PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଇତିହାସରେ ସେହି ୪ ବିବାଦୀୟ ଅଧ୍ୟାୟ, ଯାହା ଆଜିବି ଭୁଲି ପାରି ନାହାନ୍ତି ଖେଳାଳି

ନୂଆଦିଲ୍ଲୀ,୦୫/ ୦୧: ଜାନୁଆରୀ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ୍। ଏଥିପାଇଁ ଉଭୟ ଟିମ୍‌ ଚଲାଇଛନ୍ତି ପ୍ରସ୍ତୁତି। ହେଲେ ଏହା ପୂର୍ବରୁ ମେଲବର୍ଣ୍ଣରେ ଟିମ୍‌ ଇଣ୍ଡିଆର ଖୋଳାଳି ବାୟୋ ବବଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଉଠିଥିଲା। ଯାହାଫଳରେ ବିସିସିଆଇ ଓ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା।

ଏକ ରିପୋର୍ଟ ମୁତାବିକ ସିଡନୀ ଟେଷ୍ଟ ପରେ ଟିମ୍‌ ଇଣ୍ଡିଆ‌ ବ୍ରିସ୍‌ବେନ୍‌ ଗସ୍ତ କରିବ ତେବେ ବାୟୋ ବବୁଲରେ ରହିବ ଟିମ୍‌ ଇଣ୍ଡିଆ। ଯାହାଫଳରେ ପୁଣିଥରେ ହୋଟଲରେ ରହିବ ଟିମ୍‌ ଇଣ୍ଡିଆ। ଏହାକୁ ନଜରରେ ରଖି ଟିମ୍‌ ଇଣ୍ଡିଆ ବ୍ରେସବେନ୍‌ ବଦଳରେ ସିଡନୀରେ ୪ର୍ଥ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଚାହୁଁଛି। ଅପରପକ୍ଷେ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ମ୍ୟାଥୁ ଓ୍ବାଡେ କହିଛନ୍ତି ଯେ, ବ୍ରିସବେନ୍‌ରେ ହିଁ ୪ର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଯାହାକୁ ନେଇ ବିବାଦ ଉପୁଜିଛି।

ଏହାପୂର୍ବରୁ ମଧ୍ୟ କ୍ରିକେଟ ଇତିହାସରେ ବହୁଥର ଅଷ୍ଟ୍ରେଲିଆ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଯାହା କ୍ରିକେଟ ଜଗତ ଇତିହାସରେ ରହିଛି। ଆସନ୍ତୁ କିଛି ବିବାଦ ଉପରେ ନଜର ପକାଇବା।

୧: ରାଗିଥିଲେ ଅନିଲ କୁମ୍ବଲେ

୨୦୦୮ ମସିହାରେ ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ହୋଇଥିବା ବିବାଦ କ୍ରିକେଟ ଇତିହାସର ସବୁଠୁ ବିବାଦୀୟ ମ୍ୟାଚ୍‌ ମଧ୍ୟରୁ ଅନ୍ୟତମ। ଏହି ସିରିଜରେ ଅନେକଥର ଦୁଇ ଟିମ୍‌ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଏହି ସିରିଜ ଖରାପ ଅମ୍ପାୟରିଂ ଓ ମଙ୍କିଗେଟ ବିବାଦ ପାଇଁ ବେଶ୍‌ ଚର୍ଚ୍ଚିତ ଥିଲା। ଏହି ସମୟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଅନୀଲ କୁମ୍ବଲେ ରାଗି ଯାଇଥିଲେ। ଆଉ ଖେଳର ଭାବନା ସିହ ମଇଦାନରେ ଗୋଟିଏ ଟିମ୍‌ ଖେଳୁଛି ବୋଲି କହିଥିଲେ।

୧: ମଙ୍କିଗେଟ୍‌ ବିବାଦ:

