ପ୍ରମୁଖ ଖବର
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସୁନ୍ଦରଗଡ଼ ଜିଲ୍ଲାରେ ନବୀନଙ୍କ ମାରାଥନ ପ୍ରଚାର, ଓଡି଼ଶାବାସୀ ମୋର ହାଇକମାଣ୍ଡ

ସୁନ୍ଦରଗଡ଼,୧୦ା୪(ଆପ୍ର): କେନ୍ଦ୍ର ସରକାରଙ୍କ ଯୋଗୁ ରାଜ୍ୟରେ କାଳିଆ ଯୋଜନା ବନ୍ଦ ହୋଇଛି । ନିର୍ବାଚନ ଶେଷ ହେବା ପରେ ବିଜେଡି ସରକାର କ୍ଷମତାକୁ ଆସିଲେ କାଳିଆ ଯୋଜନାରେ ଚାଷୀମାନଙ୍କୁ ଦୁଇଟି କିସ୍ତିର ଟଙ୍କା ଏକା ସାଙ୍ଗରେ ଦିଆଯିବ । କାଳିଆକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ତାର ସହ ଘୋଷଣା କରିଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଓ ତଲସରା ନିର୍ବାଚନମଣ୍ଡଳୀର ତିଲେକାନିଠାରେ ଆୟୋଜତି ନର୍ବିାଚନୀ ସଭାରେ ନବୀନ ଭୋଟ ପ୍ରଚାର ବେଳେ ବେଶ୍‌ ଦମ୍ଭର ସହ ଏହା କହିଥିଲେ ।

ଏଡାଛଡ଼ା ନବୀନ କହିଛନ୍ତି, ମୋର କେହି ହାଇକମାଣ୍ଡ ନାହାନ୍ତି, ଓଡ଼ିଶାବାସୀ ହିଁ ମୋର ହାଇକମାଣ୍ଡ । ଶେଷ ନିଶ୍ୱାସ ଯାଏ ମୁଁ ଓଡିଶାବାସୀଙ୍କ ସେବା କରିବି । ଆପଣମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଆସି କେନ୍ଦ୍ର ଉପରେ ଜୋରଦାର ବର୍ଷିଥିଲେ । ସେ କହିଥିଲେ, ବିଜେପି ଏକ ମିଛୁଆ ଦଳ । ଯାହା ପ୍ରତିଶ୍ରୁତି ଦେଉଛି ଠିକ ଭାବେ ପାଳନ କରୁନାହିଁ । ଭୋଟ ଆସିଲେ କେନ୍ଦ୍ରର ବଡ଼ ନେତାମାନଙ୍କର ଓଡ଼ିଶା କଥା ମନେପଡ଼େ । ଏପରି ଦଳକୁ ପ୍ରତ୍ୟାଖ୍ୟାନ କରିବା ଉଚିତ । ମୁଖ୍ୟମନ୍ତ୍ରୀ କହିଲେ, ସୁନ୍ଦରଗଡ଼ ହେଉଛି ହକିର ଜନ୍ମଭୂମି ।

ସାରା ବିଶ୍ୱରେ ହକି ହିଁ କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଛି । ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ମହିଳାମାନେ ହେଉଛନ୍ତି ବିକାଶର ଡବଲ ଇଞ୍ଜିନ । ସୁନ୍ଦରଗଡ଼ରେ ମୁଁ ମାଟିର ଝିଅ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ସୁନ୍ଦରଗଡ଼ର ହକ୍‌ ପାଇଁ ସେ ଦିଲ୍ଲୀରେ ଲଢ଼େଇ କରିବେ । ତଲସରାରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆହୁରି କହିଲେ ଯେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରତିନିଧିତ୍ୱ ହୋଇ ପାରୁନଥିବାରୁ ଏଠାରେ ଉନ୍ନୟନ କାର୍ଯ୍ୟ ଠିକ୍ ଭାବରେ ହୋଇ ପାରୁନି । ତେଣୁ ତଲସରା ନର୍ବିାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ଲାଗି ସେ ଲୋକଙ୍କୁ ଅନୁରୋଧ କରିଥିଲେ ।

ନିର୍ବାଚନ ସମୟରେ ବହୁ ନେତା ଆସନ୍ତି ଓ ବିଭିନ୍ନ ପ୍ରତିଶ୍ରୁତି ଦେଇ ତାକୁ ପାଳନ କରନ୍ତି ନାହିଁ । ବିଜୁ ଜନତା ଦଳ ଏକ ମାତ୍ର ଦଳ ଯିଏକି ଯାହା ପ୍ରତିଶ୍ରୁତି ଦେଇଥାଏ ତାକୁ କାର୍ଯ୍ୟକାରୀ କରି ଦେଖାଏ । ନିଜ ଭାଷଣରେ ନବୀନ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ସେ କହିଲେ, କେନ୍ଦ୍ରରେ ବିଜେପି ସରକାରରେ ସୁନ୍ଦରଗଡ଼ର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ରହିଛନ୍ତି । ହେଲେ ସେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାରିନାହାନ୍ତି । ନିଜ ହାଇକମାଣ୍ଡଙ୍କ ଆଗରେ ଲୋକଙ୍କ ହକ୍‌ ପ୍ରସଙ୍ଗ ଉଠାଇବାକୁ ତାଙ୍କର ସାହସ ନାହିଁ । ରାଉରକେଲାର ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରାଯାଇଥିଲା । ମାତ୍ର ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ । ପ୍ରତିଶ୍ରୁତି କେବଳ ପ୍ରତଶ୍ରିୁତିରେ ରହିଲା । ଆପଣମାନେ ସେମାନଙ୍କୁ ପଚାରନ୍ତୁ, କୁଆଡ଼େ ଗଲା ପ୍ରତିଶ୍ରୁତି?

ଏହା ପରେ ମୁଖ୍ୟମନ୍ତ୍ରୀ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାମପାଲି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ରାଏବଗା, ବଣାଇଁ ନିର୍ବାଚନ ମଣ୍ଡଳୀର ଲହୁଣିପଡ଼ାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଶେଷରେ ରାଉରକେଲା ଏବଂ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଭା ଓ ରୋଡ ସୋରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ର ରୂପଡିହି ଠାରେ ବିଜୟ ସଂକଳ୍ପ ସଭା କରି ଯିବାର ୪ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ପାଇଁ ମାରାଥନ ଗସ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.