PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସ୍କୁଲ୍‌ରେ ଉତ୍ତେଜନା, ଦଳିତ ଛାତ୍ରଛାତ୍ରୀଙ୍କ ଭୋଗ ଲଗାଇଲେନି

ଦଶପଲ୍ଲା,୧୧ା୨(ଆପ୍ର): ନୟାଗଡ଼ ଜିଲ୍ଳା ଦଶପଲ୍ଲାରୁ ୪୦ କିଲୋମିଟର ଦୂର ଆଦିବାସୀବହୁଳ ବାଣୀଗୋଚ୍ଛା ପଞ୍ଚାୟତର ବୁରୁପାଲୁ ଗ୍ରାମରେ ଥିବା ବୁରୁପାଲୁ ଆଶ୍ରମ ସ୍କୁଲରେ ସରସ୍ୱତୀ ପୂଜାରେ ଦଳିତ ଛାତ୍ରଛାତ୍ରୀଙ୍କ ଭୋଗ ନ ଲାଗିବାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି ସଂପୃକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ନ ଆସିବାରୁ ସେମାନେ ଫେରି ଯାଇଥିବା ଜଣାଯାଇଛି । ଏ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ୱାର୍ଡସଭ୍ୟ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ, ରବିବାର ସରସ୍ୱତୀ ପୂଜା ଅବସରରେ ଦଳିତ ବର୍ଗର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପୂଜା ନିମନ୍ତେ ଭୋଗ ନେଇ ଯାଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଆଡ଼େ ସେମାନଙ୍କର ଭୋଗ ସରସ୍ୱତୀଙ୍କ ପାଖରେ ଲାଗି ପାରିବ ନାହିଁ ବୋଲି କହିବାରୁ ଛାତ୍ରଛାତ୍ରୀମାନେ ଘରକୁ ଫେରି ଏ ସମ୍ପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଏହାର ପ୍ରତିବାଦରେ ଆଜି ସଂପୃକ୍ତ ଛାତ୍ରଛାତ୍ରୀ, ସେମାନଙ୍କର ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ । ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ନଆସିବାରୁ ସେମାନେ ଫେରି ଯାଇଥିଲେ । ଏଭଳି ଅଭିଯୋଗ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ତାଙ୍କ ମୋବାଇଲ୍‌ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ତାହା ସୁଇଚ୍‌ ଅଫ୍‌ ରହିଥିବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ । ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।