୨୦୦୭-୨୦୦୮ ମସିହାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଭାରତୀୟ ଟିମ୍‌ ମେଲବର୍ଣ୍ଣରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୩୩୭ ରନରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ୧-୦ରେ ଆଗରେ ଥିଲା। ସିରିଜର ଦ୍ବିତୀୟ ମୁକାବିଲା ସିଡନୀ ଗ୍ରାଉଣ୍ଡରେ ଖେଳା ଯାଇଥିଲା। ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଚାପରେ ରଖିଥିଲା। କଙ୍ଗାରୁ ବାହିନୀ ୧୯୩ ରନରେ ୬ ଓ୍ବିକେଟ ହରାଇ ବ୍ୟାକଫୁଟରେ ଥିଲା। ଏହାପରେ ଆରମ୍ଭ ହୋଇଥିଲା ଖରାପ ଅମ୍ପାୟରିଂ। ଥରେ କି ଦୁଇ ଥର ନୁହେଁ ଅନେକ ଥର ଟିମ୍‌ ଇଣ୍ଡିଆ ସହ ବେଇମାନି ହୋଇଥିଲା।

ଈଶାନ୍ତ ଶର୍ମାଙ୍କ ଏକ ବଲ୍‌ ଆଣ୍ଡ୍ର‍୍ୟୁ ସାଇମଣ୍ଡସଙ୍କ ବ୍ୟାଟରେ ଏଜେ ଲାଗିଥିଲା। ଯାହା ସମସ୍ତ ଖେଳାଳି ଦେଖିଥିଲେ ଓ ଶୁଣିଥିଲେ ହେଲେ ଅମ୍ପାୟର ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। ପରେ ହରଭଜନ ସିଂହଙ୍କ ବଲରେ ସାଇମଣ୍ଡସ୍‌ ଆଉଟ୍‌ ହୋଇଥିଲେ ହେଲେ ଅମ୍ପାୟର ଷ୍ଟିଭ ବକନର ଆଉଟ୍‌ ଦେଇନଥିଲେ। ଏପରିକି ଅନୀଲ କୁମ୍ବଲେଙ୍କ ବଲରେ ଷ୍ଟମ୍ପ ଆଉଟର ଅପିଲ ହୋଇଥିଲା ହେଲେ ଅମ୍ପାୟର ତାକୁମଧ୍ୟ ନାକଚ କରି ଦେଇଥିଲେ। ହେଲେ କମେଣ୍ଟର ସାଇମଣ୍ଡସ୍‌ ଆଉଟ୍‌ ହୋଇଥିବା ନେଇ ମଧ୍ୟ କହିଥିଲେ।

ପରେ ହରଭଜନ ସିଂହ ବ୍ୟାଟିଂ କରୁଥିବା ସମୟରେ ଆଣ୍ଡ୍ର‍୍ୟୁ ସାଇମଣ୍ଡସ୍‌ଙ୍କ ସହିତ ଝଗଡ଼ା ହୋଇଥିଲା। ଯାହାଫଳରେ କି ରିକିଂ ପଣ୍ଟିଂ ରାଗି ଯାଇ ଅମ୍ପାୟରଙ୍କୁ ହରଭଜନଙ୍କ ବିପକ୍ଷରେ କାର୍ଯ୍ୟାୁନଷ୍ଠାନ ନେବା ପାଇଁ ଦାବି କରିଥିଲେ। ଏପରିକି ମଇଦାନରେ ସାଇମଣ୍ଡସଙ୍କୁ ହରଭଜନ ମଙ୍କି କହିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ଏହାପରେ ସେହିଦିନ ଖେଳ ଶେଷ ହେବା ପରେ ରାତିରେ ହରଭଜନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ତାଙ୍କ ଉପରେ ତିନିଟି ମ୍ୟାଚ ଉପରେ ବ୍ୟାନ୍‌ ଲଗାଇଥିଲେ। ସିଡନୀ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିଗଲା ସତ ହେଲେ ଅସଲି ବିବାଦ ସେହିଠାରୁ ହିଁ ଆରମ୍ଭ ହୋଇଥିଲା।

