଣା,୨୫।୮(ଆପ୍ର): କେରଳ ତିରୁବନନ୍ତପୁରମ ଠାରେ ଏକ ଜାତୀୟ ସ୍ତରୀୟ ବରିଷ୍ଠ ସାମ୍ୱାଦିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୯ରୁ ୨୧ ତିନି ଧରି ଆୟୋଜିତ ଏହି ସମାରୋହରେ ଦେଶର ସମସ୍ତ ରାଜ୍ୟର ବରିଷ୍ଠ ସାମ୍ବାଦିକ ଯୋଗଦେଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା ଆରମ୍ଭ କରିବାକୁ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ସିନିୟର୍ ଜର୍ନାଲିଷ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଗଠନ ହୋଇଥିଲା।

ସମ୍ମେଳନରେ ବରିଷ୍ଠ ସାମ୍ବାଦିକମାନଙ୍କ ପାଇଁ ସାରା ଦେଶରେ ଏକକ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଏବଂ ବନ୍ଦ ହୋଇଯାଇଥିବା ରେଳଯାତ୍ରାର ରିହାତି ପୁନଃ ପ୍ରଚଳନ କରିବା ପାଇଁ ମଧ୍ୟ ଦାବି ହୋଇଥିଲା ।

ଫେଡେରେସନ୍‌ର ଅଧ୍ୟକ୍ଷ ଭାବେ ସନ୍ଦୀପ୍ ଦିକ୍ଷିତ (ଦିଲ୍ଲୀ) ଓ ସାଧାରଣ ସଂପାଦକ ଭାବେ ଏନ୍. ପି. ଚେକ୍କୁଟି (କେରଳ) ମନୋନିତ ହୋଇଛନ୍ତି । ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଆନନ୍ଦମ୍ ପୁଲିପାଲୁପୁଲା (ତେଲେଙ୍ଗାନା), ସୁହାସିନୀ ପ୍ରଭୁ ଗୋଭାଙ୍କର (ଗୋଆ), ଡା. ଟି. ଜନାର୍ଦ୍ଦନ (ଆନ୍ଧ୍ରପ୍ରଦେଶ) ଓ ଚନ୍ଦ୍ର ପ୍ରକାଶ୍ ଭାରଦ୍ୱାଜ (ମଧ୍ୟପ୍ରଦେଶ)। ସମ୍ପାଦକ ଭାବେ କେ. ଶାନ୍ତକୁମାରୀ (କର୍ଣ୍ଣାଟକ), କନ୍ହୁ ନନ୍ଦ (ଓଡିଶା), ଆର୍. ରଙ୍ଗରାଜ (ତମିଳନାଡୁ) ଓ ଡା. ଜୟପାଲ ପାରସୁରାମ ପାଟିଲ୍ (ମହାରାଷ୍ଟ୍ର)। କୋଷାଧ୍ୟକ୍ଷ ଭାବେ କେ. ପି. ବିଜୟକୁମାର (କେରଳ) ହୋଇଥିବା ବେଳେ ଓଡିଶାରୁ ପ୍ରତିନିଧିତ୍ଵ କରିଥିବା କଳାହାଣ୍ଡି ଜିଲ୍ଳାର ବରିଷ୍ଠ ସାମ୍ବାଦିକ ଉମା ଶଙ୍କରଙ୍କ ସମେତ ଏକ ୮ ଜଣିଆ କାର୍ଯ୍ୟକାରି ସଦସ୍ୟ ମନୋନିତ ହୋଇଥିଲେ।

ସମାରୋହରକୁ ପୂର୍ବତନ ଗୋଆ ଓ ମିଜୋରମ୍ ରାଜ୍ୟପାଳ ଅଧିବକ୍ତା ପି.ଏସ୍. ଶ୍ରୀଧରନ୍ ପିଳ୍ଳଇ ଉଦଘାଟନ କରିଥିଲେ। ଏହା ସହିତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରୋଫେସର କେ.ଭି. ଥୋମାସ୍, ପୂର୍ବତନ ମନ୍ତ୍ରୀ ପି. କେ. କୁନ୍ହାଲିକୁଟ୍ଟି, ଏସ୍‌ଜେଏଫଆଇ ଅଧ୍ୟକ୍ଷ ସନ୍ଦୀପ୍ ଦିକ୍ଷିତ ଓ ସାଧାରଣ ସଚିବ ଏନ୍. ପି. ଚେକ୍କୁଟି ମଧ୍ୟ ସଭାକୁ ସମ୍ବୋଧନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.