ବାରମ୍ବାର ଅପିଲ ପାଇଁ କୋହଲି ଦେବେ ଜୋରିମନା,ଜାଣନ୍ତୁ କେତେ ଦେବାକୁ ପଡିବ

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲି ଆଇସିସିର ନିୟମ ଉଲଂଘନ କରିଥିବାର ଅଭିଯୋଗ ହୋଇଛି। ଆଇସିସିର ସୂଚନା ଅନୁସାରେ କୌଣସି ଅନ୍ତଃର୍ଜାତୀୟ ମ୍ୟାଚରେ ଅନାବଶ୍ୟକ ଅପିଲର ନିୟମର ଉଲଂଘନ କରିବା ନେଇ କୋହଲିଙ୍କ ଉପରେ ମ୍ୟାଚର ୨୫ ପ୍ରତିଶତ ଜରିମନା ଲାଗିପାରେ।

ଆଇସିସି ପକ୍ଷରୁ ରବିବାର କୁହାଯାଇଛି ଯେ, କୋହଲିଙ୍କୁ ଆଚାର ସଂହିତାର ଉଲଂଘନ କରିବାର ଲେବଲ ୧ର ଦୋଷୀ ସାବ୍ୟସ୍ତ କରାଯାଇଛି। କୋହଲି ଶନିବାର ନିଜ ଟିମ୍ ସହିତ ଆଫଗାନିସ୍ତାନ ବିରୋଧରେ ବିଶ୍ବକପ ମୁକାବିଲା ଖେଳୁଥିଲେ। ଏହି ମ୍ୟାଚରେ ଭାରତ ୧୧ ରନରେ ଜିତିଥିଲା। କୋହଲା ଅଫଗାନିସ୍ତାର ବ୍ୟାଟିଂ ଇନିଂସର ୨୯ ଓଭରରେ ଅମ୍ପାୟର ଅଲିମ ଡାରଙ୍କ ପାଖକୁ ଯାଇ ଆକ୍ରମକ ଏବଂ ଭୁଲ ଢଙ୍ଗରେ ଏଲବିଡବ୍ଲୁ(ଲେଗ୍ ବିଫୋର ବଲ୍) ଅପିଲ କରିଥିଲେ।
When Jasprit Bumrah gets you back in the game … once again! ? #INDvAFG#TeamIndia pic.twitter.com/F1HdSjyFG9
— Cricket World Cup (@cricketworldcup) June 22, 2019
କୋହଲି ନିଜର ଭୁଲ ସ୍ବୀକାର କରିବା ସହ ଜୋରିମନା ଦେବା ପାଇଁ ମଧ୍ୟ ରାଜି ହୋଇଛନ୍ତି। ଏହି କାରଣରୁ ମାମଲାକୁ ନେଇ ଆଗକୁ ଶୁଣାଣି କରାଯିବା ଆବଶ୍ୟକତା ପଡିବ ନାହିଁ। ଏହାଛଡା ଆଇସିସିର ଏହି ଘଟଣାକୁ ନେଇ କୋହଲିଙ୍କ ଖାତରେ ଏକ ଡିମେରିଟ ପଏଣ୍ଟ ଜୋଡି ହୋଇଯାଇଛି। ସେପ୍ଟେମ୍ବର ୨୦୧୬ରେ ରିଭାଇଜଡ୍ କୋଡ୍ ଲାଗୁ ହେବାପରେ କୋହଲିଙ୍କର ଏହା ଦ୍ବିତୀୟ ଭୁଲ। କୋହଲିଙ୍କ ଖାନରେ ଏବେ ଦୁଇଟି ଡିମେରିଟ୍ ପଏଣ୍ଟ ରହିଛି। ଏକ ଅଙ୍କ ତାଙ୍କୁ ଜାନୁଆରୀ ୨୦୧୮ରେ ଦକ୍ଷିଣ ଆଫ୍ରିକା ସହିତ ହୋଇଥିବା ଟେଷ୍ଟ ମ୍ୟାଚ ସମୟରେ ମିଳିଥିଲା। ଅମ୍ପାୟରଙ୍କ ସହିତ କୋହଲି ଯୁକ୍ତିତର୍କ କରୁଥିବା ଘଟଣା ସୋସିଆଲ ମିଡିଆରେ ଫ୍ୟାନମାନେ ଯୋରଦାର ମଜା ନେଇଥିଲେ।