ମୁମ୍ବାଇ ,୦୪/୧୧: ନବଜୋତ ସିନ୍ଧୁଙ୍କର ହେବ କି ଘରବାହୁଡା । ବିଜେପିରେ ମିଶିବେ କି ନବଜୋତ ସିନ୍ଧୁ । ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ବିଜେପିର ଜଣେ ନେତାଙ୍କୁ ଭେଟିଛନ୍ତି । ପତ୍ନୀ ନବଜୋତ କୌର ସିଦ୍ଧୁ ଏବଂ ଝିଅ ରାବିଆ ବିଜେପି ନେତା ତାରଞ୍ଜିତ ସିଂ ସନ୍ଧୁଙ୍କୁ ଭେଟିଛନ୍ତି ।
ଏହି ବୈଠକ ପରେ ନବଜୋତ ସିନ୍ଧୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନବଜୋତ ସିନ୍ଧୁଙ୍କ ରାଜନୈତିକ କ୍ୟାରିୟରେ ତାଙ୍କ ପତ୍ନୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୦୭ ନର୍ବାଚନରେ ସିନ୍ଧୁଙ୍କ ନିର୍ବାଚନ ପ୍ରଚାର ତାଙ୍କ ପତ୍ନା କମାଣ ସମ୍ବାଳିଥିଲେ । ଏହାଛଡା କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନବଜୋତ ସିଦ୍ଧୁ ଦୀର୍ଘ ଦିନ ହେବ କଂଗ୍ରେସରୁ ମଧ୍ୟ ଗାଏବ ଅଛନ୍ତି ।
୨୦୧୬ରେ ଛାଡିଥିଲେ ବିଜେପି: ୨୦୧୪ ଲୋକସଭା ନିର୍ବାଚନରେ ନବଜୋତ ସିନ୍ଧୁଙ୍କୁ ବିଜେପିରୁ ଝଟକା ଲାଗିଥିଲା । ତାଙ୍କୁ ଟିକେଟ ନ ଦେଇ ଅରୁଣ ଜେଟଲୀଙ୍କୁ ମଇଦାନକୁ ଓହ୍ଲାଇଥିଲା ଭାଜପା । ଏହା ପରେ ୨୦୧୯ରେ ସେ ମନ୍ତ୍ରୀ ପଦ ଛାଡିଥିଲେ । ୨୦୨୧ରେ କଂଗ୍ରେସ ନବଜୋତ ସିଦ୍ଧୁଙ୍କୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କରିଥିଲା