ଅମୃତସର, ୮/୨ : ପଞ୍ଜାବ ରାଜନୀତିରେ ଦୁଇ ମାସ ଧରି ଲାଗି ରହିଥିବା ବୟାନବାଜିରେ ଅନ୍ତରେ ଘଟିଛି । ପୂର୍ବତନ ବିଧାୟକ ନବଜୋତ କୌର ସିଦ୍ଧୁଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଏଆଇସିସି ମହାସଚିବ ଭୁପେଶ ବଘେଲଙ୍କ ଶୁକ୍ରବାର ଏହା ଘୋଷଣା କରିଥିବାବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ସିଦ୍ଧୁ । ତେବେ ସିଦ୍ଧୁ ଗତ ୩୧ ତାରିଖରେ କଂଗ୍ରେସରୁ ନିଜଆଡ଼ୁ ମଧ୍ୟ ଇସ୍ତଫା ଦେଇଥିଲେ । ଏବେ ସେ ବିଜେପି ଆଡକୁ ଢ଼ଳୁଥିବା ଚର୍ଚ୍ଚା ହେଉଛି ।

ବିରୋଧୀ ଦଳମାନେ ରାହୁଲଙ୍କୁ ପପ୍ପୁ କହି ସମାଲୋଚନା କରିଥାନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି ସିଦ୍ଧୁ । ସେ ମଧ୍ୟ ରାହୁଲଙ୍କୁ ପପୁ କହି ସମ୍ବୋଧାନ କରିଛନ୍ତି । ସେପଟେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି କି, ସିଦ୍ଧୁଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ସେ ବଜେପିରେ ସାମିଲ ହେବା ସହ ଘର ବାହୁଡ଼ା କରିବେ ବୋଲି କୁହାଯାଉଛି । ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ଏବଂ ବିଜେପି ସରକାରକୁ ପ୍ରଂଶସା କରୁଛନ୍ତି । ସେପଟେ ରାହୁଲଙ୍କ ସମାଲୋଚନା କରୁଥିବାବେଳେ ବିଜେପିରେ ଯୋଗ ଦେବାର ସୂଚନା ମିଳୁଛି ।

ସିଦ୍ଧୁ ପରିବାର ପୁଣିଥରେ ବିଜେପିରେ ଯୋଗ ଦେବାକୁ ଯାଉଛି । ପରିବାର ସହ ବିବାଦ ଲମ୍ବା ସମୟ ଧରି ରହି ଆସିଛି । ୨୦୧୨ ମସିହାରେ ଯେତେବେଳେ ଡ.ନବଜୋତ କୌର ସିଦ୍ଧୁ ଜିତିଥିଲେ ଏହାପରେ ବିଜେପି ଏବଂ ଅକାଳି ଦଳ ବିପକ୍ଷରେ ପରବର୍ତ୍ତୀ ସମୟରେ ବିଦ୍ରୋହ ଉଠାଇଥିଲେ । ପାଣ୍ଠି ପକ୍ଷପାତିତା ଏବଂ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହାପରେ ୨୦୧୬ରେ ସିଦ୍ଧୁଙ୍କ ବଦଳରେ ଦଳ ଅରୁଣ ଜେଟଲୀଙ୍କୁ ଟିକେଟ ଦେଇଥିଲା । କୁହାଯାଉଥିଲା କି ଆପରେ ଯୋଗ ଦେଇପାରନ୍ତି ସିଦ୍ଧୁ ଦମ୍ପତ୍ତି । ମାତ୍ର ଶେଷରେ କଂଗ୍ରେସରେ ଯୋଗ ଦେଇଥିଲେ ଆଉ ଏବେ କଂଗ୍ରେସ ବିପକ୍ଷରେ କରୁଛନ୍ତି ବୟାନ ବାଜି । ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଏହି ଦମ୍ପତ୍ତି ।

ଏହାସହ ପଢ଼ନ୍ତୁ :  ପ୍ରେମ ସପ୍ତାହରେ ବଢ଼ିଲା ହୋଟେଲ ବୁକିଂ, ୧୭୫ ପ୍ରତିଶତ ବୃଦ୍ଧି