PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

କେଉଁ ସିଟ୍‌ ଛାଡ଼ିବେ ନବୀନ; ହିଞ୍ଜିଳି ନା ବିଜେପୁର?

source:www.indiatoday.in

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ନବୀନ କେଉଁ ଆସନ ରଖିବେ? ପୁଣି କେଉଁ ଆସନ ଛାଡ଼ିବେ? ନିଜ ପାରମ୍ପରିକ ଆସନ ହିଞ୍ଜିଳି ନା ପ୍ରଥମ କରି ପାଦ ଥାପିଥିବା ପଶ୍ଚିମ ଓଡ଼ିଶାର ବିଜେପୁରକୁ ରଖିବେ? ଆଜି ବିଧାନସଭାରେ ନବୀନ ପଟ୍ଟନାୟକ ବିଧାୟକ ଭାବେ ଶପଥ ନେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍‌ ଧରିଛି । ମାତ୍ର ସ୍ପଷ୍ଟ ଉତ୍ତର କାହାରି ପାଖେ ନାହିଁ । ଗତକାଲି ୨୦ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ । ଆଜି ନବୀନ ବିଧାନସଭାର ସଭ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ପରେ ଚର୍ଚ୍ଚା ଆରମ୍ଭ ହୋଇଛି, ଦୁଇଟି ବିଧାନସଭା ଆସନରେ ଜିତିଥିବା ନବୀନ କେଉଁ ଆସନ ଛାଡ଼ିବେ? ୨୦୦୦ ମସିହାରୁ ନବୀନ ଦକ୍ଷିଣ ଓଡ଼ିଶାର ହିଞ୍ଜିଳିରୁ ଲଗାତାର ଜିତି ଆସୁଛନ୍ତି । ଏଥର ନିର୍ବାଚନରେ ପ୍ରଥମ କରି ହିଞ୍ଜିଳି ସହ ସେ ପଶ୍ଚିମ ଓଡ଼ିଶାର ବିଜେପୁରରୁ ବି ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରେ ନବୀନ ବିଜୟୀ ହୋଇଛନ୍ତି ।

ବିଧାୟକ ଭାବେ ଶପଥ ନେବାର ୧୫ ଦିନ ମଧ୍ୟରେ ତାଙ୍କୁ ୨ଟି ଆସନ ମଧ୍ୟରୁ ଗୋଟିଏ ଛାଡ଼ିବାକୁ ହେବ । ଗତ କିଛିଦିନ ତଳେ ଚର୍ଚ୍ଚା ଶୁଣିବାକୁ ମିଳିଥିଲା ଯେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ଖୁବଶୀଘ୍ର ରାଜନୀତିକୁ ଆସିପାରନ୍ତି । ନବୀନ ଯେଉଁ ଆସନ ଛାଡ଼ିବେ, ସେଇ ଆସନରୁ ତାଙ୍କ ପୁତୁରା ବିଜେଡିର ପ୍ରାର୍ଥୀ ହୋଇପାରନ୍ତି । ମାତ୍ର ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ । ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେନି ବୋଲି ନବୀନ ସ୍ପଷ୍ଟ କରିବା ପରେ ସସ୍‌ପେନ୍ସକୁ ଆହୁରି ବଢ଼ାଇ ଦେଇଛନ୍ତି । କୁହାଯାଉଛି, ଯଦି ନବୀନ ବିଜେପୁର ଆସନକୁ ଛାଡ଼ିବେ, ସେଠାରୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହୋଇପାରନ୍ତି । ମାତ୍ର ଯଦି ହିଞ୍ଜିଳି ଆସନ ଛାଡ଼ିବେ, କାହାକୁ ପ୍ରାର୍ଥୀ କରାଯିବ,? ଏସବୁ ଏବେ ଅସମାହିତ ପ୍ରଶ୍ନ ।

ସମ୍ବନ୍ଧିତ ଖବର