PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌: ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

କଟକ,୧୧ା୭(ବ୍ୟୁରୋ): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଭଳି ମହା ଆୟୋଜନ ନେଇ କଟକ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ପ୍ରସ୍ତୁତ ହୋଇ ସାରିଛି । କେବଳ ଅତିଥିଙ୍କୁ ଅପେକ୍ଷା ।

ଆସନ୍ତା ୧୭ ରୁ ୨୨ ତାରିଖ ଯାଏ ଆୟୋଜିତ ହେଉଥିବା ଟିଟି ଚାମ୍ପିଅନସିପ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅନ୍‌ଲାଇନ୍‌ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି । ଦର୍ଶକ ଙ୍ଗଙ୍ଗଙ୍ଗ.କ୍ଟ୍ରବଚ୍ଚଗ୍ଧଜ୍ଞ.ମକ୍ଟଜ୍ଞ, ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ସାଇଟ୍‌ରୁ ଟିକେଟ ବୁକିଂ କରିପାରିବେ । ମୋଟ୍‌ ୧୬ଟି ଦେଶର ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ପାକିସ୍ତାନ ମଧ୍ୟ ଏଥିରେ ସାମିଲ ହେଉଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି

ଟିକେଟର ମୂଲ୍ୟ ୫୦, ୧୦୦, ୨୦୦ ଓ ୪୦୦ ଟଙ୍କା ରଖାଯାଇଛି । ୫୦ ଓ ୧୦୦ ଟଙ୍କିଆ ଟିକେଟରେ ଦର୍ଶକ ଗୋଟିଏ ଦିନ ଖେଳ ଦେଖିବାକୁ ସୁଯୋଗ ପାଇବେ । ମାତ୍ର ୨୦୦ ଓ ୪୦୦ ଟଙ୍କିଆ ଟିକେଟ୍‌ରେ ସମ୍ପୂର୍ଣ୍ଣ ୬ଦିନ ଷ୍ଟାଡିୟମ ପ୍ରବେଶ ଅନୁମତି ପାଇ ପାରିବେ । ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ କରିଥିବା ଦର୍ଶକ ଆସନ୍ତା ୧୫ରୁ ଇନ୍‌ଡୋର ଷ୍ଟାଡିୟମ୍‌ ନିକଟ କାଉଣ୍ଟରରୁ ନିଜ ନିଜର ଟିକେଟ୍‌ ସଂଗ୍ରହ କରିପାରିବେ ।
କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଟେବୁଲ୍‌ ଟେନିସ୍‌ ପ୍ରଚାର ପ୍ରସାର ଦିଗରେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ବେଶ୍‌ ସହାୟକ ହେବ । ମୋର ଅନୁରୋଧ, ବହୁ ସଂଖ୍ୟାରେ ଲୋକେ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଯୋଗ ଦେଇ ପ୍ରତିଯୋଗିତା ଦେଖନ୍ତୁ ।

ରାଜ୍ୟଗୋଷ୍ଠୀ ଟିଟିରେ ସାମିଲ ହେଉଥିବା ୧୬ଟି ଦଳ ମଧ୍ୟରେ ରହିଛନ୍ତି ଆୟୋଜକ ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍‌, ଇଂଲଣ୍ଡ, ଘାନା, ଗୁଏନା, ମାଲେସିଆ, ନାଇଜେରିଆ, ପାକିସ୍ତାନ, ସ୍କଟ୍‌ଲାଣ୍ଡ୍‌, ସିଙ୍ଗାପୁର, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା, ଉଗାଣ୍ଡା ଓ ୱେଲ୍‌ସ । ୧୭ ତାରିଖରେ ପ୍ରତିଯୋଗିତାର ଉଦ୍‌ଘାଟନ ହେବ । ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଇଭେଣ୍ଟ ଖେଳାଯିବ । ଏଥିରେ ପୁରୁଷ ଟିମ୍‌ ଇଭେଣ୍ଟ୍‌(ହୋମ୍‌ ଆସୋସିଏସନ୍‌ସ କପ୍‌), ମହିଳା ଟିମ୍‌ ଇଭେଣ୍ଟ(ଇଣ୍ଡିଆ କପ୍‌), ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟ(ସିଙ୍ଗାପୁର କପ୍‌), ମହିଳା ସିଙ୍ଗଲ୍ସ ଇଭେଣ୍ଟ(ଓସେନିଆ କପ୍‌), ପୁରୁଷ ଡବଲ୍ସ(ହଂକଂ କପ୍‌), ମହିଳା ଡବଲ୍ସ(କାନାଡା କପ୍‌), ମିକ୍ସ ଡବଲ୍ସ(ଗର୍ନସି କପ୍‌) ଅନ୍ତର୍ଭୁକ୍ତ ରହିଛି ।