ରାଇରଙ୍ଗପୁର: ୯୬୦.୩୪ କୋଟିର ୧୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୨୧ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

source:www.livemint.com
ରାଇରଙ୍ଗପୁର ୩/୨ : ରାଇରଙ୍ଗପୁରରେ ମିଶନଶକ୍ତି ମହାସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୫ କୋଟି ଟଙ୍କାର ୨୧ ଟି ପ୍ରକଳ୍ପର ଲୋକାର୍ପଣ କରିବାସହ ୯୬୦.୩୪ କୋଟିର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଇରଙ୍ଗପୁର ହସ୍ପିଟାଲକୁ ଶହେ ଶଯ୍ୟାବିଶିଷ୍ଟ କରାଯିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମସ୍ଥଳରେ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ, ୧୦୦ରୁ ଉର୍ଦ୍ଧ୍ୱ ଅଫିସର ଓ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଏସପି ଓ ଜିଲ୍ଲାପାଳ ଶୋଭାସ୍ଥଳରେ ରହି ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।