ନୂଆଦିଲ୍ଲୀ, ୭/୨ : ଆରମ୍ଭ ହୋଇ ଯାଇଛି ଭାଲେଣ୍ଟାଇନ୍ ଓ୍ବିକ୍ । ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ଭାଲେଣ୍ଟାଇନ୍ ଡେ’ରେ ଶେଷ ହେବ । ତେବେ ଏହି ପ୍ରେମ ସପ୍ତାହରେ ପ୍ରେମୀଯୁଗଳ ମାନେ ବେଶ ଖୁସିରେ ମନାଇଥାନ୍ତି । ନିଜର ପ୍ରେମକୁ ପ୍ରକାଶ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସପ୍ତାହ ଆରମ୍ଭରୁ ବଢ଼ିଛି ହୋଟେଲ ବୁକିଂ । ଟ୍ରାଭେଲ୍ ଏବଂ ଗେଟ୍ ଓ୍ବେରେ ବଢ଼ିଛି ଖର୍ଚ୍ଚ । ହୋଟେଲ ଏବଂ ଟ୍ରାଭେଲ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ବୃଦ୍ଧି ପାଇଛି ବୁକିଂ । କ୍ଲିୟରଟ୍ରିପର ରିପୋର୍ଟ ଅନୁସାରେ ଏହି ସପ୍ତାହ ପାଇଁ ବଢ଼ିଛି ୧୭୫ ପ୍ରତିଶତ ବୁକିଂ ।
ଗୌହାଟୀ ପାଇଁ ୬୦ ପ୍ରତିଶତ ବୁକିଂ ହୋଇଥିବାବେଳେ କଲମ୍ବୋ ପାଇଁ ୬୫ ପ୍ରତିଶତ ଅଧିକ ବୁକିଂ ହୋଇଛି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ କି, ଲୋକେ ବାହାରକୁ ବୁଲିଯିବାକୁ ପସନ୍ଦ କରୁଛନ୍ତି । ନିଜ ସାଥୀଙ୍କ ସହ ସୁନ୍ଦର ଅନୁଭୂତି ସାଉଁଣ୍ଟିବା ପାଇଁ ପ୍ରେମୀଯୁଗଳମାନେ ଚାହିଁଛନ୍ତି ।
ଆରିୟା ହୋଟେଲ୍ସ ଆଣ୍ଡ୍ ରିସର୍ଟସର ସିଇଓ ଅମୃଦା ନାୟାର କହିଛନ୍ତି ଯେ ତାଙ୍କ ରିସର୍ଟ ପୋର୍ଟଫୋଲିଓରେ ଭାଲେଣ୍ଟାଇନ୍ସ ଡେ ବୁକିଂ 58%ରୁ ବୃଦ୍ଧି ପାଇ 110%ରେ ପହଞ୍ଚିଛି । ଚଳିତବର୍ଷ ସବୁଠାରୁ ଅଧିକ ବୁକିଂ ହୋଇଥିବା ସେ କହିଛନ୍ତି ।
ଏହାସହ ପଢ଼ନ୍ତୁ : ଦିନେ ଖେଳୁଥିଲେ ଏକାଠି, ହେଲେ ଆଜି ଏହିସବୁ ଭାରତୀୟ ଖେଳିବେ ଟିମ୍ ଇଣ୍ଡିଆ ବିପକ୍ଷରେ....