ସେତେବେଳ ଟିମ୍‌ ଇଣ୍ଡିଆର ଅଧିନାୟକ ଅନୀଲ କୁମ୍ବଲେ ଓ ପୂରା ଟିମ୍‌ ହରଭଜନ ସିଂହଙ୍କ ସହିତ ଠିଆ ହୋଇଥିଲେ। ଏପରିକି ହରଭଜନ ଆଗାମୀ ମ୍ୟାଚ୍‌ ନଖେଳିଲେ କୌଣସି ଖେଳାଳି ଖେଳିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଯାହାପରେ ଏହି ବିବାଦ ବଢ଼ିବାରେ ଲାଗିଲା।

୩:ଓ୍ବାଟସନ୍‌ଙ୍କୁ କହୁଣୀ ମାରିଥିଲେ ଗମ୍ଭୀର

୨୦୦୮ ମସିହାରେ ଅଷ୍ଟ୍ରେଲିଆ ଟିମ୍‌ ଭାରତ ଗସ୍ତରେ ଥିଲା। ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଏଭଳି କିଛି ଘଟଣା ଘଟିଲା ଯାହାକୁ ନେଇ ଦୁଇ ଟିମ୍‌ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଚାଲିଥିବା ସମୟରେ ଅଷ୍ଟ୍ରେଲିଆ ଟିମ୍‌ ସ୍ଲେଜିଙ୍ଗ୍‌ କରୁଥିଲା। ସେତେବେଳେ ମଇଦାନରେ ଟିମ୍‌ ଇଣ୍ଡିଆ ପକ୍ଷରୁ ବ୍ୟାଟିଂ କରୁଥିଲେ ଗୌତମ ଗମ୍ଭୀର। ସେ ତାଙ୍କ ରାଗକୁ ନିୟନ୍ତ୍ରଣରେ ନରଖି ପାରି ଶେନ୍‌ ଓ୍ବାଟସନଙ୍କୁ କହୁଣୀ ମାରି ଦେଇଥିଲେ। ଯାହାଫଲରେ କି ଗମ୍ଭୀରଙ୍କୁ ଅମ୍ପାୟର ଚେତାବନୀ ଦେବା ସହିତ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍‌ କରିଥିଲେ।

୪:ବିରାଟ ଦେଖାଇଥିଲେ ମଝି ଆଙ୍ଗୁଠି

୨୦୧୧-୧୨ ମସିହାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଥିଲା। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏଭଳି କିଛି କରିଥିଲେ ଯାହାକୁ ନେଇ ବେଶ୍‌ ଆଲୋଚନା ହୋଇଥିଲା। ମ୍ୟାଚ୍‌ ସମୟରେ ବିରାଟ ଦର୍ଶକଙ୍କୁ ମିଡିଲ ଫିଙ୍ଗର ଦେଖାଇଥିଲେ । ଯାହାଫଲରେ ମ୍ୟାଚ୍‌ ରେଫରୀ ତାଙ୍କର ମ୍ୟାଚ୍‌ ଫିସ୍ର ୫୦ ପ୍ରତିଶତ କଟାଯାଇଥିଲା। ପରେ ବିରାଟ ଟ୍ବିଟ୍‌ କରି ଲେଖିଥିଲେ ଯେ, ମୁଁ ମାନୁଛି କ୍ରିକେଟରଙ୍କୁ ଏଭଳି ପ୍ରତିକ୍ରିୟା ଦେଖେଇବା ଅନୁଚିତ। ହେଲେ ଯେବେ ଦର୍ଶକ ମା ଓ ଭଉଣଈ ଖରାପ ମନ୍ତବ୍ୟ ଦେବେ ତେବ ତାହାଲେ କ’ଣ କରାଯିବ ବୋଲି ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ବେଶ୍‌ ବିବାଦ ହୋଇଥିଲା।