PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ନବୀନଙ୍କ କଡ଼ା ଜବାବ: ଭୋଟ୍‌ ଫଳ କହିବ କିଏ ପୋଡ଼ା ଟ୍ରାନ୍ସଫର୍ମର

source:http://www.newindianexpress.com

ଭୁବନେଶ୍ୱର,୩ା୨(ବ୍ୟୁରୋ): ‘ନବୀନ ଏକ ଫ୍ୟୁଜ୍‌ ଟ୍ରାନ୍ସଫର୍ମର ।’ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ପୁରୀରେ ଏମିତି ମନ୍ତବ୍ୟ ଦେଇଥିଲେ ନବୀନଙ୍କ ସମ୍ପର୍କରେ । ମାତ୍ର ୫ ଘଣ୍ଟା ମଧ୍ୟରେ ନବୀନ ପାଲଟା ଜବାବ ଦେଇଛନ୍ତି । କହିଛନ୍ତି, ଅପେକ୍ଷା କର ! ୨୦୧୯ ନିର୍ବାଚନର ଫଳ କହିବ, କିଏ ଫ୍ୟୁଜ୍‌ ଟ୍ରାନ୍ସଫର୍ମର ଆଉ କିଏ ଟ୍ରାନ୍ସଫର୍ମର (ପରିବର୍ତ୍ତନର ସୂତ୍ରଧର) ଅଫ୍‌ ଓଡ଼ିଶା ।
ବେଶ୍‌ ଆକ୍ରମଣାତ୍ମକ ମୁଡ୍‌ରେ ଥିଲେ ଆଜି ନବୀନ । ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମକୁ ଦଳର ରଣକୌଶଳ ସମ୍ପର୍କରେ ସୂଚନା ଦେଲା ବେଳେ ନବୀନଙ୍କୁ ସାମ୍ବାଦିକମାନେ ଶ୍ରୀ ଶାହ ଦେଇଥିବା କେତେକ ଟିପ୍ପଣୀ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅମିତ ଶାହ କହିଥିଲେ, ବିଜେଡି ସରକାରଙ୍କୁ ଏଥର ନିର୍ବାଚନରେ ଉପାଡ଼ି ଫିଙ୍ଗ । ନବୀନ ଏକ ଫ୍ୟୁଜ୍‌ ଟ୍ରାନ୍ସଫର୍ମର । ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନବୀନ କହିଥିଲେ, ଠିକ୍‌ ଅଛି, ୨୦୧୯ ନିର୍ବାଚନ ଫଳାଫଳକୁ ଅପେକ୍ଷା କରନ୍ତୁ! ଜନତା କହିବେ, କେଉଁ ସରକାରଙ୍କୁ ଫୋପାଡ଼ି ଦେବେ, ଆଉ କାହାକୁ ଶାସନକୁ ଆଣିବେ । ଫ୍ୟୁଜ୍‌ ଟ୍ରାନ୍ସଫର୍ମର ମନ୍ତବ୍ୟକୁ ମଧ୍ୟ ହାଲୁକା ଭାବେ ଗ୍ରହଣ କରି ନ ଥିଲେ ନବୀନ । ଜବାବ ରଖିଥିଲେ, ଏକଥା ବି ଜନତା କହିବେ- କିଏ ଫ୍ୟୁଜ୍‌ (ପୋଡ଼ା) ଟ୍ରାନ୍ସଫର୍ମର ଆଉ କିଏ ଟ୍ରାନ୍ସଫର୍ମର ଅଫ୍‌ ଓଡ଼ିଶା । ଅମିତ ଶାହଙ୍କ ୧୨୦ ପ୍ଲସ୍‌ ଆହ୍ୱାନ ଉପରେ ପ୍ରତିକ୍ରିୟା ରଖି ନବୀନ କହିଥିଲେ, ଏହା ସମ୍ପୂର୍ଣ୍ଣ ଅସମ୍ଭବ । ଆସନ୍ତା ନିର୍ବାଚନରେ ଲୋକେ ଆମକୁ ଆହୁରି ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ । ଏ ଭରସା ଓଡ଼ିଶାବାସୀଙ୍କ ଉପରେ ଆମର ରହିଛି ।
ସାମ୍ବାଦିକମାନେ ପଚାରିଥିଲେ, ଆଜି ଅମିତ ଶାହ ବିଜେଡିକୁ କଂଗ୍ରେସର ‘ବି’ ଟିମ୍‌ ବୋଲି ଆକ୍ଷେପ କରିଛନ୍ତି । ଗତ କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏଭଳି ଅଭିଯୋଗ ଉଠାଇ ବିଜେଡିକୁ ବିଜେପିର ‘ବି’ ଟିମ୍‌ ବୋଲି ଆଖ୍ୟା ଦେଇଥିଲେ । ଏଥର ନବୀନ କହିଥିଲେ, ବିଜେଡି ନା କଂଗ୍ରେସର, ନା ବିଜେପିର । କାହାର ‘ବି’ ଟିମ୍‌ ନୁହେଁ । ବିଜେଡି ନିଜର ‘ଏ’ ଟିମ୍‌ । ବିଜେଡି ସବୁବେଳେ ଉଭୟଙ୍କଠାରୁ ସମାନ ଦୂରତା ରଖିଆସିଛି ଏବଂ ଏ ନୀତିରୁ କେବେ ଓହରିବ ନାହିଁ ।