PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଜାତୀୟ ସିନିୟର ତୀରନ୍ଦାଜୀ ଚାମ୍ପିଅନ୍‌ସିପ୍‌: କମ୍ପାଉଣ୍ଡରେ ପଞ୍ଜାବ, ମଧ୍ୟପ୍ରଦେଶ ଚାମ୍ପିଅନ୍‌

କଟକ,୧୪ା୩(ବ୍ୟୁରୋ): ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ସିନିୟର ତୀରନ୍ଦାଜୀ ଚାମ୍ପିଅନ୍‌ସିପ୍‌ର ଆଜି କମ୍ପାଉଣ୍ଡ ଇଭେଣ୍ଟ ଶେଷ ହୋଇଛି । ପୁରୁଷ ବର୍ଗରେ ପଞ୍ଜାବ ୨୩୨ ପଏଣ୍ଟ ଏବଂ ମହିଳାରେ ମଧ୍ୟପ୍ରଦେଶ ୨୨୭ ପଏଣ୍ଟ ସ୍କୋର କରି ଦଳଗତ ଚାମ୍ପିଅନ୍‌ ହୋଇଛନ୍ତି । ପୁରୁଷରେ ଦିଲ୍ଲୀ ଦ୍ୱିତୀୟ ଏବଂ ଏଆଇପିଏସ୍‌ସିବି ତୃତୀୟ ସ୍ଥାନ ଅକ୍ତିଆର କରିପାରିଛନ୍ତି । ମହିଳାରେ ରାଜସ୍ଥାନ ଓ ଏଆଇପିଏସ୍‌ସିବି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ସହ କୃତିତ୍ୱ ଅର୍ଜନ କରିପାରିଛନ୍ତି ।

କମ୍ପାଉଣ୍ଡ ପୁରୁଷ ଇଭେଣ୍ଟରେ ଦିଲ୍ଲୀର ଅଭିଷେକ ବର୍ମା, ପଞ୍ଜାବର ସଙ୍ଗମପ୍ରୀତ ସିଂ ଏବଂ ରାଜସ୍ଥାନର ରଜତ ଚୌହ୍ୱାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପୁରୁଷ ଏକକ ଅଲିମ୍ପିକ୍‌ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବାଜିମାତ୍‌ କରିଛନ୍ତି ରାଜସ୍ଥାନର ରଜତ ଚୌହ୍ୱାନ । ଉତ୍ତରପ୍ରଦେଶର ଅର୍ଜୁନ କୁମାର ଏବଂ ପ୍ରବୀଣ କୁମାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । କମ୍ପାଉଣ୍ଡ ମହିଳାରେ ଜ୍ୟୋତି ସୁରେଖା ପ୍ରଥମ, ମୋନାଲି ଚନ୍ଦ୍ରହର୍ଷ ଜଧାଓ, କମ୍ପାଉଣ୍ଡ ଏକକ ଅଲିମ୍ପିକ୍‌ ରାଉଣ୍ଡରେ ତ୍ରିଷା ଦେବ, ମଧୁସ୍ମିତା କୁମାରୀ, ସ୍ୱାତୀ ଦୁଧୱାଲ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିପାରିଛନ୍ତି ।

ମିକ୍ସ ଟିମ୍‌ ଇଭେଣ୍ଟରେ ପଞ୍ଜାବ ନିଜ ଆଧିପତ୍ୟ ବିସ୍ତାର କରିଥିଲା । ପ୍ରଭଜୋତ କୌର ଏବଂ ସଂଗ୍ରାମପ୍ରୀତ ସିଂ ବିସଲାଙ୍କ ଯୋଡି ୧୫୬ ସ୍କୋର କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିପାରିଛନ୍ତି । ମଣିପୁରର ଲିଲି ଚାନୁ ପନମ ଓ ଏମ୍‌.ବିକ୍ରମ ସିଂଙ୍କ ଯୋଡି ଦ୍ୱିତୀୟ ଏବଂ ଆର୍‌ଏସ୍‌ପିବିର ତ୍ରିଷା ଦେବ ଓ ସୁନେନ୍ଦୁ ରୟଙ୍କ ଯୋଡି ଦ୍ୱିତୀୟ ଓ ତୃତୀୟ ସ୍ଥାନ ସହ ପ୍ରତିଯୋଗିତା ଶେଷ କରିଛନ୍ତି ।

ସମ୍ବନ୍ଧିତ ଖବର