ନୂଆଦିଲ୍ଲୀ,୨୫/୦୫: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ନୂଆଦିଲ୍ଲୀର ଅଶୋକ ହୋଟେଲରେ ପୂର୍ବାହ୍ନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ  ଚାଲିବ । ଏଥିରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଓ ଉପମୁଖ୍ୟମନ୍ତ୍ରୀ ସାମିଲ  ହେବେ ।

ଜମ୍ମୁ-କାଶ୍ମୀରର  ପହଲଗାମ ଆତଙ୍କୀ  ଆକ୍ରମଣ ପରେ ପାକିସ୍ତାନ  ଓ ପିଓକେରେ ଥିବା ଆତଙ୍କୀ  ଶିବିର ଧ୍ୱଂସ, ଅପରେସନ  ସିନ୍ଦୂର, ଭାରତ-ପାକ୍‌ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା  ତିକ୍ତତା ଆଦି ସମ୍ପର୍କରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ  ମୋଦି ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଘଟଣା  ସମ୍ପର୍କରେ ସୂଚନା ଦେବେ । ଜାତୀୟ ସୁରକ୍ଷା ଓ ଆତଙ୍କବାଦ  ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟର ବାର୍ତ୍ତା  ଦେବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।  ଜାତୀୟ ସୁରକ୍ଷା କ୍ଷେତ୍ରରେ ଏନ୍‌ଡିଏର ଆଭିମୁଖ୍ୟ  ସମ୍ପର୍କରେ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା କରାଯିବ।